ପେଟ୍ରୋଲ ଏକ୍ସାଇଜ୍ ଡ୍ୟୁଟି ୫ ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ ପାଇଛି
Advertisement

ପେଟ୍ରୋଲ ଏକ୍ସାଇଜ୍ ଡ୍ୟୁଟି ୫ ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ ପାଇଛି

ପେଟ୍ରୋଲ ଏକ୍ସାଇଜ୍ ଡ୍ୟୁଟି ୫ ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ ପାଇଛି। 

ପେଟ୍ରୋଲ ଏକ୍ସାଇଜ୍ ଡ୍ୟୁଟି ୫ ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ ପାଇଛି

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳି ଅବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ମିଳିଛି ଏକ ବଡ ଉପହାର। ଡିଜେଲ-ପେଟ୍ରୋଲ ମହଙ୍ଗା ମାଡରୁ ଲୋକଙ୍କୁ ମିଳିଛି ଆଶ୍ୱସ୍ତି। ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଯାହା ଦ୍ୱାରା ଡିଜେଲ ମୂଲ୍ୟ ଉପରେ ୧୦ ଏବଂ ପେଟ୍ରୋଲ ଉପରେ ୫ ଟଙ୍କା ଦର ହ୍ରାସ ପାଇବ। 

ଦୀପାବଳି (Diwali) ପୂର୍ବ ସନ୍ଧ୍ୟାରେ ସରକାର ପେଟ୍ରୋଲ (Petrol) ଏବଂ ଡିଜେଲ (Diesel) ଉପରେ ଲାଗୁ ହୋଇଥିବା ଏକ୍ସାଇଜ୍ ଡ୍ୟୁଟି (Excise Duty) ହ୍ରାସ କରିବାକୁ ଘୋଷଣା କରିଛନ୍ତି। ପେଟ୍ରୋଲ ଏକ୍ସାଇଜ୍ ଡ୍ୟୁଟି ୫ ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ ପାଇଛି। ଏହା ଆସନ୍ତାକାଲି ଠାରୁ ଲାଗୁ ହେବ। ଡିଜେଲ ଦର ହ୍ରାସ ଆଗାମୀ ରବି ଋତୁରେ (Ravi Season) ଚାଷୀଙ୍କୁ ଆଶ୍ୱସ୍ତିକର ହେବ। 

ସରକାରଙ୍କ ବିଶ୍ୱାସ କଠିନ ପରିଶ୍ରମ ସହିତ ଲକ ଡାଉନ (Lock Down) ସମୟରେ ଅର୍ଥନୈତିକ ଅଭିବୃଦ୍ଧିର ଗତିକୁ ବଜାୟ ରଖିଛନ୍ତି କୃଷକ। ଡିଜେଲ ଉପରେ ଲାଗି ହୋଇଥିବା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ହେବା ଫଳରେ ଏହା ଆସନ୍ତା ରବି ଋତୁରେ ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଗତ କିଛି ମାସ ମଧ୍ୟରେ ଅଶୋଧିତ ତୈଳ ଦର ମୂଲ୍ୟରେ ବିଶ୍ୱ ସ୍ତରରେ ବୃଦ୍ଧି ଘଟିଛି। ଫଳସ୍ୱରୂପ, ଗତ ସପ୍ତାହରେ ମୁଦ୍ରାସ୍ଫୀତି ଚାପରେ ପେଟ୍ରୋଲ ଏବଂ ଡିଜେଲର ଘରୋଇ ମୂଲ୍ୟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଶ୍ୱରେ ସମସ୍ତ ପ୍ରକାରର ଶକ୍ତି ଅଭାବ ଏବଂ ମୂଲ୍ୟବୃଦ୍ଧି ମଧ୍ୟ ଦେଖାଗଲା। ଦେଶରେ ଶକ୍ତି ସଂକଟ ଅଭାବ ନହେବାକୁ ସରକାର ଚେଷ୍ଟା କରିଛନ୍ତି ଏବଂ ଆବଶ୍ୟକତା ପୂରଣ ପାଇଁ ପେଟ୍ରୋଲ ଏବଂ ଡିଜେଲ ଭଳି ଦ୍ରବ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି।

Also Read: ଦୀପାବଳୀ ପୂର୍ବରୁ ଏହି ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଦେଲେ ବଡ଼ ଉପହାର, ବିଦ୍ୟୁତ ଦର ୟୁନିଟ୍ ପିଛା ୩ ଟଙ୍କା ହ୍ରାସ

ସରକାରଙ୍କ ପକ୍ଷରୁ କୁହାଯାଇଛି ଅର୍ଥନୀତିକୁ ଅଧିକ ଉତ୍ସାହିତ କରିବା ପାଇଁ ଡିଜେଲ ଏବଂ ପେଟ୍ରୋଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଦ୍ୱାରା ବ୍ୟବହାର ବୃଦ୍ଧି ପାଇବ ଏବଂ ମୁଦ୍ରାସ୍ଫୀତି କମ୍ ରହିବ, ଯାହା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କୁ ସାହାଯ୍ୟ କରିବ। ଏହି ନିଷ୍ପତ୍ତି ସମଗ୍ର ଅର୍ଥନୈତିକ ଚକ୍ରକୁ ଅଧିକ ଗତି ଦେବ ବୋଲି ଆଶା କରାଯାଉଛି। ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିବାକୁ ରାଜ୍ୟ ଉଦ୍ଦେଶ୍ୟରେ ନିବେଦନ କରିଛି କେନ୍ଦ୍ର।