Electoral Bonds Case: ଆଜି ଇଲେକ୍ଟୋରାଲ ବଣ୍ତ ତଥ୍ୟ ପ୍ରଦାନ ନେଇ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Advertisement

Electoral Bonds Case: ଆଜି ଇଲେକ୍ଟୋରାଲ ବଣ୍ତ ତଥ୍ୟ ପ୍ରଦାନ ନେଇ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Electoral Bonds Case: ଇଲେକ୍ଟୋରାଲ ବଣ୍ତ (Electoral Bonds) ସମ୍ପର୍କିତ ସବିଶେଷ ତଥ୍ୟ ଦାଖଲ ପାଇଁ ସମୟ ବଢାଇବା ନିମନ୍ତେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ତିଆ (State Bank of India) କରିଥିବା ଆବେଦନକୁ ସୁପ୍ରିମକୋର୍ଟ (supreme court ) ସୋମବାର ଖାରଜ କରିଛନ୍ତି । ମଙ୍ଗଳବାର ଅପରାହ୍ନ ସୁଦ୍ଧା ଇଲେକ୍ଟୋରାଲ ବଣ୍ତ ତଥ୍ୟ ଦାଖଲ କରିବା ନେଇ ସର୍ବୋଚ୍ଚ ଅଦାଲତ ଏସବିଆଇକୁ (SBI) ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ, ଇଲେକ୍ଟୋରାଲ ବଣ୍ତ ମାମଲାରେ (Electoral Bonds Case) ଏସବିଆଇ (SBI) ର ଟାଳଟୁଳ ନୀତି ନେଇ ସୁପ୍ରିମକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି । ନିର୍ବାଚନ କମିସନଙ୍କୁ ବଣ୍ତ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିବା ଲାଗି ଜୁନ୍ ୩୦ ପର୍ଯ୍ୟନ୍ତ ମହଲତ ଦେବା ପାଇଁ ଷ୍ଟେଟ ବ୍ୟାଙ୍କର ପିଟିସନକୁ ଖାରଜ କରିଦେଇ କୋର୍ଟ ୨୪ ଘଣ୍ଟା ଭିତରେ ଏହି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ବିଫଳ ହେଲେ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ତଥ୍ୟକୁ ଆସନ୍ତା ୧୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା ୱେବସାଇଟରେ ସାର୍ବଜନୀନ କରିବା ପାଇଁ ପ୍ରଧାନ ବିଚାରପତି ଡି଼.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ଯକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ନିର୍ବାଚନ କମିଶନ (ଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Also Read- Ramadan 2024: ଆଜିଠୁ ରମଜାନ୍, ଜାଣନ୍ତୁ କାହିଁକି ଓ କେମିତି କରାଯାଏ ପାଳନ

ରାଜନୈତିକ ଦଳ ଗୁଡ଼ିକ ପାଇଁ ଚାନ୍ଦା ସଂଗ୍ରହର ମାଧ୍ୟମ ସାଜିଥିବା ଇଲେକ୍ଟୋରାଲ ବଣ୍ତ ଅସମ୍ବିଧାନିକ ଓ ତଥ୍ୟ ଜାଣିବା ଅଧିକାରର ଉଲ୍ଲଂଘନ କରୁଥିବା ଦର୍ଶାଇ ଗତ ମାସ ୧୫ରେ ସାମ୍ବିଧାନିକ ପୀଠ ଏହାକୁ ରଦ୍ଦ କରିଦେଇଥିଲେ । କେଉଁ ରାଜନୈତିକ ଦଳକୁ କେଉଁମାନେ କେତେ ଟଙ୍କା ଇଲେକ୍ଟୋରାଲ ବଣ୍ତ ଜରିଆରେ ଦେଇଛନ୍ତି ତାହାର ସବିଶେଷ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ନିମନ୍ତେ ଏସବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏତେ କମ୍ ସମୟରେ ତଥ୍ୟ ସଂଗ୍ରହ କରିବା ସହୟ ନୁହେଁ ଦର୍ଶାଇ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ବଢାଇବାକୁ ଅତାଲତଙ୍କୁ ନିବେଦନ କରିଥିଲା । ଉକ୍ତ ପିଟିସନ୍ ଅଦାଲତ ଖାରଜ କରିବା ସହ ମଙ୍ଗଳବାର ସୁଦ୍ଧା ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏସବିଆଇ ଏଥିରେ ବିଫଳ ହେଲେ ଅଦାଲତ ଅବମାନନା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ।