ସରକାରଙ୍କ ବଡ ସଫଳତା! ପଳାତକ ବ୍ୟବସାୟୀ ମେହୁଲ ଚୋକସି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପହଞ୍ଚିବ ଭାରତ?
Advertisement

ସରକାରଙ୍କ ବଡ ସଫଳତା! ପଳାତକ ବ୍ୟବସାୟୀ ମେହୁଲ ଚୋକସି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପହଞ୍ଚିବ ଭାରତ?

ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ କହିଛନ୍ତି କି ସେ ଡୋମିନିକା ସରକାର ଓ ସେଠାରେ ଥିବା ଆଇନ ବିଭାଗକୁ ଅନୁରୋଧ କରିଛନ୍ତି ଯେ ଚୋକସିକୁ ଆଣ୍ଟିଗୁଆକୁ ପଠାଯିବା ପରିବର୍ତ୍ତେ ସିଧାସଳଖ ଭାରତ ପଠାଇ ଦିଅନ୍ତୁ । ସେ କହିଛନ୍ତି ଯେ ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ ଯେ ଯଦି ଚୋକସି ଯଦି ଦେଶରୁ ପଳାୟନ କରନ୍ତି, ତେବେ ତାଙ୍କ ନାଗରିକତ୍ୱ ନେଇ ନିଆଯିବ ।

ସରକାରଙ୍କ ବଡ ସଫଳତା! ପଳାତକ ବ୍ୟବସାୟୀ ମେହୁଲ ଚୋକସି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପହଞ୍ଚିବ ଭାରତ?

ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି (Mehul Choksi) ଭାରତକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ (Gaston Browne) କହିଛନ୍ତି ଯେ ଡୋମିନିକାରୁ  (Dominica) ଆଣ୍ଟିଗୁଆ ଆଣିବା ପରିବର୍ତ୍ତେ ଚୋକସିଙ୍କୁ ସିଧାସଳଖ ଭାରତ ପଠାଯାଇପାରେ । ସେ କହିଛନ୍ତି ଯେ ଯଦି ସବୁକିଛି ଠିକ୍ ହୁଏ ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚୋକସି ଭାରତରେ ଥିବେ । ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗଙ୍କ (CID) ଅଧୀନରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଜୁନରେ ହେବାକୁ ଯାଉଛି ଅନେକ ବଡ ପରିବର୍ତ୍ତନ! ଆପଣଙ୍କ ପକେଟ ଉପରେ ପଡିବ ସିଧାସଳଖ ପ୍ରଭାବ

ଭାରତ ସହିତ ନିରନ୍ତର ଯୋଗାଯୋଗରେ ବ୍ରାଉନ୍

କୂଟନୈତିକ ସମ୍ବାଦଦାତା ସିଦ୍ଧନ୍ତ ସିବଲଙ୍କ ସହ ସ୍ୱତନ୍ତ୍ର ଆଲୋଚନାରେ ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗଷ୍ଟନ୍ ବ୍ରାଉନେ (Gaston Browne) କହିଛନ୍ତି ଯେ ସେ ଭାରତ ସରକାର ଓ ଡୋମିନିକା ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆକୁ ଫେରାଇ ଆଣିବା ପରିବର୍ତ୍ତେ ତାଙ୍କୁ ସିଧାସଳଖ ଭାରତ ପଠାଇବାକୁ ଯୋଜନା ରହିଛି । ସେ କହିଛନ୍ତି ଯେ ଡୋମିନିକା ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଓ ଯଦି ସବୁ କିଛି ଠିକ୍ ହୁଏ ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତରେ ଚୋକସି ଭାରତରେ ଥିବେ ।

ଅଧିକ ପଢ଼ନ୍ତୁ:-ସର୍ବାଧିକ କେତେ ବର୍ଷ ବଞ୍ଚିପାରିବେ ଆପଣ? ବଡ଼ ଖୁଲାସା କଲେ ବୈଜ୍ଞାନିକ
 
'ପଠାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ'

ଗେଷ୍ଟନ୍ ବ୍ରାଉନ୍ ଆହୁରି ମଧ୍ୟ କହିଛନ୍ତି ଯେ ସେ ଡୋମିନିକା ସରକାର ଓ ସେଠାରେ ଥିବା ଆଇନ ବିଭାଗକୁ ଆଣ୍ଟିଗୁଆକୁ ପଠାଯିବା ପରିବର୍ତ୍ତେ ସିଧାସଳଖ ଭାରତକୁ ପଠାଇବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ ଯେ ଯଦି ମେହୁଲ ଚୋକସି ଦେଶ ଛାଡି ପଳାନ୍ତି ତେବେ ତାଙ୍କ ନାଗରିକତ୍ୱ ଛଡ଼ାଇ ନିଆଯିବ । ତେଣୁ ବର୍ତ୍ତମାନ ତାଙ୍କୁ ଭାରତ ପଠାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।  ନାଗରିକ ଭାବରେ ତାଙ୍କର କୌଣସି ଆଇନଗତ ଅଧିକାର ନାହିଁ। 

ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ କୋରୋନା ହେବାର ଆଶଙ୍କା ଅଧିକ! ଏହା ହେଉଛି କାରଣ...

୨୦୧୮ ଠାରୁ ଆଣ୍ଟିଗୁଆରେ ଥିଲେ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ସ୍କାମରେ ଅଭିଯୁକ୍ତ ମେହୁଲ ଚୋକସି ହଠାତ୍ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ । ଏହା ପରେ ଇଣ୍ଟରପୋଲ ତାଙ୍କୁ ଧରିବା ପାଇଁ 'ୟେଲୋ ନୋଟିସ' ଜାରି କରିଥିଲା । ଚୋକସି ଆଣ୍ଟିଗୁଆ ଓ ବାରବୁଡାର ନାଗରିକତ୍ୱ ନେବା ପରେ ୨୦୧୮ ଠାରୁ ଏଠାରେ ରହିଆସୁଥିଲେ । ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଇଣ୍ଟରପୋଲ ୟେଲୋ ନୋଟିସ ଜାରି କରେ । ତାଙ୍କୁ ଶେଷ ଥର ପାଇଁ ରବିବାର ଦିନ ତାଙ୍କ କାରରେ ରାତ୍ରୀ ଭୋଜନ ପାଇଁ ଆଣ୍ଟିଗୁଆ ଓ ବାରବୁଡାରେ ଯାଉଥିବାର ଦେଖାଯାଇଥିଲା । ଚୋକସିଙ୍କ କାର ମିଳିବା ପରେ ତାଙ୍କ କର୍ମଚାରୀମାନେ ନିଖୋଜ ଥିବା ଖବର ଦେଇଥିଲେ ।