EWS reservation: 'ସୁପ୍ରିମକୋର୍ଟ ଗୋଟିଏ ଜାତିବାଦୀ ସଂସ୍ଥା'
Advertisement

EWS reservation: 'ସୁପ୍ରିମକୋର୍ଟ ଗୋଟିଏ ଜାତିବାଦୀ ସଂସ୍ଥା'

EWS reservation: ସାଧାରଣ ବର୍ଗଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଆର୍ଥିକ ଭିତ୍ତିରେ ଦେଶରେ ସଂରକ୍ଷଣ ମଧ୍ୟ ଜାରି ରହିବ। ୩-୨ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ପାଞ୍ଚ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ବେଞ୍ଚ ମାମଲାରୁ ଶୁଣାଣୀ କରୁଥିଲେ। 

EWS reservation: 'ସୁପ୍ରିମକୋର୍ଟ ଗୋଟିଏ ଜାତିବାଦୀ ସଂସ୍ଥା'

EWS reservation, ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ରର ମୋଦି ସରକାରଙ୍କ ଏକ ବିଶାଳ ବିଜୟ ହୋଇଛି। EWS reservation ସପକ୍ଷରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନୀକ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି। ପାଞ୍ଚ ଜଣିଆ ଖଣ୍ଡପୀଠରେ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ ସମେତ ଦୁଇ ଜଣ ଜଷ୍ଟିସ ୧୦ ପ୍ରତିଶତ ସଂରକ୍ଷଣକୁ ବିରୋଧ କରିଥିଲେ। କିନ୍ତୁ ଅନ୍ୟ ତିନି ଜଣେ ଜଷ୍ଟିସ ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ସଂରକ୍ଷଣକୁ ସମର୍ଥନ କରିଥିଲେ। ଫଳରେ ୩-୨ରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ତେବେ ଏହି ରାୟକୁ ନେଇ କଂଗ୍ରେସ, ସୁପ୍ରିମକୋର୍ଟଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛି।

ସୋମବାର କଂଗ୍ରେସ ନେତା ଉଦିତ ରାଜ ଏକ ବଡ଼ ବିବାଦୀୟ ବୟାନ ଦେଇଛନ୍ତି। ସେ ସୁପ୍ରିମକୋର୍ଟଙ୍କୁ ସିଧାସଳଖ ଜାତିବାଦୀ ବୋଲି ଆକ୍ଷେପ କରିଛନ୍ତି। ଉଦିତ ଟ୍ୱିଟ କରି କହିଛନ୍ତି ଯେ, ସୁପ୍ରିମକୋର୍ଟ ଜାତିବାଦୀ, ଏଥିରେ କୌଣସି ସନ୍ଦେହ ନାହିଁ! EWS ସଂରକ୍ଷଣ କଥା ଆସିଲାରୁ କୋର୍ଟ କେମିତି ଓଲଟି ଗଲେ ଆଉ କହିଲେ ଯେ ୫୦% ସଂରକ୍ଷଣ ସୀମା ଏକ ସାମ୍ବିଧାନିକ ବାଧ୍ୟତା ନୁହେଁ। କିନ୍ତୁ ଯେତେବେଳେ SC/ST/OBCକୁ ସଂରକ୍ଷଣ ଦେବା ପ୍ରସଙ୍ଗ ଆସିଲେ ଇନ୍ଦିରା ସାହନୀଙ୍କ ମାମଲାରେ ଲାଗିଥିବା ୫୦% ସୀମାର ଉଦାହରଣ ଦିଅନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି। 

Also Read: EWS reservation: ସାମ୍ବିଧାନିକ ଖଣ୍ଡପୀଠ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ସେ ପୁଣି କହିଛନ୍ତି, "ମୁଁ ଗରିବ ସବର୍ଣ୍ଣଙ୍କ ସଂରକ୍ଷଣ ବିରୋଧ କରୁନାହିଁ କିନ୍ତୁ ସୁପ୍ରିମକୋର୍ଟଙ୍କ ଜାତିବାଦୀ ମାନସିକତାକୁ ଦେଖିଲେ କଷ୍ଟ ଲାଗୁଛି। ଆଜି ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ରୂପେ ୟୁଟର୍ଣ୍ଣ ନେଇଛନ୍ତି। ଯେତେ ଯେତେ ବେଳେ SC/ST/OBCକୁ ସଂରକ୍ଷଣ ପ୍ରସଙ୍ଗ ଉଠିଛି କୋର୍ଟ, ୫୦% ସୀମାର ଉଦାହରଣ ଦେଉଥିଲେ।"

