G-20 Summit: ୨ଦିନ ପାଇଁ ୧୮ କୋଟି ଭଡ଼ାରେ ନିଆଯାଇଛି ୨୦ ଲିମୋଜିନ୍ କାର, ଜାଣନ୍ତୁ କଣ ରହିଛି ଖାସ୍
Advertisement

G-20 Summit: ୨ଦିନ ପାଇଁ ୧୮ କୋଟି ଭଡ଼ାରେ ନିଆଯାଇଛି ୨୦ ଲିମୋଜିନ୍ କାର, ଜାଣନ୍ତୁ କଣ ରହିଛି ଖାସ୍

G-20 Summit: ରଏଟର୍ସ ରିପୋର୍ଟ ଅନୁଯାୟୀ ସରକାର ୧୮ କୋଟି ଟଙ୍କା ବ୍ୟୟରେ ୨୦ଟି ବୁଲେଟ୍ ପ୍ରୁଫ୍ ଲିମୋଜିନ୍ କାର୍ ନେଇଛନ୍ତି। ଏହି ସ୍ୱତନ୍ତ୍ର ଡିଜାଇନ୍ ହୋଇଥିବା କାରଗୁଡିକ ବିଦେଶୀ ଅତିଥିମାନଙ୍କ ପାଇଁ ଉଦ୍ଦିଷ୍ଟ, ଯାହା ମାଧ୍ୟମରେ ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯିବ।  ତେବେ ଆସନ୍ତୁ ଜାଣିବା ଏହି ସ୍ୱତନ୍ତ୍ର ସୁରକ୍ଷିତ କାରଗୁଡ଼ିକ ବିଷୟରେ…

 

G-20 Summit: ୨ଦିନ ପାଇଁ ୧୮ କୋଟି ଭଡ଼ାରେ ନିଆଯାଇଛି ୨୦ ଲିମୋଜିନ୍ କାର, ଜାଣନ୍ତୁ କଣ ରହିଛି ଖାସ୍

G-20 Summit: ଭାରତ ଜି-20 ସମ୍ମିଳନୀର ଆୟୋଜନ କରୁଛି ତେବେ ଏହାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତକୁ ଆସିବାକୁ ଥିବା ବିଦେଶୀ ଅତିଥିଙ୍କ ସିକ୍ୟୁରିଟିର ବିଶେଷ ଧ୍ୟାନ ରଖୁଛନ୍ତି କେନ୍ଦ୍ର ସରକାର। ଏମିତିକି ତିନିଦିନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଏହି କ୍ରମରେ ସରକାର କେତେକ ବିଶେଷ ବିଦେଶୀ ଅତିଥିଙ୍କ ପାଇଁ ଭଡାରେ ବୁଲେଟ୍ ପ୍ରୁଫ୍ ଲିମୋଜିନ୍ କାର ମଧ୍ୟ ନେଇଛନ୍ତି । ଯାହା ଦ୍ୱାରା ସେମାନଙ୍କର ବିଶେଷ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହି କାରଗୁଡିକ ପାଇଁ କ’ଣ ବିଶେଷ, ଯେଉଁଥିପାଇଁ ଏକ କୋଟିରୁ ଅଧିକ ଭଡା ପ୍ରଦାନ କରାଯାଉଛି ଏବଂ କାହିଁକି ସେମାନେ ଅତ୍ୟନ୍ତ ସୁରକ୍ଷିତ ବୋଲି ବିବେଚନା କରାଯାଏ?

କଣ ଏହି ଲିମୋଜିନ କାର୍?
ଯଦି ଆମେ ଲିମୋଜିନ୍ କାର୍ ବିଷୟରେ କଥା ହେବା, ତେବେ ଏହା ହ୍ୟାଚବ୍ୟାକ୍ ଏବଂ ସେଡାନ୍ ପାର୍ଟନ ଭଳି କାରର ଏକ ଢାଞ୍ଚା। ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଅନେକ କାର ବହୁତ ଲମ୍ବା ଏବଂ ଏହି କାରଗୁଡିକ ଅନେକ ବିଶ୍ୱ ନେତାଙ୍କ କନଭେ ଦେଖାଯାଏ ।ଏକ ଲିମୋଜ୍ନ୍ କାରରେ, ଆଗ ଏବଂ ପଛ ଟାୟାର ମଧ୍ୟରେ ବହୁତ ବ୍ୟବଧାନ ଅଛି । ଅନେକ ଲୋକ ସେମାନଙ୍କର ସେଡାନ୍ କାର ଗୁଡ଼ିକୁ ମଧ୍. ମଡିଫାଏ ବା ଡିଜାଇନ କରି ଲିମୋଜିନ୍ କାର୍ ପରି କରନ୍ତି, ଯେଉଁଥିରେ କାରଟି ମଧ୍ୟଭାଗରୁ କଟାଯାଇଥାଏ ଏବଂ ମଝି ଭାଗରେ କିଛି ଅଂଶ ଯୋଗ କରାଯାଇଥାଏ । ଏହି କାର ଭିତରେ ବହୁତ ସ୍ଥାନ ଅଛି, ଯାହା ଏକ ଡ୍ରଇଂ ରୁମ୍ ପରି ହୋଇଯାଏ। 

