ଖୁବଶୀଘ୍ର PF Accountକୁ ଆସିବ ୮୧୦୦୦ ଟଙ୍କା, ଜାଣନ୍ତୁ ଆପଣଙ୍କ ଆକାଉଣ୍ଟକୁ ଆସିବ କେତେ?
Advertisement
Article Detail0/zeeodisha/odisha1332541

ଖୁବଶୀଘ୍ର PF Accountକୁ ଆସିବ ୮୧୦୦୦ ଟଙ୍କା, ଜାଣନ୍ତୁ ଆପଣଙ୍କ ଆକାଉଣ୍ଟକୁ ଆସିବ କେତେ?

EPFO Update: କେନ୍ଦ୍ର ସରକାର (Central Government) ଖୁବଶୀଘ୍ର ଚାକିରି କରି ପେଟ ପୋଷୁଥିବା ଲୋକଙ୍କୁ ଏକ ବଡ ଉପହାର ଦେଇପାରନ୍ତି। ପାର୍ବଣ ପୂର୍ବରୁ ଦେଶର ୬ କୋଟି ଲୋକଙ୍କ ଆକାଉଣ୍ଟରେ ଟଙ୍କା ଆସିପାରେ।

ପ୍ରତୀକାତ୍ମକ

EPFO Update: କେନ୍ଦ୍ର ସରକାର (Central Government) ଖୁବଶୀଘ୍ର ଚାକିରି କରି ପେଟ ପୋଷୁଥିବା ଲୋକଙ୍କୁ ଏକ ବଡ ଉପହାର ଦେଇପାରନ୍ତି। ପାର୍ବଣ ପୂର୍ବରୁ ଦେଶର ୬ କୋଟି ଲୋକଙ୍କ ଆକାଉଣ୍ଟରେ ଟଙ୍କା ଆସିପାରେ। କହିରଖୁଛୁ ଯେ, ପେଷାରେ ଚାକିରିଆଙ୍କ ଖାତାକୁ ଖୁବଶୀଘ୍ର ପିଏଫ୍ ସୁଧ ହାରର(PF interest rate) ଟଙ୍କା ଆସିପାରେ। ତେବେ EPFO ​​ଦ୍ବାରା ଟଙ୍କା ପଠାଇବା ତାରିଖ ଘୋଷଣା କରାଯାଇ ନାହିଁ।

ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ଚାକିରିରେ ନିୟୋଜିତ କର୍ମଚାରୀମାନେ ୮.୧ ପ୍ରତିଶତ ହାରରେ ସୁଧର ଲାଭ ପାଉଛନ୍ତି। ଗତ ୪୦ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତର। ଏହା ପୂର୍ବରୁ କର୍ମଚାରୀ ମାନଙ୍କୁ ୮.୫ ପ୍ରତିଶତ ହାରରେ ସୁଧର ସୁବିଧା ପାଉଥିଲେ।

ଯଦି ଆପଣଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଅଛି ତେବେ ଆପଣଙ୍କୁ ୮୧୦୦୦ ଟଙ୍କା ସୁଧ ରୂପରେ ମିଳିବ। ଏହା ବ୍ୟତୀତ ଯଦି ଆପଣଙ୍କର ଆକାଉଣ୍ଟରେ ୭ ଲକ୍ଷ ଟଙ୍କା ଅଛି ତେବେ ଆପଣଙ୍କୁ ସୁଧ ଭାବରେ ୫୬୭୦୦ ଟଙ୍କା ମିଳିବ। ଯଦି ଆପଣଙ୍କର PF ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଅଛି ତେବେ ଆପଣ ସୁଧ ଭାବରେ ୪୦୫୦୦ ଟଙ୍କା ପାଇବେ। ଏଥି ସହିତ ଯଦି ଆପଣଙ୍କର ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଅଛି ତେବେ ଆପଣଙ୍କୁ ସୁଧ ଭାବରେ ୮୧୦୦ ଟଙ୍କା ମିଳିବ।

୧. ମିସ କଲ ଜରିଆରେ ବାଲାନ୍ସ ଚେକ୍ 

- ଆପଣଙ୍କର PF ଟଙ୍କା ଯାଞ୍ଚ କରିବା ପାଇଁ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ରେ ଏକ ମିସ୍ କଲ ଦେବାକୁ ପଡିବ। ଏହାପରେ ଆପଣ EPFO​ର ମ୍ୟାସେଜ ଜରିଆରେ PFର ବିବରଣୀ ପାଇଯିବେ। ଏଠାରେ ମଧ୍ୟ ଆପଣଙ୍କର UAN, PAN ଏବଂ ଆଧାର ଲିଙ୍କ୍ ହେବା ନିହାତି ଆବଶ୍ୟକ।

