କୋଟି କୋଟି PF ଖାତାଧାରୀଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର!
Advertisement
Article Detail0/zeeodisha/odisha1363892

କୋଟି କୋଟି PF ଖାତାଧାରୀଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର!

EPFO: ଦେଶର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ କାର୍ଡ ଆରମ୍ଭ କରିଥିଲେ । ଏହି ଯୋଜନା ସେପ୍ଟେମ୍ବର ୨୦୧୮ରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ପ୍ରତ୍ୟେକ କାର୍ଡଧାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଆନ୍ତି । ଏହି କାର୍ଡ ସେହିମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ଏହା ପାଇଁ ଯୋଗ୍ୟ ଅଟନ୍ତି । 

କୋଟି କୋଟି PF ଖାତାଧାରୀଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର!

ନୂଆଦିଲ୍ଲୀ: EPFO: ଯଦି ଆପଣ ଭବିଷ୍ୟତ କର୍ମଚାରୀ ସଂଗଠନ ନିଧି (EPFO) ର ଜଣେ କର୍ମଚାରୀ, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । EPFO ର ୭ କୋଟିରୁ ଅଧିକ ଖାତାଧାରୀଙ୍କୁ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ସଂଗଠନ ତରଫରୁ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ହେଉଛି ଯେ ବର୍ତ୍ତମାନ ଇପିଏଫଓର କର୍ମଚାରୀମାନେ (EPFO Subscribers) ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଅଧୀନ (Ayushman Bharat Health Insurance) ରେ କଭରେଜ ପାଇବା ଆବଶ୍ୟକ । ଇପିଏଫଓ ବୋର୍ଡର ସମସ୍ତ ଖାତାଧାରକଙ୍କୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କଭରେଜ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ପ୍ରସ୍ତାବକୁ ଚଳିତ ମାସ ଶେଷ ସୁଦ୍ଧା ଅନୁମୋଦନ କରାଯାଇପାରେ । 

ଆପଣଙ୍କୁ କହି ରଖୁଛୁ ଯେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭରେଜ ଦିଆଯାଇଛି । ଅର୍ଥାତ୍ ଏହି ଯୋଜନା ଅଧୀନରେ କୌଣସି ରୋଗ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଆପଣଙ୍କ ପକେଟରୁ ଦେବାକୁ ପଡ଼ିବ ନାହିଁ । ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଇପିଏଫଓର ପେନସନ୍‌ଭୋଗୀ ଓ ସେମାନଙ୍କ ଜୀବନ ସାଥୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ।  EPFO ର ଗ୍ରାହକମାନଙ୍କୁ ଆୟୁଷ୍ମାନ ଯୋଜନା ପାଇଁ ପ୍ରିମିୟମ ଦେବାକୁ ପଡିବ ନାହିଁ । ଇପିଏଫଓ ଦେଇଥିବା ପ୍ରସ୍ତାବରେ କୁହାଯାଇଛି ଯେ, ପ୍ରତ୍ୟେକ ଖାତାଧାରକଙ୍କ ପ୍ରିମିୟମ, ଯାହାର ମୂଲ୍ୟ ୧୧୧ ଟଙ୍କା, ତାହା EPFO ​​ବହନ କରିବ ।

ଦେଶର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ କାର୍ଡ ଆରମ୍ଭ କରିଥିଲେ । ଏହି ଯୋଜନା ସେପ୍ଟେମ୍ବର ୨୦୧୮ରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ପ୍ରତ୍ୟେକ କାର୍ଡଧାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଆନ୍ତି । ଏହି କାର୍ଡ ସେହିମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ଏହା ପାଇଁ ଯୋଗ୍ୟ ଅଟନ୍ତି । ଆପଣ ଏହାକୁ ଉଭୟ ଅଫଲାଇନ୍ ଓ ଅନଲାଇନରେ ତିଆରି କରିପାରିବେ । ଆୟୁଷ୍ମାନ ଭାରତ କାର୍ଡରେ ଅନେକ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଏହି ଯୋଜନା ଅଧୀନରେ ପୁରୁଣା ରୋଗ ମଧ୍ୟ କଭର ହେଉଛି । ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଓ ପରେ ସମସ୍ତ ଖର୍ଚ୍ଚ ଏହି ଯୋଜନା ମାଧ୍ୟମରେ ବହନ କରାଯାଇଛି । ଏହା ସହିତ ଚିକିତ୍ସା ସମୟରେ ପରିବହନ ମାଧ୍ୟମରେ ହେଉଥିବା ଖର୍ଚ୍ଚ ମଧ୍ୟ ସାମିଲ ରହିଛି ।

ଅଧିକ ପଢ଼ନ୍ତୁ:-ବାବା ରାମଦେବଙ୍କ ପରେ ରାହୁଲ ଗାନ୍ଧୀ ଓ ଭାରତ ଯୋଡ଼ ଯାତ୍ରାର ସମର୍ଥନରେ ବାହାରିଲେ ଏହି ବଲଡିଉ ଅଭିନେତା, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ଜନସଭାରେ ମଦ ପିଇବାର ଲାଭ କହିଲେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ, ଭିଡିଓ ହେଲା ଭାଇରାଲ

ଅଧିକ ପଢ଼ନ୍ତୁ:-ଅମିତ ଶାହଙ୍କୁ ଉଦ୍ଧବ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ- ମୁମ୍ୱାଇ ଆସନ୍ତୁ ତା'ପରେ..

 

ଏପ୍ଲାଇଜ୍ ଡିପୋଜିଟି ଲିଙ୍କ୍ଡ ଇନସୁରାନ୍ସ (Employees Deposit Linked Insurance) ହେଉଛି ଏକ ବୀମା ଯୋଜନା ଯାହାକି EPFO ​​ଦ୍ୱାରା ପରିଚାଳିତ, ଯାହା EPFO ​​ରେ ପଞ୍ଜୀକୃତ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ପରିଚାଳିତ । ଏହି ଯୋଜନା ଅଧୀନରେ ୭ ଲକ୍ଷ ପର୍ଯ୍ୟନ୍ତ ଏକ ବୀମା କଭର ଦିଆଯାଇଛି । ଏହି ସ୍କିମ୍ EPF ଓ EPS ର ମିଶ୍ରଣ ସହିତ କାମ କରେ । ସମସ୍ତଙ୍କ ପାଇଁ ଏହା ଜାଣିବା ଜରୁରୀ, କାରଣ ଯଦି ଜଣେ କର୍ମଚାରୀ ଚାକିରି ସମୟରେ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ନୋମିନି ଏହି ଯୋଜନା ଅଧୀନରେ ୭ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ ମିଳିଥାଏ ।