Election 2024: ଏଥର ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ କାର୍ଯ୍ୟରତ ସାମ୍ବାଦିକ
Advertisement

Election 2024: ଏଥର ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ କାର୍ଯ୍ୟରତ ସାମ୍ବାଦିକ

Election 2024: ଚଳିତ ନିର୍ବାଚନରେ ପୋଷ୍ଟାଲ ବାଲାଟ (Postal Ballot) ମାଧ୍ୟମରେ ମତଦାନ କରିପାରିବେ କାର୍ଯ୍ୟରତ ସାମ୍ବାଦିକ (Working journalist) । ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଭାରତ ନିର୍ବାଚନ କମିଶନ (Election Commission of India) । ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ନିର୍ବାଚନ ସମୟରେ ଅନେକ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିଜ ନିଜ ନିର୍ବାଚନ ମଣ୍ତଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ । ଏହି କାରଣରୁ ବହୁ ସାମ୍ବାଦିକ ନିଜ ନିର୍ବାଚନ ମଣ୍ତଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଗଣତନ୍ତ୍ରର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସାଧାରଣ ନିର୍ବାଚନ-୨୦୨୪ରେ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ‘ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତି ନିର୍ବାଚନ କମିଶନ । ଏହାଦ୍ୱାରା ପ୍ରାଧିକୃତ ସାମ୍ବାଦିକମାନେ ‘ରିପ୍ରେଜେଣ୍ଟେସନ ଅଫ ପିପୁଲ ଆକ୍ଟ-୧୯୫୧’ର ଧାରା ୬୦ (C) ଅଧୀନରେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବେ । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିଜ ନିର୍ବାଚନ ମଣ୍ତଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବାକୁ ପଡ଼ିବ । ରିଟର୍ଣ୍ଣିଂ ଅଫିସର (Returning Officer) ଆବେଦନକାରୀଙ୍କ ଆକ୍ରେଡ଼ିସନ୍ ଯାଞ୍ଚ କରିବେ । ଏହା ଯାଞ୍ଚ ହେବା ପରେ ଠିକ୍ ସମୟରେ ପୋଷ୍ଟାଲ ବାଲାଟ୍ ପହଞ୍ଚିବ । ପୋଷ୍ଟାଲ ବାଲାଟରେ ଭୋଟ ଦେଇ ରିଟର୍ଣ୍ଣିଂ ଅଫିସରଙ୍କୁ ପଠାଇ ପାରିବେ ।

Also Read- Bank: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି, ୩୧ ମାର୍ଚ୍ଚ ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ନିର୍ବାଚନ ଡ୍ୟୁଟିରେ ନିୟୋଜିତ ସମସ୍ତ ପ୍ରାଧିକୃତ ଗଣମାଧ୍ୟମ କର୍ମଚାରୀ ଯେଉଁଠାରେ କାର୍ଯ୍ୟ କରୁଛନ୍ତି ସେହି ସ୍ଥାନରେ ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜର ଭୋଟ ଦେଇପାରିବେ। ନିର୍ବାଚନରେ ସର୍ବାଧିକ ସଂଖ୍ୟକ ଭୋଟର ଅଂଶ ଗ୍ରହଣ କରିବା ପାଇଁ ନିର୍ବାଚନ ଆୟୋଗ (Election Commission) ଏଭଳି ନିଷ୍ପତ୍ତି ନେଇଛନ୍ତି ।