Sharad Yadav Passes Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ୭୫ ବର୍ଷରେ ଦେହାନ୍ତ
Advertisement

Sharad Yadav Passes Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ୭୫ ବର୍ଷରେ ଦେହାନ୍ତ

Sharad Yadav Death: ପିତା ଶରଦ ଯାଦବଙ୍କ ମୃତ୍ୟୁ ସମ୍ପର୍କରେ ଝିଅ ସୁଭାଷିନୀ ଯାଦବ ସୂଚନା ଦେଇଛନ୍ତି। ଏନେଇ ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୯.୩୦ ସମୟରେ ଶରଦ ଯାଦବଙ୍କ ଫୋର୍ଟିସ୍ ହସ୍ପିଟାଲ ଠାରେ ମୃତ୍ୟୁ ହୋଇଥିଲା। ପୂର୍ବତନ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ବିହାରର ରାଜନୈତିକ ମହଲରେ ଶୋକର ଲହରୀ ଖେଳିଯାଇଛି। 

Sharad Yadav Passes Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ୭୫ ବର୍ଷରେ ଦେହାନ୍ତ

Sharad Yadav Passes Away: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ୭୫ ବର୍ଷରେ ଦେହାନ୍ତ ହୋଇଛି। ତାଙ୍କ ଝିଅ ସୁଭାଷିନୀ ଯାଦବ ତାଙ୍କ ମୃତ୍ୟୁ ସମ୍ପର୍କରେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ସୂଚନା 
ଦେଇଛନ୍ତି। ପୂର୍ବତନ ଜେଡିୟୁ ରାଷ୍ଟ୍ରୀୟ ସଭାପତି ସଭାପତି ରହିଥିବା ଶରଦ ଯାଦବ ଗୁରୁଗ୍ରାମସ୍ଥିତ ଫୋର୍ଟିସ୍ ହସ୍ପିଟାଲ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶରଦ ଯାଦବ ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଥିଲେ।

ପିତା ଶରଦ ଯାଦବଙ୍କ ମୃତ୍ୟୁ ସମ୍ପର୍କରେ ଝିଅ ସୁଭାଷିନୀ ଯାଦବ ସୂଚନା ଦେଇଛନ୍ତି। ଏନେଇ ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୯.୩୦ ସମୟରେ ଶରଦ ଯାଦବଙ୍କ ଫୋର୍ଟିସ୍ ହସ୍ପିଟାଲ ଠାରେ ମୃତ୍ୟୁ ହୋଇଥିଲା। ପୂର୍ବତନ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ବିହାରର ରାଜନୈତିକ ମହଲରେ ଶୋକର ଲହରୀ ଖେଳିଯାଇଛି। 

ବିହାର ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ରଖିଥିବା ଶରଦ ଯାଦବଙ୍କ ବିୟୋଗ ସମସ୍ତଙ୍କୁ ଦୁଃଖିତ କରିଛି। ତାଙ୍କର ସମାଜବାଦୀ ରାଜନୀତି ତାଙ୍କୁ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲା। ହେଲେ ବର୍ତ୍ତମାନ ସେହି ମହାନ ନେତା ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ସମାଜବାଦୀ ଶରଦ ଯାଦବ ଅନେକ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଥିଲେ। ତୃଣମୂଳ ସ୍ତରରେ ଜେଡିୟୁ ସଙ୍ଗଠନକୁ ମଜବୁତ କରିଥିଲେ।ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ସମାଜବାଦୀ ନେତା ଜଣଙ୍କ ୧୯୪୭ ମସିହାରେ ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲାର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। 

ଶରଦ ଯାଦବ ଅଧ୍ୟୟନ ସମୟରୁ ରାଜନୀତିରେ ଆଗ୍ରହ ପ୍ରକାଶ କରିଥିଲେ। ୧୯୭୧ ମସିହାରେ ସେ ନିଜର ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କରିଥିଲେ। ଡକ୍ଟର ରାମ ମନୋହର ଲୋହିଆଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ଜଣେ ସକ୍ରିୟ ଯୁବ ନେତା ଭାବେ ଶରଦ ଯାଦବ ଅନେକ ଆନ୍ଦୋଳନରେ ଭାଗ ନେଇଥିଲେ। ୧୯୬୯-୭୦, ୧୯୭୨ ଏବଂ ୧୯୭୫ ମସିହାରେ ମିସା ଅଧୀନରେ ତାଙ୍କୁ ଗିରଫ କରାଯାଇଥିଲା।