ସାଧାରଣ ଜନତାଙ୍କ ପାଇଁ ଖୁସି ଖବର! ଏଣିକି ମାଗଣାରେ ମିଳିବ ବିଜୁଳି, ବିଦ୍ୟୁତ୍ ବିଲ୍ ଆସିବ ଜିରୋ, ତୁରନ୍ତ କରନ୍ତୁ ଆବେଦନ
Advertisement

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର! ଏଣିକି ମାଗଣାରେ ମିଳିବ ବିଜୁଳି, ବିଦ୍ୟୁତ୍ ବିଲ୍ ଆସିବ ଜିରୋ, ତୁରନ୍ତ କରନ୍ତୁ ଆବେଦନ

Free Electricity: ଅକ୍ଟୋବର ୧ରୁ ଦିଲ୍ଲୀରେ କେବଳ ସେହି ଉପଭୋକ୍ତାମାନେ ବିଦ୍ୟୁତ୍ ଉପରେ ସବସିଡି ପାଇବେ, ଯେଉଁମାନେ ଏଥି ପାଇଁ ଆବେଦନ କରି ଦିଲ୍ଲୀ ସରକାରଙ୍କ ଠାରୁ ଦାବି କରିବେ । ଏଥିପାଇଁ ଉପଭୋକ୍ତାଙ୍କୁ ଫର୍ମ ପୂରଣ କରିବାକୁ ପଡ଼ିବ । ଏହାର ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି । 

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର! ଏଣିକି ମାଗଣାରେ ମିଳିବ ବିଜୁଳି, ବିଦ୍ୟୁତ୍ ବିଲ୍ ଆସିବ ଜିରୋ, ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: Delhi Free Electricity: ଯଦି ଆପଣ ବିଜୁଳି ବିଲ୍ ଯୋଗୁଁ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ ବିଜୁଳି ବିଲ୍ ଜିରୋ ଆସିପାରେ । ଆଜ୍ଞା ହଁ, ଯଦି ଆପଣ ଜାତୀୟ ରାଜଧାନୀ ଦିଲ୍ଲୀରେ ବାସ କରୁଛନ୍ତି, ତେବେ ମାସ ଶେଷରେ ଆପଣଙ୍କ ବିଦ୍ୟୁତ୍ ବିଲ୍ ଜିରୋ ଆସିବ । ବର୍ତ୍ତମାନ ଆପଣଙ୍କୁ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ୍ (Free Electricity) ଯୋଗାଇ ଦିଆଯିବ । ମାଗଣା ବିଜୁଳିର  ଲାଭ ଆପଣ କିପରି ଉଠାଇ ପାରିବେ ଓ କେଉଁ ରାଜ୍ୟର ଲୋକମାନେ ଏହି ସୁବିଧାର ଲାଭ ପାଇବେ, ତାହା ଆସନ୍ତୁ ଜାଣିବା...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରିବିନ୍ଦ୍ର କେଜ୍ରିୱାଲ (Arvind Kejriwal) ଦିଲ୍ଲୀବାସୀଙ୍କୁ ବଡ଼ ଖୁସି ଖବର ପ୍ରଦାନ କରିଛନ୍ତି । ଅକ୍ଟୋବର ୧ରୁ ଦିଲ୍ଲୀରେ କେବଳ ସେହି ଉପଭୋକ୍ତାମାନେ ବିଦ୍ୟୁତ୍ ଉପରେ ସବସିଡି ପାଇବେ, ଯେଉଁମାନେ ଏଥି ପାଇଁ ଆବେଦନ କରି ଦିଲ୍ଲୀ ସରକାରଙ୍କ ଠାରୁ ଦାବି କରିବେ । ଏଥିପାଇଁ ଉପଭୋକ୍ତାଙ୍କୁ ଫର୍ମ ପୂରଣ କରିବାକୁ ପଡ଼ିବ । ଏହାର ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି । ଏଥର ଉପଭୋକ୍ତାଙ୍କ ପାଖରେ ବିଦ୍ୟୁତ୍ ବିଲ୍ ସହିତ ଏକ ଫର୍ମ ମଧ୍ୟ ପଠାଯିବ । ଏହାକୁ ବିଲିଂ କାଉଣ୍ଟରରେ ଜମା କରିବାକୁ ପଡ଼ିବ । ଏହା ବ୍ୟତୀତ ଦିଲ୍ଲୀ ସରକାର ଏକ ମିସ୍ କଲ ନମ୍ବର 70113111111 ମଧ୍ୟ ଜାରି କରିଛନ୍ତି । ଆପଣ ଏହି ନମ୍ୱରରେ ଏକ ମିସ୍ କଲ୍ ଦେଇ ଫର୍ମ ନେଇପାରିବେ । ଫର୍ମ ପୂରଣ କରିବା ପରେ ଏସଏମଏସ ଓ ଇ-ମେଲ ପଠାଇ ପଞ୍ଜୀକରଣ ହେବା ଓ ସବସିଡି ଜାରି ରହିବା ବିଷୟରେ ଉପଭୋକ୍ତାଙ୍କୁ ସୂଚନା ଦିଆଯିବ । ଏହା ବ୍ୟତୀତ ଆପଣ ଏହି ନମ୍ୱରରେ ହ୍ୱାଟସ୍ ଆପରେ HI ଟାଇପ୍ କରି ମେସେଜ୍ ମଧ୍ୟ କରିପାରିବେ । ଯାହା ପରେ ପରବର୍ତ୍ତୀ ପର୍ଯ୍ୟାୟ ବିଷୟରେ ଆପଣଙ୍କୁ ସୂଚନା ମିଳିଯିବ ।

