Cab Facility: ମଦ୍ୟପଙ୍କ ପାଇଁ ଖୁସି ଖବର! ଏଣିକି ମାତାଲ ହେଲେ ମାଗଣାରେ ଘରେ ନେଇ ଛାଡିବ ଗାଡ଼ି
Advertisement

Cab Facility: ମଦ୍ୟପଙ୍କ ପାଇଁ ଖୁସି ଖବର! ଏଣିକି ମାତାଲ ହେଲେ ମାଗଣାରେ ଘରେ ନେଇ ଛାଡିବ ଗାଡ଼ି

Cab Facility in Goa:  ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ଜନିତ ଦୁର୍ଘଟଣାକୁ ରୋକିବା ପାଇଁ ଗୋଆ ସରକାର ନେଲେ ବଡ ପଦକ୍ଷେପ। ବାରରେ ମଡ ପିଇ ଗଡିଲେ ବି ନୋଟେନସନ୍! ମାତାଲ ହେଲେ ଘରେ ନେଇ ଛାଡିବେ ବାର ମାଲିକ।

Cab Facility: ମଦ୍ୟପଙ୍କ ପାଇଁ ଖୁସି ଖବର! ଏଣିକି ମାତାଲ ହେଲେ ମାଗଣାରେ ଘରେ ନେଇ ଛାଡିବ ଗାଡ଼ି

Cab Facility in Goa: ମଦ୍ୟପଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏଣିକି ବାରରେ ଅତ୍ୟାଧିକ ମଦ୍ୟାପାନ କରି ମାତାଲ ହେଲେ ଚିନ୍ତା ନାହିଁ। କାରଣ ମାତାଲ ବ୍ୟକ୍ତିଙ୍କୁ ଘରେ ନେଇ ଛାଡିବେ ବାର ମାଲିକ। ମାଗଣାରେ କ୍ୟାବ ସର୍ଭିସ ଦିଆଯିବ। ରାଜ୍ୟରେ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ଜନିତ ଦୁର୍ଘଟଣାକୁ ରୋକିବା ପାଇଁ ଏହି ନୂତନ ନିୟମ ଲାଗୁ କରିବାକୁ ଗୋଆ ସରକାର ଯୋଜନା କରିଛନ୍ତି। ନୂଆ ନିୟମ ଆସିଲେ ବାର ଏବଂ ରେଷ୍ଟୁରାଣ୍ଟ ମାଲିକମାନେ ମାତାଲ ଗ୍ରାହକ କିମ୍ବା ପର୍ଯ୍ୟଟକଙ୍କୁ ସେମାନଙ୍କ ଘର କିମ୍ବା ହୋଟେଲ ଛାଡିବା ପାଇଁ କ୍ୟାବ ବ୍ୟବସ୍ଥା କରିବାକୁ ପଡିବ। ସୋମବାର ସଡକ ସୁରକ୍ଷା ସପ୍ତାହ ଅବସରରେ ଗୋଆ ପରିବହନ ମନ୍ତ୍ରୀ Mauvin Godinho ଏହି ସୂଚନା ଦେଇଛନ୍ତି।

ପ୍ରତିବର୍ଷ ଦେଶରେ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ଜନିତ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ତେବେ ଡ୍ରାଇଭରଙ୍କ ତୁଳାନରେ ଅଧିକ ପଥଚାରୀଙ୍କ ମୃତ୍ୟୁ ହେଉଛି। ଗତ ଫେବୃଆରୀରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ, ୨୦୨୦ ମସିହାରେ ଦେଶରେ ୩୬୬୧୩୮ଟି ସଡକ ଦୁର୍ଘଟଣା ହୋଇଥିଲା। ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ପାଇଁ ୮୩୫୫ଟି ଦୁର୍ଘଟଣା ଘଟିଥିଲା। ସମାନ ସମୟରେ ୫୬୨୦୪ଟି ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ଚାଲାଣ କରିଥିଲା। ଏହି ସଂଖ୍ୟା ୨୦୨୧ରେ ୪୮୧୪୪କୁ ହ୍ରାସ ପାଇଥିଲା। ତେବେ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ଦୁର୍ଘଟଣାରେ ୩.୫% ଲୋକଙ୍କ ପ୍ରାଣ ହରାଉ ଥିବା ତଥ୍ୟ କହୁଛି।

