Shyam Saran Negi Passes Away: ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ, ଜାଣନ୍ତୁ ତାଙ୍କ ଜୀବନ କାଳ ଭିତରେ କେତେ ଥର ଦେଇଥିଲେ ଭୋଟ୍ ?
Advertisement
Article Detail0/zeeodisha/odisha1426150

Shyam Saran Negi Passes Away: ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ, ଜାଣନ୍ତୁ ତାଙ୍କ ଜୀବନ କାଳ ଭିତରେ କେତେ ଥର ଦେଇଥିଲେ ଭୋଟ୍ ?

Shyam Saran Negi Passes Away: ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ(Shyam Saran Negi ) ଙ୍କ ପରଲୋକ ହୋଇଛି । ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ହିମାଚଳ ପ୍ରଦେଶ କାଲ୍‌ପା ବାସଭବନରେ ୧୦୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି ।

Shyam Saran Negi Passes Away: ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ, ଜାଣନ୍ତୁ ତାଙ୍କ ଜୀବନ କାଳ ଭିତରେ କେତେ ଥର ଦେଇଥିଲେ ଭୋଟ୍ ?

Shyam Saran Negi Passes Away: ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ(Shyam Saran Negi ) ଙ୍କ ପରଲୋକ ହୋଇଛି । ଆଜି ସକାଳେ  ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ହିମାଚଳ ପ୍ରଦେଶ କାଲ୍‌ପା ବାସଭବନରେ ୧୦୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ଶେଷଥର ପାଇଁ ୨ ତାରିଖରେ ମତଦାନ କରିଥିଲେ ନେଗୀ  । ନେଗୀଙ୍କ ପରଲୋକ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟ କରିଛନ୍ତି । ସେ ନିଜ ଟୁଇଟରେ ଲେଖିଛନ୍ତି ଯେ, 'ଏହା ଅତ୍ୟନ୍ତ ଦୁଃଖଦ ଖବର, ଯୁବ ଭୋଟରଙ୍କ ପାଇଁ ନିର୍ବାଚନରେ ଅଂଶଗ୍ରହଣ କରିବା ଏବଂ ଆମର ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଏକ ପ୍ରେରଣା ଭାବରେ କାର୍ଯ୍ୟ କରୁଥିଲେ'। ଏହାସହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ନେଗୀଙ୍କ ପରଲୋକ ନେଇ ଶୋକବ୍ୟକ୍ତ କରିଛନ୍ତି । ସେ ନିଜ ଟୁଇଟରେ ଲେଖିଛନ୍ତି ଯେ, 'ସ୍ବାଧୀନ ଭାରତର ପ୍ରଥମ ଭୋଟର ତଥା ଶ୍ୟାମ ସରନ ନେଗୀ ଜୀଙ୍କ ଦେହାନ୍ତ ଖବର ଶୁଣି  ଅତ୍ୟନ୍ତ ଦୁଃଖିତ,ସେ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ସେ ନଭେମ୍ବର ୨ ରେ ୩୪ ତମ ଥର ପାଇଁ ବିଧାନସଭା ନିର୍ବାଚନ ପାଇଁ ଡାକ ଭୋଟ୍ ଦେଇଥିଲେ, ଯାହା ସ୍ମୃତି ସର୍ବଦା ରହିବ '। 

ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଗତ ୨ ତାରିଖରେ ପୋଷ୍ଟାଲ ବାଲାଟରେ ନିଜ ଭୋଟଦାନ କରିଥିଲେ ନେଗୀ । ନେଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ନେଗୀଙ୍କ ଘରେ ରେଡ କାର୍ପେଟ ବିଛାଯିବା ସହ ତାଙ୍କ ଭୋଟଦାନର ବ୍ୟବସ୍ଥା କରାଯାଇଥିଲା। ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ସମ୍ମାନିତ କରିଥିଲେ। ନେଗୀ ତାଙ୍କ ନିଜ ଜୀବନକାଳ ମଧ୍ୟରେ ୩୩ ଥର ମତଦାନ କରିଛନ୍ତି। ନେଗୀଙ୍କ ଶେଷକୃତ ସମ୍ପନ୍ନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।

 ଏହାବି ପଢନ୍ତୁ : Delhi: ବିଷାକ୍ତ ବାୟୁ ବଳୟରେ ରାଷ୍ଟ୍ରୀୟ ରାଜଧାନୀ, ଆହୁରି ବିଗିଡି ପାରେ ସ୍ଥିତି

ଜୁଲାଇ ୧୯୧୭ରେ ଜନ୍ମିତ ଶ୍ୟାମ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତରେ ପ୍ରଥମ ଭୋଟ୍‌ ଦେଇଥିଲେ। ୧୯୪୭ରେ ଭାରତ ସ୍ୱାଧୀନତା ପାଇବା ପରେ ପ୍ରଥମ ଥର ପାଇଁ ୧୯୫୨ରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। କିନ୍ତୁ ପାଣିପାଗ ଖରାପ କାରଣରୁ ୧୯୫୧ରେ ୫ ମାସ ପୂର୍ବରୁ ହିମାଚଳର କିନ୍ନୌର ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଇଥିଲା। ଚଳିତ ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ୬୮ ଆସନ ପାଇଁ ନଭେମ୍ବର ୧୨ରେ ଭୋଟ୍‌ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ କରାଯିବ। ଡିସେମ୍ବର ୮ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଜଣାପଡିଛି । ଏହା ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ଭୋଟର୍‌ଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୋଷ୍ଟାଲ ବାଲାଟ୍ ଜରିଆରେ ମତଦାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହି ମତଦାନ ନଭେମ୍ବର ୧ରୁ ୩ଯାଏ ହୋଇଥିଲା।