NASA Report Today: ୫୦ ବର୍ଷ ପରେ ଆଜି ପୃଥିବୀ ଦେଇ ଗତି କରିବ ସବୁଜ ରଙ୍ଗର ଧୂମକେତୁ, ଆପଣ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ
Advertisement

NASA Report Today: ୫୦ ବର୍ଷ ପରେ ଆଜି ପୃଥିବୀ ଦେଇ ଗତି କରିବ ସବୁଜ ରଙ୍ଗର ଧୂମକେତୁ, ଆପଣ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Green Comet C/2022 SE (ZTF):  ପୃଥିବୀ ନିକଟତର ହୋଇ ଗତି କରୁଥିବା ଧମୂକେତୁର ନୂତନ କମେଟ (New Comet) ନାଁ ହେଉଛି  C/2022 SE (ZTF)। ଯାହା ନିକଟରେ ଆବିଷ୍କୃତ ହୋଇଥିଲା। ଏହି ଧୂମକେତୁ ଦେଖିବାକୁ ସବୁଜ ରଙ୍ଗର। 

NASA Report Today: ୫୦ ବର୍ଷ ପରେ ଆଜି ପୃଥିବୀ ଦେଇ ଗତି କରିବ ସବୁଜ ରଙ୍ଗର ଧୂମକେତୁ, ଆପଣ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Green Comet Will Pass Through Earth Today: ପ୍ରାୟ ୫୦ ବର୍ଷ ପରେ ଗୁରୁବାର ପୃଥିବୀ ନିକଟତର ହୋଇ ଗତି କରିବ ଏକ ସବୁଜ ରଙ୍ଗର ଧୂମକେତୁ। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଧୂମକେତୁ ଆଜି ଠାରୁ ପ୍ରାୟ ୫୦ ହଜାର ବର୍ଷ ପରେ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହେବ। ପୂର୍ବରୁ ଏହି ଧମୂକେତୁ ହିମ ଯୁଗରେ ଦୃଶ୍ୟମାନ ହୋଇଥିବା କୁହାଯାଏ। ସେହି ସମୟରେ ଆଦିମାନବ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେମାନେ ଏହାର ରହସ୍ୟ ବୁଝି ପାରିଲେ ନାହିଁ। 

ମହାକାଶରେ (Space) ଏପରି ଅନେକ ରହସ୍ୟ ଲୁଚି ରହିଥାଏ। ପୃଥିବୀରେ ବସବାସ କରୁଥିବା ମଣିଷ ମହାକାଶର ସମସ୍ତ ରହସ୍ୟ ବିଷୟରେ ଜାଣେ ନାହିଁ। ମହାକାଶରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଘଟିଥାଏ। ମହାକାଶର ଏପରି ଅନେକ ରହସ୍ୟ ଉପରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ଗବେଷଣା ଜାରି ରହିଛି। ଅନେକ ରହସ୍ୟର ପର୍ଦ୍ଦାଫାଶ କରିବାରେ ବୈଜ୍ଞାନିକ ସଫଳ ହୋଇଛନ୍ତି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା (American Space Agency NASA) ରିପୋର୍ଟ ଅନୁଯାୟୀ ଗୁରୁବାର ପୃଥିବୀ ନିକଟତର ହୋଇ ଏକ ସବୁଜ ରଙ୍ଗର ଧୂମକେତୁ (Green Comet) ଅଗ୍ରସର ହେବ। ଜଣେ ବିଶେଷଜ୍ଞ ସୋସିଆଲ ମିଡିଆ ମାଧ୍ୟମରେ ଏ ସମ୍ପର୍କିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ପୃଥିବୀ ନିକଟତର ହୋଇ ଗତି କରୁଥିବା ଧମୂକେତୁର ନୂତନ କମେଟ (New Comet) ନାଁ ହେଉଛି  C/2022 SE (ZTF)। ଯାହା ନିକଟରେ ଆବିଷ୍କୃତ ହୋଇଥିଲା। ଏହି ଧୂମକେତୁ ଦେଖିବାକୁ ସବୁଜ ରଙ୍ଗର। ନାସା ରିପୋର୍ଟ ଦର୍ଶାଇଛି ଯେ ଧୂମକେତୁ ମୁଖ୍ୟତ ହଳଦିଆ, ଧଳା କିମ୍ବା ନୀଳ ଆଲୋକ ନିର୍ଗତ କରିଥାଏ। ହେଲେ ଧୂମକେତୁ  C/2022 SE (ZTF) କାହିଁକି ସବୁଜ ରଙ୍ଗର ଆଲୋକ ନିର୍ଗତ କରିଥାଏ? ଏହି ପ୍ରଶ୍ନର ଉତ୍ତର ରଖି ବୈଜ୍ଞାନିକ କହିଛନ୍ତି ଯେ ସବୁଜ ଧୂମକେତୁରେ ଡାଏଟୋମିକ୍ କାର୍ବନ ଏବଂ ସିଆନୋଜେନ ଅଣୁ ରହିଥାଏ। ଏହି ଦୁଇ ଅଣୁ ସୂର୍ଯ୍ୟର ଅତିବାଇଗଣି ରଶ୍ମୀ ସଂସ୍ପର୍ଶରେ (Ultra Violet Rays of Sun) ଆସିବା ମାତ୍ରେ ସେମାନେ ଚାର୍ଜ ହୋଇ ସବୁଜ ଆଲୋକ ନିର୍ଗତ କରିଥାନ୍ତି।

Also Read: Green Comet: ପୃଥିବୀର ଅତି ନିକଟତର ହେବ ଗ୍ରୀନ କୋମେଟ, ଲକ୍ଷ ଲକ୍ଷ ବର୍ଷ ପରେ ମିଳିବ ଦେଖିବାର ସୁଯୋଗ!

ବୈଜ୍ଞାନିକଙ୍କ କହିବା କଥା C/2022 SE (ZTF) ଧୂମକେତୁକୁ ଖାଲି ଆଖିରେ ମଧ୍ୟ ଦେଖିଯାଇ ପାରିବ। ଏହି ଧୂମକେତୁରୁ ନିର୍ଗତ ହେଉଥିବା ଆଲୋକ ଆଖି କିମ୍ବା ଶରୀରର ଅନ୍ୟ କୌଣସି ଅଙ୍ଗକୁ ପ୍ରଭାବିତ କରେ ନାହିଁ। ମହକାଶ ବିଜ୍ଞାନୀ ୫୦ ବର୍ଷ ପରେ ପୃଥିବୀ ନିକଟତର ହୋଇ ଗତି କରୁଥିବା ଧମୂକେତୁକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଆଦିମାନବ ଧୂମକେତୁ ଦେଖିବାକୁ ଡରୁଥିଲେ। ମଣିଶ ସମାଜ ବିକଶିତ ହେବା ପରଠାରୁ ବୈଜ୍ଞାନିକ ଧୂମକେତୁ ଉପରେ ଅନେକ ଗବେଷଣା କରି ସାରିଛନ୍ତି। ଆଗାମୀ ସମୟରେ ବୈଜ୍ଞାନିକ ଆହୁରି ଅନେକ ରହସ୍ୟ ଉପରୁ ପରଦା ଉଠାଇବେ।