Delhi High Court: ରାମଦେବଙ୍କୁ ତାଗିଦ କଲେ ହାଇକୋର୍ଟ; ଜାଣନ୍ତୁ ପୂରା ମାମଲା
Advertisement

Delhi High Court: ରାମଦେବଙ୍କୁ ତାଗିଦ କଲେ ହାଇକୋର୍ଟ; ଜାଣନ୍ତୁ ପୂରା ମାମଲା

Delhi High Court: ଦିଲ୍ଲୀ ହାଇକୋର୍ଟ ରାମଦେବଙ୍କୁ କହିଛନ୍ତି ଯେ ସେ ନିଜ ଶିଷ୍ୟ ଓ ଅନୁଗାମୀ କରିପାରିବେ । ଏହିପରି ଲୋକମାନେ ତାଙ୍କ କଥା ଉପରେ ମଧ୍ୟ ବିଶ୍ୱାସ କରିପାରନ୍ତି, କିନ୍ତୁ ସରକାରୀ ସୂଚନାଠାରୁ ଭିନ୍ନ କିଛି କହି ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ।

ସୌ: ସୋସିଆଲ ମିଡିଆ

Delhi High Court: ଯୋଗ ଗୁରୁ ବାବା ରାମଦେବଙ୍କୁ (Ramdev) ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ (Delhi High Court) ତାଗିଦ କରିଛନ୍ତି । କୋଭିଡ ଟିକା (Covid vaccine) ନେବା ପରେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ (Joe Biden) କୋରୋନା ହେବାକୁ ନେଇ ରାମଦେବ ଡାକ୍ତରୀ ବିଜ୍ଞାନର (Medical science) ବିଫଳତା ବୋଲି କହିଥିଲେ । ଏହା ଉପରେ କୋର୍ଟ କହିଛନ୍ତି, "ସରକାରୀ ସୂଚନା ବ୍ୟତୀତ ଆଉ କିଛି କୁହନ୍ତୁ ନାହିଁ । ନିଜ ବୟାନ ଦ୍ୱାରା ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ।'

ଏଲୋପାଥି ବିରୋଧରେ ବୟାନ ଦେବା ଯୋଗୁଁ ରାମଦେବଙ୍କ ବିରୋଧରେ ଅନେକ ଏଲୋପାଥି ଡାକ୍ତର ସଂଗଠନ ମକଦ୍ଦମା ଦାୟର କରିଥିଲେ । ଏହା ଶୁଣି ଜଷ୍ଟିସ୍ ଅନୁପ ଜୟରାମ ଭମ୍ବାନୀ କହିଛନ୍ତି ଯେ ଆମର ଦୁଇଟି ଚିନ୍ତା ଅଛି । ପ୍ରଥମତଃ ହେଉଛି ମୁଁ ଆୟୁର୍ବେଦ ନାମକୁ ବଦନାମ କରାଯିବା ନେଇ ଚିନ୍ତିତ । ଆୟୁର୍ବେଦ ଏକ ସ୍ୱୀକୃତିପ୍ରାପ୍ତ ପ୍ରାଚୀନ ଚିକିତ୍ସା ବ୍ୟବସ୍ଥା । ଏହାର ନାମ ନଷ୍ଟ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଦ୍ୱିତୀୟତଃ ହେଉଛି ରାମଦେବ ନିଜ ବୟାନରେ ଆନ୍ତର୍ଜାତୀୟ ନେତାଙ୍କ ନାମ ନେଇଛନ୍ତି, ସେହି ନେତା ଓ ସେମାନଙ୍କ ଦେଶ ସହ ଆମର ସମ୍ପର୍କ ଅଛି । ଏହିପରି ବୟାନ ବିଦେଶୀ ଦେଶ ସହିତ ଆମର ସମ୍ପର୍କକୁ ପ୍ରଭାବିତ କରିବ । 

କୋର୍ଟ କହିଛନ୍ତି ଯେ ଏହା କହିବା ଠିକ୍ ଯେ ମୁଁ ଟିକା ନେବାକୁ ଚାହୁଁ ନାହିଁ, କିନ୍ତୁ ଏହା କହିବା ସମ୍ପୂର୍ଣ୍ଣ ଅଲଗା କଥା ଯେ ଟିକାକୁ ଭୁଲିଯାନ୍ତୁ, ଏହା ଅଦରକାରୀ । ଯେଉଁ ଫର୍ମୁଲା ମୁଁ ପ୍ରସ୍ତୁତ କରିଛି ତାକୁ ନେତାଙ୍କ ସମେତ ବିଶ୍ୱର ସମସ୍ତ ଲୋକଙ୍କୁ ଦିଆଯିବା ଉଚିତ୍ । କୋର୍ଟ ରାମଦେବଙ୍କୁ କହିଛନ୍ତି ଯେ ସେ ନିଜ ଶିଷ୍ୟ ଓ ଅନୁଗାମୀ କରିପାରିବେ । ଏହିପରି ଲୋକମାନେ ତାଙ୍କ କଥା ଉପରେ ମଧ୍ୟ ବିଶ୍ୱାସ କରିପାରନ୍ତି, କିନ୍ତୁ ସରକାରୀ ସୂଚନାଠାରୁ ଭିନ୍ନ କିଛି କହି ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ।'

ମାମଲାର ଶୁଣାଣି ସମୟରେ ରାମଦେବଙ୍କ ଓକିଲ କହିଛନ୍ତି ଯେ ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବାବା ରାମଦେବଙ୍କୁ ବଦନାମ କରିବାକୁ ଏହି ମାମଲା କଂଗ୍ରେସ ବନାମ ବିଜେପି କରାଯାଉଛି । ଏହା ଉପରେ କୋର୍ଟ କହିଛନ୍ତି - କୋର୍ଟରେ ରାଜନୀତି ପାଇଁ ସ୍ଥାନ ନାହିଁ ।

କୋରୋନୋ ସମୟରେ ବାବା ରାମଦେବଙ୍କ ଆଲୋପାଥି ବିରୋଧରେ ଦିଆଯାଇଥିବା ବୟାନ ଉପରେ ବରିଷ୍ଠ ଓକିଲ ଅଖିଲ ସିବଲ ଯୁକ୍ତି ବାଢିଥିଲେ । ବାବା ରାମଦେବଙ୍କ କରୋନିଲ କୋରୋନା ପାଇଁ ଏକ ଚିକିତ୍ସା ବୟାନ ସମ୍ପର୍କରେ ସେ ଏଲୋପ୍ୟାଥିକ ଡାକ୍ତରଙ୍କ ସଂଗଠନ ତରଫରୁ ତର୍କ କରିଥିଲେ । ଆସନ୍ତା ସପ୍ତାହରେ ପୁନର୍ବାର ଏହି ମାମଲାର ଶୁଣାଣି କରିବାକୁ କୋର୍ଟ କହିଛନ୍ତି ।

ଏହା ବି ପଢ଼ନ୍ତୁ: IND vs ZIM: କମ୍ ପାଣିରେ ଗାଧୋଇବାକୁ ନେଇ ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଲା ବିସିସିଆଇ; ଏହା ରହିଛି କାରଣ

ଏହା ବି ପଢ଼ନ୍ତୁ: FIFA ସହିତ ବୈଠକ କଲେ କେନ୍ଦ୍ର ସରକାର, ମିଳିବାକୁ ଯାଉଛି U17 ବିଶ୍ୱକପକୁ ନେଇ ଖୁସିଖବର!