Ballistic Missile: ଅଗ୍ନି ପ୍ରାଇମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ବାଲେଶ୍ୱରରୁ ସଫଳତାର ସହ ପରୀକ୍ଷଣ କଲା DRDO, ଜାଣନ୍ତୁ ଏହାର ବିଶେଷତ୍ୱ
Advertisement

Ballistic Missile: ଅଗ୍ନି ପ୍ରାଇମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ବାଲେଶ୍ୱରରୁ ସଫଳତାର ସହ ପରୀକ୍ଷଣ କଲା DRDO, ଜାଣନ୍ତୁ ଏହାର ବିଶେଷତ୍ୱ

Ballistic Missile: ଅଧିକାରୀ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ଗତିପଥ ରାଡାର ଦ୍ୱାରା ତଦାରଖ କରାଯାଇଥିଲା ଓ ବିଭିନ୍ନ ସ୍ଥାନରେ ଟେଲିମେଟରିଂ ଉପକରଣ ସ୍ଥାପନ କରାଯାଇଥିଲା ।

ସୌ: ସୋସିଆଲ ମିଡିଆ

Agni Prime New Generation Ballistic Missile: ଭାରତ ଶୁକ୍ରବାର ଦିନ (୨୧ ଅକ୍ଟୋବର) ସଫଳତାର ସହ ଓଡ଼ିଶା ଉପକୂଳରେ ସ୍ୱଦେଶୀ ବିକଶିତ ନୂତନ ପଢିର ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି ପ୍ରାଇମ୍'କୁ ପରୀକ୍ଷଣ କରିଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏହି ସୂଚନା ଦେଇଛି । ଏପିଜେ ଅବଦୁଲ କଲାମ ଦ୍ୱୀପରେ ଅବସ୍ଥିତ ମୋବାଇଲ ଲଞ୍ଚରରୁ ସକାଳ ୯:୪୫ ରେ ଏହି କ୍ଷେପଣାସ୍ତ୍ରଟି ପରୀକ୍ଷଣ କରଯାଇଥିଲା । ସୂତ୍ରରୁ ଜଣାପଡିଛି ଯେ କଠିନ ଇନ୍ଧନ ପ୍ରାପ୍ତ ଏହି କ୍ଷେପଣାସ୍ତ୍ରରେ ପରୀକ୍ଷା ସମୟରେ ସ୍ଥିର ହୋଇଥିବା ସମସ୍ତ ମାନ୍ୟତା ହାସଲ କରିଛି ।

ଜଣେ ଅଧିକାରୀ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ଗତିପଥ ରାଡାର ଦ୍ୱାରା ତଦାରଖ କରାଯାଇଥିଲା ଓ ବିଭିନ୍ନ ସ୍ଥାନରେ ଟେଲିମିଟର ଯନ୍ତ୍ରପାତି ସ୍ଥାପନ କରାଯାଇଥିଲା । ସେ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ଏକ ହଜାରରୁ ଦୁଇ ହଜାର କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଛୁଇଁପାରେ । ସୂତ୍ରରୁ ପ୍ରକାଶ ଯେ ଏହି କ୍ଷେପଣାସ୍ତ୍ରର ଶେଷ ପରୀକ୍ଷା ଡିସେମ୍ବର ୧୮ ରେ ଏପିଜେ ଅବଦୁଲ କଲାମ ଦ୍ୱୀପରୁ କରାଯାଇଥିଲା, ଯାହା ସଫଳ ହୋଇଥିଲା ।

ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ଏକ ହଜାରରୁ ଦୁଇ ହଜାର କିଲୋମିଟର ଦୂରତ୍ୱରେ ଟାର୍ଗେଟ ମାରିବାରେ ସକ୍ଷମ ଅଟେ । ଏହା ବ୍ୟତୀତ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ମଧ୍ୟ MIRV (Multiple Independently Targetable Teentry Vehicle) ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ । ଯାହାକି ଏହାର କାର୍ଯ୍ୟ ଦକ୍ଷତାକୁ ଆହୁରି ବଢ଼ାଇଥାଏ । ଏହି କ୍ଷେପଣାସ୍ତ୍ରରେ ଥିବା ଏହି ଟେକ୍ନୋଲୋଜି ଏହାକୁ ଏକାଧିକ ପରମାଣୁ ୱାରହେଡ୍ ବହନ କରିବାକୁ ସକ୍ଷମ କରିଥାଏ, ଯାହା ମାଧ୍ୟମରେ ବିଭିନ୍ନ ଟାର୍ଗେଟ ଉପରେ ଆକ୍ରମଣ କରାଯାଇପାରେ ।

ଏପର୍ଯ୍ୟନ୍ତ ଭାରତରେ ଅଗ୍ନି କ୍ଷେପଣାସ୍ତ୍ର ପ୍ରଣାଳୀର ଅନେକ ଭର୍ସନ ପ୍ରସ୍ତୁତ କରାଯାଇଛି । ଅଗ୍ନି କ୍ଷେପଣାସ୍ତ୍ର ହେଉଛି ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯାହା ଭାରତରେ ତିଆରି ଓ ବିକଶିତ ହୋଇଛି । ଏହା ପରମାଣୁ କ୍ଷମତା ସହିତ ମଧ୍ୟ ସଜ୍ଜିତ । ଏହା ବ୍ୟତୀତ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ଭୂପୃଷ୍ଠରୁ ସକ୍ଷମ ଅଟେ ।

ଏହାର ପ୍ରଥମ ପରୀକ୍ଷଣ ଗତ ବର୍ଷ ଜୁନ୍ ମାସରେ, ଦ୍ୱିତୀୟଟି ଛଅ ମାସ ପରେ - ଡିସେମ୍ବରରେ ହୋଇଥିଲା । ସମସ୍ତ ପରୀକ୍ଷା ସଫଳ ହୋଇଛି । ଉଭୟ ପରୀକ୍ଷଣ ସମୟରେ ମଧ୍ୟ ଏହି କ୍ଷେପଣାସ୍ତ୍ର ସମସ୍ତ ମାନକ ଅନୁସରଣ କରିଥିଲା ଓ ଉଚ୍ଚ ସଠିକତା ସହିତ ସମସ୍ତ ମିଶନ ଉଦ୍ଦେଶ୍ୟ ପୂରଣ କରିଥିଲା ​​ବୋଲି ଅଧିକାରୀମାନେ କହିଛନ୍ତି । 'ଅଗ୍ନି ପ୍ରାଇମ୍' ବା 'ଅଗ୍ନି-ପି' ହେଉଛି ଆଗ୍ନି ଶ୍ରେଣୀର କ୍ଷେପଣାସ୍ତ୍ରର ପରମାଣୁ-ସକ୍ଷମ ନୂତନ ପିଢ଼ିର ଉନ୍ନତ ଭର୍ସନ । ଅର୍ଥାତ୍ ଏହି କ୍ଷେପଣାସ୍ତ୍ର ମଧ୍ୟ ଆଣବିକ ଅସ୍ତ୍ର ବହନ କରିବାରେ ସକ୍ଷମ ଅଟେ ।

ଏହା ବି ପଢ଼ନ୍ତୁ: Supreme Court: ହେଟ୍ ସ୍ପିଚକୁ କଠୋର ହେଲେ ସୁପ୍ରିମକୋର୍ଟ; ଶୁଣାଇଲେ ବଡ଼ ରାୟ