 

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଉଦିତ ରାଜ ଦେଇଥିବା ମନ୍ତବ୍ୟକୁ କଂଗ୍ରେସ ନେତା କାମ୍ରୁଜଜମାନ ଚୌଧୁରୀ ସମର୍ଥନ ଜଣାଇଛନ୍ତି। କାମ୍ରୁଜଜମାନ କହିଛନ୍ତି ଯେ, ଦିନକ ପରେ ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ କଂଗ୍ରେସ ଏହାର ଆଧିକାରୀକ ଆଭିମୁଖ୍ୟ ସ୍ପଷ୍ଟ କରିବ। ବରିଷ୍ଠ ସାମ୍ବାଦିକ ତଥା ସେଣ୍ଟର ଫର ବ୍ରାହ୍ମିନ ଷ୍ଟଡିଜର ପ୍ରତିଷ୍ଠାତା ଦିଲ୍ଲିପ ମଣ୍ଡଳ କହିଛନ୍ତି ଯେ, ସବର୍ଣ୍ଣଙ୍କ ମାମଲା ଶୁଣାଣୀ କରିବାକୁ ୫ ଜଣ ସବର୍ଣ୍ଣ ନ୍ୟାୟାଧିଶଙ୍କୁ ନିଯୁକ୍ତ କରାଯାଇଥିଲା। ଯେଉଁମାନଙ୍କୁ EWS ସଂରକ୍ଷଣର ସୁବିଧା ମିଳିବ ସେମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହା ସରକାର ଜାଣି ନାହାନ୍ତି। ଏପରି କି ଓବିସି ସଂରକ୍ଷଣ ୫୨% କରିବା ପାଇଁ ସରକାରଙ୍କ ରାସ୍ତା ସଫା ହୋଇଗଲା ବୋଲି ମଣ୍ଡଳ କହିଛନ୍ତି। 

Also Read: Puri News: କାର୍ତ୍ତିକ ମାସରେ କାଳିଆ ଭକ୍ତଙ୍କୁ ମାଡ, ସୁରକ୍ଷା କର୍ମୀଙ୍କ ଆକ୍ରମଣରେ ହବିଷ୍ୟାଳି

ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଖଣ୍ଡପୀଠ ୧୦୩ତମ ସମ୍ବିଧାନ ସଂଶୋଧନକୁ ବୈଧ ବୋଲି ଘୋଷଣା କରିଛନ୍ତି। ଜଷ୍ଟିସ ଦୀନେଶ ମହେଶ୍ୱରୀ, ଏସ ରବିନ୍ଦ୍ର ଭଟ୍ଟ, ବେଲା ଏମ ତ୍ରିବେଦୀ ଏବଂ ଜେବି ପାରଦୀୱାଲାଙ୍କୁ ମଧ୍ୟ ନେଇ ଗଠିତ ହୋଇଥିଲା। CJI ଲଲିତ ଏବଂ ଜଷ୍ଟିସ୍ ଭଟ୍ଟ EWS କୋଟାକୁ ବିରୋଧ କରିଥିବା ବେଳେ ଅନ୍ୟ ତିନି ଜଣ ଜଷ୍ଟିସ ୧୦% ସଂରକ୍ଷଣ ସପକ୍ଷରେ ଯୁକ୍ତି ବାଢିଥିଲେ। ତେବେ ଜଷ୍ଟିସ୍ ମହେଶ୍ୱରୀ, ତ୍ରିବେଦୀ ଏବଂ ପରଦୀୱାଲା, ନାମଲେଖା, ସରକାରୀ ଚାକିରିରେ EWS କୋଟାକୁ ସମର୍ଥନ କରିଛନ୍ତି।