Assembly Election 2023 Date: ତିନୋଟି ରାଜ୍ୟପାଇଁ ନିର୍ବାଚନ ତାରିଖ ଘୋଷଣା କଲା ନିର୍ବାଚନ ଆୟୋଗ, ଜାଣନ୍ତୁ ତାରିଖ ଓ ସମୟ
Advertisement

Assembly Election 2023 Date: ତିନୋଟି ରାଜ୍ୟପାଇଁ ନିର୍ବାଚନ ତାରିଖ ଘୋଷଣା କଲା ନିର୍ବାଚନ ଆୟୋଗ, ଜାଣନ୍ତୁ ତାରିଖ ଓ ସମୟ

Tripura, Meghalaya, Nagaland Assembly Election 2023 Date: ଉତ୍ତର-ପୂର୍ବର ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଠାରେ ଜାଣନ୍ତୁ ତାରିଖ ଓ ସମୟ ।

ସୌ: ସୋସିଆଲ ମିଡିଆ

Election Commission Assembly election 2023 Dates: ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ଅର୍ଥାତ ବୁଧବାର ଦିନ ବିଗୁଲ ବାଜିଛି । ନିର୍ବାଚନ ଆୟୋଗର ସାମ୍ବାଦିକ ସମ୍ମିଳନୀ କରି ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିଛନ୍ତି । ଫେବୃଆରୀ ୧୬ ରେ ତ୍ରିପୁରା ଭୋଟ୍ ଗ୍ରହଣ ହେବ, ନାଗାଲାଣ୍ଡ ଓ ମେଘାଳୟ ଫେବୃଆରୀ ୨୭ ରେ ଏକାଠି ମତଦାନ କରାଯିବ । ୩ ମାର୍ଚ୍ଚରେ ସମସ୍ତ ତିନୋଟି ରାଜ୍ୟର ଫଳାଫଳ ଆସିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। କହିରଖୁଛୁ ଯେ ଏଥିପାଇଁ ନିର୍ବାଚନ ଆୟୋଗ ଆଜି ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ଏହି ତିନୋଟି ରାଜ୍ୟର ସଭାଗୁଡ଼ିକର କାର୍ଯ୍ୟକାଳ ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହେବ । ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଏହି ରାଜ୍ୟଗୁଡ଼ିକରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି ।

କେଉଁଠାରେ ଓ କେବେ ହେବ ଭୋଟ୍ 
ନାଗାଲାଣ୍ଡ: ୨୭ ଫେବୃୟାରୀ 
ମେଘାଳୟ: ୨୭ ଫେବୃୟାରୀ 
ତ୍ରିପୁରା: ୧୬ ଫେବୃୟାରୀ 

ତ୍ରିପୁରା ନିର୍ବାଚନ ପାଇଁ ବିଜ୍ଞପ୍ତିର ତାରିଖ - ୨୧ ଜାନୁଆରୀ 
ନାମାଙ୍କନ ପତ୍ରର ଶେଷ ତାରିଖ - ଜାନୁଆରୀ ୩୦ - ଜାନୁଆରୀ ୩୧

ମେଘାଳୟ ଏବଂ ନାଗାଲାଣ୍ଡ ପାଇଁ ବିଜ୍ଞପ୍ତି ତାରିଖ 
ନାମାଙ୍କନ ପତ୍ରର ଶେଷ ତାରିଖ - ୭ ଫେବୃଆରୀ 

fallback

ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ୬୨.୮ ଲକ୍ଷ ଭୋଟର ଅଛନ୍ତି, ଯେଉଁମାନେ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି । ଏଥିମଧ୍ୟରୁ ପ୍ରାୟ ୩୨ ଲକ୍ଷ ମହିଳା ଭୋଟର ଅଟନ୍ତି।

ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଗଣତନ୍ତ୍ରରେ ହିଂସା ପାଇଁ ସ୍ଥାନ ନାହିଁ ଏବଂ ଏହି ରାଜ୍ୟଗୁଡିକରେ ମଧ୍ୟ ହିଂସା ବନ୍ଦ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି ଯେ ଏହି ତିନୋଟି ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଉଛି। 

ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟରେ ନିରପେକ୍ଷ ଏବଂ ଭୟମୁକ୍ତ ନିର୍ବାଚନ କରିବାକୁ ଆୟୋଗ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ । ଏହି ତିନୋଟି ରାଜ୍ୟରେ ମହିଳା ଭୋଟରଙ୍କ ଅଂଶଗ୍ରହଣ ଅଧିକ ।

ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସମସ୍ତଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଗଣତନ୍ତ୍ରର ମହାନ ପର୍ବରେ ସେ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ଲୋକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏହି ତିନୋଟି ରାଜ୍ୟରେ ୬୦ ଟି ବିଧାନସଭା ଆସନ ଅଛି ।

ଏହା ବି ପଢ଼ନ୍ତ: Singer Humane Sagar: ବିବାଦରେ ଫସିଲେ ହ୍ୟୁମାନ ସାଗର, ପତ୍ନୀ ଆଣିଲେ ନିର୍ଯାତନା ଅଭିଯୋଗ

ଏହା ବି ପଢ଼ନ୍ତ: Kendrapara News: ସ୍ତ୍ରୀର ଆଖି ସ୍ୱାମୀକୁ କରିଦେଲା ଶାରୀରିକ ଅକ୍ଷମ ! ଜାଣନ୍ତୁ କ'ଣ ଏହି କୋହଭରା କାହାଣୀ