୨ . ଅନଲାଇନରେ ବାଲାନ୍ସ ଚେକ୍

୧. ଅନଲାଇନ୍ ବାଲାନ୍ସ ଯାଞ୍ଚ କରିବା ପାଇଁ ଆପଣ EPFO ​​ୱେବସାଇଟ୍ କୁ ଲଗଇନ୍ କରନ୍ତୁ, epfindia.gov.inରେ ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ।
୨. ବର୍ତ୍ତମାନ ଆପଣଙ୍କର ଇ-ପାସବୁକ୍ ଉପରେ କ୍ଲିକ୍ କରିବା ପରେ ଏକ ନୂଆ ପେଜ, passbook.epfindia.gov.inକୁ ଆସିଯିବେ।
୩. ବର୍ତ୍ତମାନ ଏଠାରେ ଆପଣ ଆପଣଙ୍କ ୟୁଜର ନାମ (UAN ନମ୍ବର), ପାସୱାର୍ଡ ଏବଂ କ୍ୟାପ୍ଚା ପୁରଣ କରନ୍ତୁ।
୪. ସମସ୍ତ ବିବରଣୀ ପୂରଣ କରିବା ପରେ ଆପଣ ଏକ ନୂଆ ପେଜକୁ ଆସିଯିବେ ଏବଂ ଏଠାରେ ଆପଣଙ୍କୁ ମେମ୍ବର ID ଚୟନ କରିବାକୁ ପଡିବ।
୫. ଏଠାରେ ଇ-ପାସବୁକ୍ ରେ ଆପଣଙ୍କର EPF ବାଲାନ୍ସ ପାଇପାରିବେ।

୩. UMANG ଆପରେ ମଧ୍ୟ ବାଲାନ୍ସ ଯାଞ୍ଚ କରିପାରିବ 

୧. ଏଥିପାଇଁ ନିଜ UMANG ଆପ୍ (Unified Mobile Application for New-age Governance) ଖୋଲନ୍ତୁ ଏବଂ EPFO ​​ଉପରେ କ୍ଲିକ୍ କରନ୍ତୁ।
୨. ଏବେ ଆପଣ ଅନ୍ୟ ପୃଷ୍ଠାରେ ଏମ୍ପ୍ଲୋଇ ସେଣ୍ଟ୍ରିକ ସର୍ଭିସ କର୍ମଚାରୀ-କେନ୍ଦ୍ରିକ ସେବା (employee-centric services) ଉପରେ କ୍ଲିକ୍ କରନ୍ତୁ ।
୩. ଏଠାରେ ଆପଣ 'ଭ୍ୟୁ ପାସବୁକ୍' ଉପରେ କ୍ଲିକ୍ କରନ୍ତୁ। ଏହା ସହିତ ଆପଣ ଆପଣଙ୍କର UAN ନମ୍ବର ଏବଂ ପାସୱାର୍ଡ (OTP) ନମ୍ବର ପୂରଣ କରନ୍ତୁ।
୪. OTP ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ। ଏହା ପରେ ଆପଣ ଆପଣଙ୍କର PF ବାଲାନ୍ସ ଯାଞ୍ଚ କରିପାରିବ |

୪. SMS ମାଧ୍ୟମରେ ବାଲାନ୍ସ ଯାଞ୍ଚ କରନ୍ତୁ 

ଯଦି ଆପଣଙ୍କର UAN ନମ୍ବର EPFO ​​ସହିତ ପଞ୍ଜିକୃତ ହୋଇଛି, ତେବେ ଆପଣ ମ୍ୟାସେଜ ମାଧ୍ୟମରେ ଆପଣଙ୍କର PF ବାଲାନ୍ସ ବିଷୟରେ ସୂଚନା ପାଇପାରିବେ। ଏଥିପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ରେ EPFOHO ଲେଖି ପଠାଇବାକୁ ପଡିବ। ଏହାପରେ ଆପଣଙ୍କୁ ମ୍ୟାସେଜ୍ ମାଧ୍ୟମରେ PFର ସୂଚନା ମିଳିଯିବ। ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ହିନ୍ଦୀ ଭାଷାରେ ସୂଚନା ଚାହୁଁଛନ୍ତି, ତେବେ ଆପଣଙ୍କୁ EPFOHO UAN ଲେଖି ଏହାକୁ ପଠାଇବାକୁ ପଡିବ। PF ବାଲାନ୍ସ ଜାଣିବା ପାଇଁ ଏହି ସେବା ଇଂରାଜୀ, ପଞ୍ଜାବୀ, ମରାଠୀ, ହିନ୍ଦୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ବଙ୍ଗାଳୀରେ ଉପଲବ୍ଧ। PF ବାଲାନ୍ସ ପାଇଁ ଆପଣଙ୍କର UAN, ବ୍ୟାଙ୍କ ଆକାଉଣ୍ଟ, ପାନ୍ (PAN) ଏବଂ ଆଧାର (AADHAR) ଲିଙ୍କ୍ ହେବା ଜରୁରୀ।