'ଏହା ଦୁନିଆକୁ ଧ୍ୱଂସ କରିଦେବ', ଜାଣନ୍ତୁ କାହିଁକି ୩ ସେଣ୍ଟିମିଟରର ଜୀବକୁ ନେଇ ଟେନସନରେ ବିଶ୍ୱର ବୈଜ୍ଞାନିକ
Advertisement

'ଏହା ଦୁନିଆକୁ ଧ୍ୱଂସ କରିଦେବ', ଜାଣନ୍ତୁ କାହିଁକି ୩ ସେଣ୍ଟିମିଟରର ଜୀବକୁ ନେଇ ଟେନସନରେ ବିଶ୍ୱର ବୈଜ୍ଞାନିକ

ସାରା ଦୁନିଆରେ କୋରୋନା ମହାମାରୀ (Coronavirus Epidemic) ସଙ୍କଟ ଜାରି ରହିଛି । କୋରୋନା ଭୂତାଣୁ  (COVID-19) ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମନେ କରାଯାଉଛି ଯେ ଏହି ଭୂତାଣୁ ଏକ ବନ୍ୟ ପଶୁଠାରୁ ମନୁଷ୍ୟ ଯାଏ ବ୍ୟାପିଛି । ବର୍ତ୍ତମାନ ଆଉ ଏକ ଜୀବକୁ ନେଇ ଚେତାବନୀ ଜାରି କରାଯାଇଛି, ଯାହାର ନାମ ଫ

'ଏହା ଦୁନିଆକୁ ଧ୍ୱଂସ କରିଦେବ', ଜାଣନ୍ତୁ କାହିଁକି ୩ ସେଣ୍ଟିମିଟରର ଜୀବକୁ ନେଇ ଟେନସନରେ ବିଶ୍ୱର ବୈଜ୍ଞାନିକ

ନୂଆଦିଲ୍ଲୀ: ସାରା ଦୁନିଆରେ କୋରୋନା ମହାମାରୀ (Coronavirus Epidemic) ସଙ୍କଟ ଜାରି ରହିଛି । କୋରୋନା ଭୂତାଣୁ  (COVID-19) ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମନେ କରାଯାଉଛି ଯେ ଏହି ଭୂତାଣୁ ଏକ ବନ୍ୟ ପଶୁଠାରୁ ମନୁଷ୍ୟ ଯାଏ ବ୍ୟାପିଛି । ବର୍ତ୍ତମାନ ଆଉ ଏକ ଜୀବକୁ ନେଇ ଚେତାବନୀ ଜାରି କରାଯାଇଛି, ଯାହାର ନାମ ଫ୍ଲାଟୱର୍ମ  (Flatworm) । ଆଶଙ୍କା କରାଯାଉଛି ଯେ ଏହି ଛୋଟ ଜୀବ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିପାରେ ।

ମିଡିଆ ରିପୋର୍ଟ ଅନୁଯାୟୀ, ଦୁଇଟି ନୂତନ ପ୍ରଜାତିର କୀଟପତଙ୍ଗ ଆବିଷ୍କୃତ ହୋଇଛି, ଯାହା ବର୍ତ୍ତମାନ ଜଙ୍ଗଲ ଓ ଉଦ୍ୟାନରେ ଦେଖିବାକୁ ମିଳୁଛି । ଯଦି ଏହାର ଶୀଘ୍ର ସମାଧାନ ନ ବାହାର କରାଯାଏ, ତେବେ ଏହା ଆପଣଙ୍କର ଘର ଓ ରୋଷେଇ ଶାଳାରେ ପହଞ୍ଚିପାରେ । ବୈଜ୍ଞାନିକଙ୍କ ଅନୁଯାୟୀ, ଫ୍ଲାଟୱର୍ମଗୁଡିକର (Flatworm) ଲମ୍ବ ମାତ୍ର ୩ ସେଣ୍ଟିମିଟର, କିନ୍ତୁ ସେଗୁଡିକ ୩ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ । ଏହାର ପ୍ରଜନନ ହାର ମଧ୍ୟ ବହୁତ ଦ୍ରୁତ ହୋଇଥାଏ । ଯେତେବେଳେ ବୈଜ୍ଞାନିକମାନେ ଏହି କୀଟମାନଙ୍କ ବିଷୟରେ ଜାଣିବାକୁ ପାଇଲେ, କିଛି ଦିନ ମଧ୍ୟରେ ସେମାନେ ପୃଥିବୀର ଅନ୍ୟ ତିନୋଟି ଦେଶରେ ପହଞ୍ଚିସାରିଥିଲେ ।

ଦି ସନ୍ ରିପୋର୍ଟ ଅନୁଯାୟୀ, ବ୍ରିଟେନର ବଗିଚାରେ ଫ୍ଲାଟୱର୍ମ (Flatworm) ଦେଖିବାକୁ ମିଳିଛି, କିନ୍ତୁ ଫ୍ରାନ୍ସ, ଇଟାଲୀ ଏବଂ ଆଫ୍ରିକାରେ ମଧ୍ୟ ଏହା ଦେଖିବାକୁ ମିଳିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବିଶ୍ୱରେ ଉଦ୍ଭିଦଗୁଡିକର ବୃହତ ରପ୍ତାନି ହେଉଛି । ଏଭଳି ପରିସ୍ଥିତିରେ ସେମାନେ ସହଜରେ ଅନେକ ଦେଶକୁ ବ୍ୟାପିପାରନ୍ତି । ଏପର୍ଯ୍ୟନ୍ତ ଏହାର ୧୦ଟି ପ୍ରଜାତି ଏସିଆରୁ ସାରା ଦୁନିଆକୁ ବ୍ୟାପିଛି । ଉଦ୍ଭିଦଗୁଡିକର ଆମଦାନୀ-ରପ୍ତାନି ମାଧ୍ୟମରେ ଏହାର ବିସ୍ତାର ହୋଇଛି । 

ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଜୀବ ବ୍ରିଟିଶ ଉଦ୍ୟାନର ପ୍ରାକୃତିକ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରିପାରେ । ଏଥିସହ ଏହା ଗ୍ରାମାଞ୍ଚଳରେ ଫସଲ ଅମଳର କ୍ଷତି ମଧ୍ୟ କରିପାରେ । ଏହା ବ୍ୟତୀତ ପ୍ୟାରିସର ଜାତୀୟ ଇତିହାସ ସଂଗ୍ରହାଳୟର ବିଶେଷଜ୍ଞମାନେ ଲକଡାଉନ୍ ସମୟରେ ସର୍ବଶେଷ ତଥ୍ୟକୁ ଦେଖି ନୂତନ ପ୍ରଜାତି ବିଷୟରେ ଚେତାବନୀ ଦେଇଛନ୍ତି । ଏହି ପ୍ରସଙ୍ଗରେ ପ୍ରଫେସର ଜାନ ଲୁ ଜଷ୍ଟିନ କହିଛନ୍ତି ଯେ, ଏହି ପ୍ରଜାତିରେ ଆକ୍ରମଣକାରୀ ତଥା ସମଗ୍ର ବିଶ୍ୱରେ ବିସ୍ତାର ହେବାର କ୍ଷମତା ରହିଛି ।

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ ପାଇଁ ଏହି ୩ଟି ରାଜ୍ୟରେ ବଢ଼ିଲା କଂଗ୍ରେସର ସଙ୍କଟ, ହୁଡ୍ଡା ଓ ଆନନ୍ଦ ଶର୍ମା ମଧ୍ୟ ବଢ଼ାଇଲେ ଟେନସନ୍

ଏହା ବି ପଢ଼ନ୍ତୁ:-କଂଗ୍ରେସର ସ୍ଥାନ ନେବାକୁ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି! ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ' ଆଗରେ କେଜ୍ରିୱାଲଙ୍କ ଏହା ହେଉଛି ପ୍ଲାନ୍

ଏହା ବି ପଢ଼ନ୍ତୁ:-'ଯଦି ମୁଁ ଜାଣିଥାନ୍ତି ରାଜନୀତି ଏତେ ଖରାପ ତ ଏଥିରେ କେବେ ଆସି ନଥାନ୍ତି', ଜାଣନ୍ତୁ ଏମିତି କାହିଁକି କହିଲେ ମମତା ବାନାର୍ଜୀ

 

ଏଥି ସହିତ ନମୁନା ସଂଗ୍ରହକାରୀ ଏନ୍ରିକୋ ରୁଜିୟରଙ୍କ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉତ୍ତାପ ବୃଦ୍ଧି ପାଉଛି । ପୃଥିବୀ ଗରମ ହେବା ସହ ହଜାର ହଜାର ଫ୍ଲାଟୱର୍ମ (Flatworm) ବାହାରକୁ ଆସୁଛନ୍ତି । ଏପରି ପରିସ୍ଥିତିରେ ଆଗାମୀ ଦିନରେ ଏହି ସମସ୍ୟା ଅଧିକ ବଢ଼ିପାରେ । ବର୍ତ୍ତମାନ ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରୁଛନ୍ତି ।