Delhi Chalo: ମାର୍ଚ୍ଚ ୬ରେ ପୁଣି ଆରମ୍ଭ ହେବ ‘ଦିଲ୍ଲୀ ଚଲୋ’ ଅଭିଯାନ, ବିନା ଟ୍ରାକ୍ଟରରେ ଆସିବାକୁ ସରକାରଙ୍କ ତାଗିଦ
Advertisement
Article Detail0/zeeodisha/odisha2140181

Delhi Chalo: ମାର୍ଚ୍ଚ ୬ରେ ପୁଣି ଆରମ୍ଭ ହେବ ‘ଦିଲ୍ଲୀ ଚଲୋ’ ଅଭିଯାନ, ବିନା ଟ୍ରାକ୍ଟରରେ ଆସିବାକୁ ସରକାରଙ୍କ ତାଗିଦ

Delhi Chalo: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି (MSP) ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଚାଷୀଙ୍କ ଦ୍ବାରା ପଞ୍ଜାବରେ କରାଯାଇଥିବା ଆନ୍ଦୋଳନ ଆଗକୁ ମଧ୍ଯ ଜାରି ରହିବ ବୋଲି ରବିବାର ଘୋଷଣା କରାଯାଇଛି । ପଞ୍ଜାବ- ହରିୟାଣା ସୀମାରେ ଡ଼େରା ପକାଇଥିବା ଚାଷୀମାନେ ମାର୍ଚ୍ଚ ୬ରେ ପୁଣି ଦିଲ୍ଲୀ ଅଭିମୁଖେ ଅଭିଯାନ ଆରମ୍ଭ କରିବେ ।

ସୂଚନା ଅନୁଯାୟୀ, ଆସନ୍ତା ୧୦ ମଧ୍ଯାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ମଜଦୁର ନେତା ଶରୱଣ ସିଂହ ପନ୍ଧର ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି, ‘ପଞ୍ଜାବ- ହରିୟାଣା ସୀମାର ସମ୍ଭୁ- ଖନୌରୀ ସୀମାରେ ଡ଼େରା ପକାଇଥିବା ଚାଷୀମାନେ ସେଠାରେ ପୁର୍ନବାର ଆନ୍ଦୋଳନ ଜାରି ରଖିବେ । ଅନ୍ୟ ରାଜ୍ୟର ଚାଷୀମାନେ ୬ ତାରିଖରେ ନିଜ ନିଜ ବ୍ୟବସ୍ଥାରେ ଦିଲ୍ଲୀରେ ପହଁଞ୍ଚିବେ’ । ସେ ଆଉ ମଧ୍ଯ କହିଛନ୍ତି, ‘ସରକାର କହୁଛନ୍ତି ଚାଷୀମାନେ ଟ୍ରେନ୍ କିମ୍ବା ବସରେ ଦିଲ୍ଲୀ ଆସିପାରିବେ । କିନ୍ତୁ ଟ୍ରାକ୍ଟରେ ଆସିବା ନେଇ ଅନୁମତି ମିଳିହ ନାହିଁ । ହେଲେ ଟ୍ରେନରେ ଦିଲ୍ଲୀ ଆସୁଥିବା ବିହାର- କର୍ଣ୍ଣାଟକର ଚାଷୀମାନଙ୍କୁ ଗିରଫ କରାଯାଉଛି । ତେବେ ମାର୍ଚ୍ଚ ୬ରେ ସ୍ପଷ୍ଟ ହେବ ଯେ ସରକାର ଟ୍ରାକ୍ଟର ବିନା ଚାଷୀଙ୍କୁ ଟ୍ରେନରେ ଓ ବସରେ ଦିଲ୍ଲୀ ଆସିବାକୁ ଦେଉଛନ୍ତି ନା ନାହିଁ’ ।  ତେବେ ପୁଣି ଆରମ୍ଭ ହେବାକୁ ଥିବା ଦିଲ୍ଲୀ ଚଲୋ ଅଭିଯାନକୁ ସଫଳ କରିବା ପାଇଁ ଚାଷୀ ସଂଗଠନ ଗୁଡ଼ିକ ବୈଠକ ପରେ ବୈଠକ କରୁଥିବା ଦେଖିବାକୁ ମିଳିଛି । ଏଥିରେ ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ଚାଷୀ ନେତାମାନେ ଯେପରି ଅଧିକ ସଂଖ୍ୟାରେ ସାମିଲ ହେବେ ତାହା ଉପରେ ଗୁରୁତ୍ବାରୋପ କରାଯାଉଛି ।

Also Read- Haryana INLD Chief: ନାଫେ ସିଂ ରାଠି ହତ୍ୟା ମାମଲା, ୨ ହତ୍ୟାକାରୀକୁ ଗୋଆରୁ ଗିରଫ କଲା ପୋଲିସ

ଅନ୍ୟପକ୍ଷରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତା ୧୪ରେ ଦିଲ୍ଲୀ ଅଭିଯାନରେ ଯିବ ବୋଲି ସୂଚନା ମିଳିଛି । ରବିବାର ଲୁଧିଆନାଠାରେ ଅନୁଷ୍ଠିତ ମୋର୍ଚ୍ଚାର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୋର୍ଚ୍ଚାର ଜଣେ ଚାଷୀ ନେତା କହିବା ଅନୁଯାୟୀ,  ସେମାନେ ଟ୍ରାକ୍ଟର ନେଇ ଯିବେ ନାହିଁ ବରଂ ଟ୍ରେନ୍ କି ବସ ଯୋଗେ ଦିଲ୍ଲୀରେ ପହଞ୍ଚିବେ । ରାମଲୀଳା ମଇଦାନରେ ଏହି ଚାଷୀ ମହାପଞ୍ଚାୟତ ବସିବ । ପ୍ରକାଶ ଥାଉ କି,  ଗତ ଫେବୃଆରୀ ୧୩ ତାରଖରୁ ଚାଷୀମାନେ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ କରିଛନ୍ତି । ୧୯ ଦିନ ଧରି ଚାଲିଥିବା ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି ।