ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ଜୋରଦାର ଝଟକା! ଏତେ ବଢ଼ିବ ବିଦ୍ୟୁତ ଦର
Advertisement

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ଜୋରଦାର ଝଟକା! ଏତେ ବଢ଼ିବ ବିଦ୍ୟୁତ ଦର

Electricity Price: ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କୁ ପୁଣି ଥରେ ଆଉ ଏକ ଝଟକା ଲାଗିବାକୁ ଯାଉଛି । ଆଗାମୀ ଦିନରେ ଆପଣଙ୍କୁ ଅଧିକ ବିଦ୍ୟୁତ ବିଲ୍ (Electricity Bill) ଦେବାକୁ ପଡି଼ବ । ବାସ୍ତବରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୭୬ ନିୟୁତ ଟନ୍ କୋଇଲା ଆମଦାନୀ କରିବାକୁ ଯୋଜନା କରିଛନ୍ତି । ଆମଦାନୀ ହୋଇଥିବ

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ଜୋରଦାର ଝଟକା! ଏତେ ବଢ଼ିବ ବିଦ୍ୟୁତ ଦର

ନୂଆଦିଲ୍ଲୀ: Electricity Price: ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କୁ ପୁଣି ଥରେ ଆଉ ଏକ ଝଟକା ଲାଗିବାକୁ ଯାଉଛି । ଆଗାମୀ ଦିନରେ ଆପଣଙ୍କୁ ଅଧିକ ବିଦ୍ୟୁତ ବିଲ୍ (Electricity Bill) ଦେବାକୁ ପଡି଼ବ । ବାସ୍ତବରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୭୬ ନିୟୁତ ଟନ୍ କୋଇଲା ଆମଦାନୀ କରିବାକୁ ଯୋଜନା କରିଛନ୍ତି । ଆମଦାନୀ ହୋଇଥିବା କୋଇଲାର ଅଧିକ ମୂଲ୍ୟ ଯୋଗୁଁ ଦେଶରେ ବିଦ୍ୟୁତ୍ ୫୦ରୁ ୮୦ ପଇସା ମହଙ୍ଗା ହୋଇପାରେ, ଅର୍ଥାତ୍ ବର୍ତ୍ତମାନ ଏହି ବର୍ଦ୍ଧିତ ବିଲ୍ ଭାର ଉପଭୋକ୍ତାଙ୍କ ପକେଟ ଉପରେ ପଡ଼ିପାରେ । ଯେଉଁ ରାଜ୍ୟ ସମୁଦ୍ର ବନ୍ଦରଠାରୁ ଯେତେ ଦୂରରେ ଅଛି, ସେଠାରେ ବିଦ୍ୟୁତର ମୂଲ୍ୟ ଅଧିକ ହୋଇପାରେ । ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ଏହି ବିଷୟରେ...

ମିଣ୍ଟ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର (Central Govt) ପ୍ରାୟ ୭୬ ନିୟୁତ ଟନ୍ କୋଇଲା (Coal) ଆମଦାନୀ କରିବାକୁ ଯୋଜନା କରିଛନ୍ତି । ଏହି ସମୟ ମଧ୍ୟରେ କୋଲ ଇଣ୍ଡିଆ ଲିମିଟେଡ୍ (CIL) ବିଦ୍ୟୁତ୍ ଷ୍ଟେସନ୍ ଯୋଗାଣ ପାଇଁ ୧୫ ମିଲିୟନ୍ ଟନ୍ ଆମଦାନୀ କରିବ । ଏଥି ସହିତ ବୃହତ୍ତମ ଶକ୍ତି ଉତ୍ପାଦକ NTPC ଲିମିଟେଡ୍ ଓ ଦାମୋଦର ଭ୍ୟାଲି କର୍ପୋରେସନ୍ (DVC) ୨୩ ନିୟୁତ ଟନ୍ ଆମଦାନୀ କରିବ । ଏଥିସହ ରାଜ୍ୟ ଉତ୍ପାଦନକାରୀ କମ୍ପାନୀଗୁଡିକ (ଜେନକୋସ୍) ଓ ସ୍ ସ୍ୱତନ୍ତ୍ର ଶକ୍ତି ଉତ୍ପାଦକ (ଆଇପିପି) ବର୍ଷକ ମଧ୍ୟରେ ୩୮ ନିୟୁତ ଟନ୍ କୋଇଲା ଆମଦାନୀ କରିବାକୁ ଯୋଜନା କରିଛନ୍ତି । ସେହି ଅନୁଯାୟୀ, କୋଇଲା ଆମଦାନୀ ଯୋଗୁଁ ସରକାର ଓ ବିଦ୍ୟୁତ୍ କମ୍ପାନୀଗୁଡିକ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇବ, ଯେଉଁଥିପାଇଁ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ବିଲ୍ ଭାର ବଢ଼ିପାରେ ।

ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ କଲେ ଏପରି କିଛି ଘୋଷଣା, ଶୁଣି ଚକିତ ହୋଇଯିବେ ଆପଣ

ଏହା ବି ପଢ଼ନ୍ତୁ:-ଅଖିଳେଶଙ୍କୁ ଲାଗିବ ଝଟକା, ଯୋଗୀ ସରକାରରେ ମନ୍ତ୍ରୀ ହେବେ ଓପି ରାଜଭର!

ଏହା ବି ପଢ଼ନ୍ତୁ:-ଏହି ଓଡ଼ିଆ ଚର୍ଚ୍ଚିତ ଚେହେରାକୁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା TMC, କିନ୍ତୁ...

ଉଲ୍ଲେଖନୀୟ ଯେ, ଦ୍ୱିତୀୟ କୋଭିଡ୍-19 ଲହର ସମୟରେ ହ୍ରାସ ପରେ ବିଦ୍ୟୁତ୍ ଚାହିଦା ବହୁତ ବୃଦ୍ଧି ପାଇଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ ଜୁନ ୯ରେ ବିଦ୍ୟୁତ୍ ପାଇଁ ରେକର୍ଡ ଚାହିଦା ୨୧୧ ଗିଗାୱାଟ ବା GW ଥିଲା । ମୌସୁମୀ ଆରମ୍ଭ ହେବା ପରେ ଚାହିଦା ହ୍ରାସ ପାଇଛି ଓ ଜୁଲାଇ ୨୦ରେ ସର୍ବାଧିକ ବିଦ୍ୟୁତ ଚାହିଦା ୧୮୫.୬୫ GW ଥିଲା । ସୂଚନାନୁସାରେ, କୋଲ ଇଣ୍ଡିଆର କୋଇଲା ଆସିବା ଜୁଲାଇ ଶେଷରୁ ଆରମ୍ଭ ହେବ ଓ ଏହା ଅଗଷ୍ଟ-ସେପ୍ଟେମ୍ବରରେ ବିଦ୍ୟୁତ୍ ବିଲ୍ ଉପରେ ପ୍ରଭାବ ପକାଇବ । ଅକ୍ଟୋବର ୧୫ ପର୍ଯ୍ୟନ୍ତ ଯୋଗାଣ ଅଭାବ ରହିପାରେ ବୋଲି ସୂତ୍ରରୁ ପ୍ରକାଶ ।