କେଜ୍ରିୱାଲ କହିଛନ୍ତି ଯେ, ଚଳିତ ମାସ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ରହିବ । ଯେଉଁମାନେ ଆସନ୍ତା ମାସରୁ ବିଦ୍ୟୁତ୍ ସବସିଡି ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ । ଯେଉଁମାନେ ସେପ୍ଟେମ୍ବର ୩୧ ସୁଦ୍ଧା ଆବେଦନ କରିବେ, ସେମାନେ ଆସନ୍ତା ମାସରୁ ସବସିଡି ପାଇବେ । ଅନ୍ୟପକ୍ଷରେ ବର୍ତ୍ତମାନଠାରୁ ସମସ୍ତଙ୍କୁ ପ୍ରତିବର୍ଷ ଥରେ ଫର୍ମ ପୂରଣ କରି ସବସିଡି ମାଗିବାକୁ ପଡ଼ିବ । ଏହା ସହିତ ଯେଉଁମାନେ ସବସିଡି ଚାହୁଁନାହାଁନ୍ତି, ସେମାନେ ଏହାକୁ ଛାଡି ପାରିବେ । କେଜ୍ରିୱାଲ ଆଶା ପ୍ରକଟ କରିଛନ୍ତି ଯେ, ଯେଉଁମାନେ ବିଦ୍ୟୁତ୍ ବିଲ୍ ପୈଠ କରିପାରିବେ ସେମାନେ ବିଲ୍ ଦେବେ । ଯେଉଁମାନଙ୍କୁ ଏହାର ଆବଶ୍ୟକତା ନାହିଁ, ସେମାନେ ସେମାନଙ୍କର ସବସିଡି ଛାଡିବେ ।

ଅଧିକ ପଢ଼ନ୍ତୁ:-ଘରୁ ବାହାରିବା ପୂର୍ବରୁ ଚେକ୍ କରିନିଅନ୍ତୁ ଲିଷ୍ଟ୍; ରେଲୱେ ବାତିଲ କଲା ଆହୁରି ୧୭୧ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ନେଇ ବଦଳୁଛି ମତ, ବାବା ରାମଦେବ କଂଗ୍ରେସ ନେତାଙ୍କ କଲେ ଭୁରି ଭୁରି ପ୍ରଶଂସା

ଅଧିକ ପଢ଼ନ୍ତୁ:-ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଡାଳିମ୍ୱ, ଲାଭ ବଦଳରେ ହେବ କ୍ଷତି!

 

ସେ ଆଗକୁ କହିଛନ୍ତି ଯେ, ଦିଲ୍ଲୀରେ ପ୍ରାୟ ୫୮ ଲକ୍ଷ ଘରୋଇ ଉପଭୋକ୍ତା ଅଛନ୍ତି । ଏଥିରୁ ୪୭ ଲକ୍ଷ ଉପଭୋକ୍ତାଙ୍କୁ ସବସିଡି ମିଳିଥାଏ । ୪୭ ଲକ୍ଷ ମଧ୍ୟରୁ ୩୦ ଲକ୍ଷ ଉପଭୋକ୍ତା ଏପରି ଅଛନ୍ତି, ଯେଉଁମାନଙ୍କ ବିଦ୍ୟୁତ୍ ବିଲ୍ ଜିରୋ ରହିଛି । ଅନ୍ୟପକ୍ଷେ ୧୬-୧୭ ଲକ୍ଷ ଏପରି ଉପଭୋକ୍ତା ଅଛନ୍ତି, ଯେଉଁମାନଙ୍କ ବିଦ୍ୟୁତ୍ ବିଲ୍ ଅଧା ରହିଛି । ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ମିଳିଥାଏ । ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଅଧା ଅଧା ରେଟରେ ମିଳିଥାଏ ।