ଏଲୋନ୍ ମସ୍କକୁ ଡବଲ ଝଟକା; ଟ୍ୱିଟର ନେଲା 'ପ୍ରତିଶୋଧ'
Advertisement
Article Detail0/zeeodisha/odisha1255700

ଏଲୋନ୍ ମସ୍କକୁ ଡବଲ ଝଟକା; ଟ୍ୱିଟର ନେଲା 'ପ୍ରତିଶୋଧ'

ଏକ ରିପୋର୍ଟ ଅନୁଯାୟୀ, ଟ୍ୱିଟର ତରଫରୁ କୁହାଯାଇ ଏହି ଚୁକ୍ତି ଶେଷ କରିବାକୁ ମସ୍କଙ୍କ ଉଦ୍ୟମ ଅବୈଧ, କାରଣ ମସ୍କ ଓ ତାଙ୍କର ଅନ୍ୟ ସହଯୋଗୀମାନେ ଜାଣିଶୁଣି ଏହି ଚୁକ୍ତିନାମାକୁ ଉଲ୍ଲଂଘନ କରିଛନ୍ତି ।

ଏଲୋନ୍ ମସ୍କକୁ ଡବଲ ଝଟକା; ଟ୍ୱିଟର ନେଲା 'ପ୍ରତିଶୋଧ'

ନୂଆଦିଲ୍ଲୀ: Elon Musk: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ (Elon Musk) ଙ୍କୁ ଡବଲ ଝଟକା ଲାଗିଛି । ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସ ପ୍ରୋଜେକ୍ଟ (SpaceX Project) ର କ୍ଷୟକ୍ଷତି ହେବାର ସୂଚନା ସାମ୍ନାକୁ ଆସିଛି । ଟେକ୍ସାସରେ ପରୀକ୍ଷା ସମୟରେ ବୁଷ୍ଟର ରକେଟ୍ (Booster Rocket) ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣରେ କୌଣସି ହତାହତ ହେବାର ସୂଚନା ନାହିଁ । ଏହି ରକେଟ୍ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ମିଶନ୍ ପାଇଁ ବ୍ୟବହୃତ ହେବ । ଏହି ରକେଟର ବିସ୍ଫୋରଣ ଏଲୋନ୍ ମସ୍କଙ୍କ ପାଇଁ ଏକ ବଡ଼ ଝଟକା । କାରଣ ଏହା ତାଙ୍କର ସ୍ୱପ୍ନର ପ୍ରକଳ୍ପ ଅଟେ । ଏହି ଘଟଣାରେ ଏଲୋନ୍ ମସ୍କ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ ପ୍ରକୃତରେ ଭଲ ନୁହେଁ । ଟିମ୍ କ୍ଷୟକ୍ଷତିର ଆକଳନ କରୁଛି ।

ଚଳିତ ବର୍ଷ ଫେବୃଆରୀରେ ଏଲୋନ୍ ମସ୍କ କହିଥିଲେ ଯେ, ତାଙ୍କୁ ସଂପୂର୍ଣ୍ଣ ଭରସା ରହିଛି କି ବୈଷୟିକ ଓ ନିୟାମକ ଆହ୍ୱାନ ସତ୍ତ୍ୱେ ଷ୍ଟାରସିପ୍ (Starship) ଚଳିତ ବର୍ଷ କକ୍ଷପଥରେ ଲଞ୍ଚ ହେବ । ଏଲୋନ୍ ମସ୍କଙ୍କୁ ଦ୍ୱିତୀୟ ଝଟକା ଟ୍ୱିଟର (Twitter) ତରଫରୁ ମିଳିଛି । ଟ୍ୱିଟର ମସ୍କ୍ ଉପରେ ନିଜ ପ୍ରତିଶ୍ରୁତି ଭଙ୍ଗ କରିଥିବା ଅଭିଯୋଗ କରି ମାମଲା ଦାୟର କରିଛି । ଆପଣଙ୍କୁ କହି ରଖୁଛୁ ଯେ ଟ୍ୱିଟର କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଡିଲକୁ ବାତିଲ କରିଦେଇଛି ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ଆସିଯାଇଛି DA ବକେୟା ଟଙ୍କା

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଋଷର ରାଷ୍ଟ୍ରପତି ପୁଟିନ କଲେ ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକା ଟିମ୍ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ହେବ ବାହାର! ଜାଣନ୍ତୁ ଏହାର କାରଣ

 

 

ଏଲୋନ୍ ମସ୍କଙ୍କ ପଦକ୍ଷେପ ପରେ ଟ୍ୱିଟର ଘୋଷଣା କରିଛି ଯେ ସେ ଟେସଲା ସିଇଓ (Tesla CEO) ଙ୍କ ବିରୋଧରେ ମକଦ୍ଦମା ଦାୟର କରିବ । ଟ୍ୱିଟର ଅଧ୍ୟକ୍ଷ ବ୍ରେଟ ଟେଲର ଏକ ଟ୍ୱିଟରେ କହିଛନ୍ତି ଯେ, ବୋର୍ଡ ମସ୍କ ସହିତ ସହମତ ହୋଇଥିବା ମୂଲ୍ୟ ଓ ସର୍ତ୍ତ ଅନୁଯାୟୀ କାରବାର ବନ୍ଦ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ବିଲୟ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛି । ଏକ ରିପୋର୍ଟ ଅନୁଯାୟୀ, ଟ୍ୱିଟର ତରଫରୁ କୁହାଯାଇ ଏହି ଚୁକ୍ତି ଶେଷ କରିବାକୁ ମସ୍କଙ୍କ ଉଦ୍ୟମ ଅବୈଧ, କାରଣ ମସ୍କ ଓ ତାଙ୍କର ଅନ୍ୟ ସହଯୋଗୀମାନେ ଜାଣିଶୁଣି ଏହି ଚୁକ୍ତିନାମାକୁ ଉଲ୍ଲଂଘନ କରିଛନ୍ତି ।