ତେବେ ଏଥିରେ ସୋଫା ପରି ନରମ ସିଟ୍ ସହ ଟେବୁଲ ମଧ୍ୟ ଆଦି ରହିଥାଏ। ତେବେ ଏହି କାରର୍ ବହୁତ ଖାଲି ସ୍ଥାନ ରହିଥିବା ବେଳେ ଲଗଜରିଅସ କାର୍ ତାଲିକାରେ ଏହା ସାମିଲ ହୋଇଥାଏ। ଏହି କାର୍ ମଧ୍ୟରେ ଅନେକ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଯେଉଁଥିରେ ଫ୍ରିଜ ପରି ରହିବା ଭଳି ସ୍ଥାନ ରହିଥାଏ। କେବଳ ଫିଲ୍ମ ନୁହଁ ବରଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କନଭେ ରେ ମଧ୍ୟ ଏହି କାର୍ ର ବ୍ୟବହାର ହୋଇଥାଏ। ଏହିକାର ଟି ଲମ୍ବା ସହ ଅତ୍ୟନ୍ତ ଲଗଜରିଅସ କାଟାଗୋରୀରେ ସାମିଲ ହୋଇଥାଏ। 

ଏହି ବୁଲେଟ ପ୍ରୁଫ୍ କାର୍ ରେ କଣ ରହିଛି ଖାସ?
ଯଦି ଆମେ ବୁଲେଟପ୍ରୁଫ୍ ଲିମୋଜିନ୍ ବିଷୟରେ କଥା ହେବା, ତେବେ ଏହି କାରଗୁଡିକ କେବଳ ବିଳାସପୂର୍ଣ୍ଣ ନୁହେଁ, ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହା ଅତ୍ୟନ୍ତ ସ୍ୱତନ୍ତ୍ର । ବିଶ୍ୱାସ କରାଯାଏ ଯେ ଏହି କାରଗୁଡିକରେ କେବଳ ଗ୍ଲାସ୍ ନୁହେଁ ଏହାର ପୂରା ବଡ଼ି ମଧ୍ୟ ବୁଲେଟ୍ ପ୍ରୁଫ୍ ଅଟେ। ଯଦିଓ ପ୍ରତ୍ୟେକ ବୁଲେଟପ୍ରୁଫ୍ କାରର ନିଜସ୍ୱ ବିଶେଷତା ଅଛି, କିନ୍ତୁ ସାଧାରଣ ବୁଲେଟ୍ ପ୍ରୁଫ୍ ଲିମୋଜିନ୍ ମଧ୍ୟ ବୁଲେଟ୍ ଆକ୍ରମଣକୁ ପ୍ରତିହତ କରିବାର ଶକ୍ତି ଓ ସାମର୍ଥ୍ୟ ରଖିଥାଏ । ଉଲ୍ଲେଖଥାଉ କି, ଆମେରିକାର ରାଷ୍ଟ୍ରପତିଙ୍କ ଲିମୋଜିନ୍ ଉପରେ କେମିକାଲ ଆକ୍ରମଣ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟ ପ୍ରଭାବହୀନ। 

ଏଠାରେ କହିରଖୁଛୁ ଯେ, ଅନେକ କମ୍ପାନୀ ବୁଲେଟ୍ ପ୍ରୁଫ୍ ଲିମୋଜିନ୍ ଉତ୍ପାଦନ କରନ୍ତି, ଯେଉଁଥିରେ ଅନେକ ସଶସ୍ତ୍ର ଯାନ ମଧ୍ୟ ଅଛି। ଏଭଳି ପରିସ୍ଥିତିରେ ସରକାର ଲିଜ୍ ନେଇଥିବା କାର ବିଷୟରେ ବିସ୍ତୃତ ସୂଚନା ପାଇବା ପରେ ଏହାର ଅନ୍ୟ କେଉଁ ବୈଶିଷ୍ଟ୍ୟ ଅଛି ତାହା କୁହାଯାଇପାରେ। କିନ୍ତୁ,ଏହା ନିଶ୍ଚିତ ଯେ ବିଳାସପୂର୍ଣ୍ଣ ହେବା ବ୍ୟତୀତ ଏହି କାରଗୁଡିକ କୌଣସି ବି ପ୍ରତିକୂଳ ପରିସ୍ଥିତିରେ ଅତିଥିଙ୍କ ଯତ୍ନ ନେଇପାରିବ ଏଥିରେ ସନ୍ଦେହ ନାହିଁ। 

Also Read: SIM Card Rules: ଏହି ଦିନରୁ ସିମକାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ, ବେଖାତିର କଲେ ୧୦ ଲକ୍ଷ ଟଙ୍କା ଜୋରିମାନା