Also Read: PM Kisan Yojana: ଏହି ଦିନ ଓଡ଼ିଶାର ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକା

ତେବେ ଏହି ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ଜନିତ ଦୁର୍ଘଟଣା ରୋକିବା ପାଇଁ ଗୋଆ ସରକାର ଯୋଜାନା ଚଳାଇଛନ୍ତି। ଯେଉଁଥିପାଇଁ ରାତିରେ ଯାଞ୍ଚ କଡାକଡି କରାଯାଇଛି। ଏହା ସହ ବାର ଓ ରେଷ୍ଟୁରାଣ୍ଟ ପାଇଁ ନୂଆ ନିୟମ ଆଣିବାକୁ ଯୋଜନା ଚଳାଇଛନ୍ତି। ଗୋଆ ପରିବହନ ମନ୍ତ୍ରୀ ମୌଭିନ ଗୋଡିନୋଙ୍କ କହିବାନୁସାରେ ଯଦି ଲୋକମାନେ ମଦ୍ୟପାନ କରନ୍ତି, ତେବେ ବାର୍ ମାଲିକମାନେ ସେମାନଙ୍କୁ ନିଜ ଗାଡିରେ ଯିବାକୁ ଅନୁମତି ଦେବା ଉଚିତ୍ ନୁହେଁ। ଗ୍ରାହକଙ୍କୁ ଛାଡିଦେବା ପାଇଁ ବାର ମାଲିକମାନେ କ୍ୟାବ ବ୍ୟବସ୍ଥା କରିବା ଉଚିତ୍। ମାତାଲ ହୋଇଥିବା ଗ୍ରହକଙ୍କ ଗାଡି ବାର କିମ୍ବା ରେଷ୍ଟୁରାଣ୍ଟର ପାର୍କିଂ ସ୍ଥାନରେ ରହିବ ଏବଂ ପରବର୍ତ୍ତୀ ସମୟରେ ସେମାନେ ଗାଡି ନେଇ ପାରିବେ। ଲୋକଙ୍କ ସୁରକ୍ଷା ପାଇଁ ଗୋଆରେ ଏହି ନିୟମକୁ ଅତି କଠୋର ଭାବେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ପରିବହନ ମନ୍ତ୍ରୀ ପୁଣି କହିଛନ୍ତି ଯେ, ଗୋଆରେ ବି ଲୋକଙ୍କୁ ବିଦେଶ ଭଳି ନିୟମ ମାନିବାକୁ ପଡିବ। ବର୍ତ୍ତମାନଠାରୁ ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା କରାଯିବ। ଗୋଆ ମେଡିକାଲ କଲେଜକୁ ଆସୁଥିବା ପ୍ରାୟ ୨୦ ପ୍ରତିଶତ ଦୁର୍ଘଟଣା ସହ ମଦ୍ୟପାନର ଲିଙ୍କ ରହୁଛି। ମଦ୍ୟପାନ କରି ଲୋକେ ଯେଉଁଭଳି ଭାବେ ନିର୍ଦ୍ଦୟତାର ସହ ଗାଡି ଚଳାଉଛନ୍ତି, ଆର୍ଟିଓମାନେ ମଧ୍ୟ ଏଥର ସେଭଳି ନିର୍ଦ୍ଦୟ ହେବା ଉଚିତ। କୌଣସି ଡ୍ରିଙ୍କ ଏଣ୍ଡ ଡ୍ରାଇଭର ଦୋଷୀଙ୍କୁ ଛଡାଯିବ ନାହିଁ। ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟର ସମସ୍ତ ଜୀବନ ଗୁରୁତ୍ୱପୂର୍ଣ୍ଣ। ତେଣୁ ସରକାର ଏହି ନିୟମ ଆଣୁଛନ୍ତି ବୋଲି ମୌଭିନ ଗୋଡିନୋ କହିଛନ୍ତି।