Dog Breeds: କେନ୍ଦ୍ରର କଡ଼ା ନିର୍ଦ୍ଦେଶ, ଏଣିକି ଘରେ ରଖି ହେବନି ଏହି ୨୩ ପ୍ରଜାତିର କୁକୁର
Advertisement

Dog Breeds: କେନ୍ଦ୍ରର କଡ଼ା ନିର୍ଦ୍ଦେଶ, ଏଣିକି ଘରେ ରଖି ହେବନି ଏହି ୨୩ ପ୍ରଜାତିର କୁକୁର

Dog Breeds: କୁକୁରର ୨୩ଟି ପ୍ରଜାତି(Breeds)ର ଆମଦାନୀ ଉପରେ ରୋକ ଲଗାଇବା ନେଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି । କୁକୁର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ ସରକାର କହିଛନ୍ତି, କେବଳ ୨୩ଟି ବ୍ରିଡ଼ କୁକୁରର ଆମଦାନୀ ରୋକାଯିବ ନାହିଁ ବରଂ ଏଗୁଡ଼ିକର ବ୍ରିଡ଼ିଂ ଓ ବିକ୍ରି ଉପରେ ମଧ୍ଯ କଟକଣା ଲଗାଯିବା ଆବଶ୍ୟକ ।

କେନ୍ଦ୍ର ପଶୁପାଳନ ବିଭାଗ (Department of Animal Husbandry and Dairying) ପକ୍ଷରୁ ଏନେଇ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି । କେନ୍ଦ୍ର ଯେଉଁ ୨୩ଟି ପ୍ରଜାତିର କୁକୁରର ଆମଦାନୀ ବନ୍ଦ କରିବାକୁ କହିଛନ୍ତି ସେଥିରେ, ପିଟବୁଲ୍, ବୋସବୋଏଲ, କାଙ୍ଗଲ, ମଧ୍ୟ ଏସୀୟ ସେଫର୍ଡ, କୋକୋସିୟାନ ସେଫର୍ଡ ଡଗ୍‌, ଦକ୍ଷିଣ ଋଷୀୟ ସେଫର୍ଡ, ଟର୍ଣ୍ଣଜାକ୍‌, ଟେରିୟର୍, ଟୋସା ଇନୁ, ଆମେରିକୀୟ ଷ୍ଟାଫର୍ଡଶାୟର୍ ଟେରିୟର୍, ଫିଲା ବ୍ରାସିଲିରୋ, ଡୋଗୋ ଆର୍ଜେଣ୍ଟିନୋ, ଆମେରିକାନ୍‌ ବୁଲଡଗ୍‌ ଓ ରଟୱାଇଲର୍‌ ଆଦି କୁକୁର ସାମିଲ ରହିଛନ୍ତି । ନିକଟରେ ଲୋକଙ୍କ ଉପରେ କୁକୁର ଆକ୍ରମଣ ଘଟଣା ନେଇ ଯେଉଁ ସବୁ ମାମଲା ସାମ୍ନାକୁ ଆସିଥିଲା ସେଥିରେ ପିଟବୁଲ୍ ବ୍ରିଡ଼ର ନାମ ଅଧିକ ଥିଲା । ତେଣୁ ଏଭଳି କୁକୁରର ମିକ୍ସ ବ୍ରିଡ଼ ଓ କ୍ରସ୍ ବ୍ରିଡ଼ ଉପରେ ବ୍ୟାନ ଲଗାଯିବା ଆବଶ୍ୟକ ବୋଲି ସ୍ପଷ୍ଟ ହୋଇଛି ।

ଏହା ବି ପଢନ୍ତୁ- kisan Mahapanchayat: ଆଜି ବସିବ କିଷାନ ମହାପଞ୍ଚାୟତ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି଼

ବିଶେଷଜ୍ଞ ଓ ପଶୁପାଳନ ଅଧିକାରୀଙ୍କ ମିଳିତ ଏକ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହାକୁ ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟ ପରେ ଲାଗୁ କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଏହି ପ୍ରଜାତିର କୁକୁରଙ୍କୁ ଘରେ ପାଳିଛନ୍ତି, ସେମାନଙ୍କର ବଂଶ ବୃଦ୍ଧି ରୋକିବା ପାଇଁ ଅସ୍ତ୍ରୋପଚାର କରାଯିବ। ସୂଚନା ଥାଉ କି, ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସଂଗଠନ ଓ ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ଦିଲ୍ଲୀ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲା । ଏହାପରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।