MEA Driver Arrested: ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ, ପାକିସ୍ତାନକୁ ଦେଉଥିଲା ଗୁରୁତ୍ୱପୂର୍ଣ୍ଣ ସୂଚନା
Advertisement
Article Detail0/zeeodisha/odisha1447263

MEA Driver Arrested: ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ, ପାକିସ୍ତାନକୁ ଦେଉଥିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

MEA Driver Arrested: ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଡ୍ରାଇଭରକୁ ଗିରଫ କରି ଛି। ଅଭିଯୋଗ ହୋଇଛି ଯେ ଏହି ଡ୍ରାଇଭର ପାକିସ୍ତାନକୁ ଗୁପ୍ତ ଓ ସମ୍ବେଦନଶୀଳ ସୂଚନା ପଠାଉଥିଲେ ।

ସୌ: ସୋସିଆଲ ମିଡିଆ

MEA Driver Arrested: ନୂଆଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ପୋଲିସ ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଡ୍ରାଇଭରକୁ ଗିରଫ କରିଛି । ଅଭିଯୋଗ ହୋଇଛି ଯେ ଏହି ଡ୍ରାଇଭର ପାକିସ୍ତାନକୁ ଗୁପ୍ତ ଓ ସମ୍ବେଦନଶୀଳ ସୂଚନା ପଠାଉଥିଲେ । ସୂଚନାନୁସାରେ, ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ସୁରକ୍ଷା ଏଜେନ୍ସିର ସହାୟତା ମଧ୍ୟ ନେଇଥିଲା । କୁହାଯାଉଛି ଯେ ଅଭିଯୁକ୍ତ ଡ୍ରାଇଭରଙ୍କୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ହନିଟ୍ରାପରେ ଫସାଇ ଥିଲା ।

ସୂଚନାନୁସାରେ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଡ୍ରାଇଭରକୁ ହନିଟ୍ରାପରେ ଫସାଇଥିଲା । ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଅଧିକ କର୍ମଚାରୀ ଏହି ମାମଲାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ପୋଲିସ ଓ ଗୁପ୍ତଚର ସଂସ୍ଥା ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛନ୍ତି ।

ଉଚ୍ଚ ପଦାଧିକାରୀମାନେ ପ୍ରାୟତଃ ହନି ଟ୍ରାପ ଜାଲର ଶିକାର ହୁଅନ୍ତି, କିନ୍ତୁ ବୋଧହୁଏ ଏହା ପ୍ରଥମ ଥର ପାଇଁ ପାକିସ୍ତାନର ଆଇଏସଆଇ ଡ୍ରାଇଭରକୁ ଟାର୍ଗେଟ କରିଛି । ଅଭିଯୁକ୍ତଙ୍କଠାରୁ କିଛି ଝିଅଙ୍କ ଫଟୋ ଓ ଭିଡିଓ ଜବତ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ବୟାନକୁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି ।

 

ଏହାପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କୁ ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ଦିଲ୍ଲୀରୁ ରାଜସ୍ଥାନ ପୋଲିସ ଗିରଫ କରିଥିଲା । ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ବ୍ୟକ୍ତି ୨୦୧୬ ରେ ଭାରତୀୟ ନାଗରିକତ୍ୱ ପାଇଥିଲେ । ଅଭିଯୁକ୍ତଙ୍କ ନାମ ଭାଗଚାନ୍ଦ ବୋଲି ଜଣାପଡିଛି । ଭାଗଚାନ୍ଦ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ ଓ 1998 ରେ ତାଙ୍କ ପରିବାର ସହିତ ଦିଲ୍ଲୀ ଆସିଥିଲେ । ଅଭିଯୁକ୍ତ ଦିଲ୍ଲୀରେ ଟ୍ୟାକ୍ସି ଡ୍ରାଇଭର ଓ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲା ଏବଂ ପାକିସ୍ତାନରେ ଥିବା ସମ୍ପର୍କୀୟଙ୍କ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗରେ ଥିଲେ ।

ସୂଚନା ଅନୁଯାୟୀ, ଏହି ଡ୍ରାଇଭରକୁ ଗିରଫ କରିବା ପରେ ଏବେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିର ଚକିତ ହୋଇଛନ୍ତି । ବର୍ତ୍ତମାନ ତଦନ୍ତ କରଯାଉଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଅଧିକ ଲୋକ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ । ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନ ପ୍ରାୟତଃ ହନି ଟ୍ରାପରେ ଉଚ୍ଚ ପଦବୀରେ ଅବସ୍ଥାପିତ ଅଧିକାରୀମାନଙ୍କୁ ଜଡିତ କରିଥାଏ । କିନ୍ତୁ, ଏଥର ସେ ଡ୍ରାଇଭର ଟାର୍ଗେଟ କରିଛନ୍ତି ।

ଏହା ବି ପଢନ୍ତୁ: Atal Bihari Vajpayee Biopic: ବାଜପେୟୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା