ପିଲାବେଳେ କ'ଣ ହେବାକୁ ଚାହୁଁଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ? କଲେ ବଡ ଖୁଲାସା...
Advertisement
Article Detail0/zeeodisha/odisha1309806

ପିଲାବେଳେ କ'ଣ ହେବାକୁ ଚାହୁଁଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ? କଲେ ବଡ ଖୁଲାସା...

Rajnath Singh Child Aim: ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିବା ରାଜନୀଥ ସିଂ (Defence Minister Rajnath Singh) ଏକଦା ତାଙ୍କ ଜୀବନରେ ଥିବା ଲକ୍ଷ(Aim) ସମ୍ପର୍କରେ ଏକ ରୋଚକ ବୟାନ ଦେଇଛନ୍ତି। ସେ ଶୁକ୍ରବାର ଦିନ କହିଛନ୍ତି ଯେ, ସେ ଦିନେ ସେନା(Army)ରେ ଯୋଗ ଦେବାକୁ ଚାହୁଁଥିଲେ।

ପ୍ରତୀକାତ୍ମକ

Rajnath Singh Child Aim: ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ ଥାଏ। ହେଲେ ତାହା ସମୟ ଏବଂ ପରିସ୍ଥିତିରେ ପରିବର୍ତ୍ତନ ହୋଇଯାଇପାରେ। ଏମିତି ଅନେକ ଦୃଷ୍ଟାନ୍ତ ରହିଛି। ସେହିପରି ବର୍ତ୍ତମାନ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିବା ରାଜନୀଥ ସିଂ (Defence Minister Rajnath Singh) ଏକଦା ତାଙ୍କ ଜୀବନରେ ଥିବା ଲକ୍ଷ(Aim) ସମ୍ପର୍କରେ ଏକ ରୋଚକ ବୟାନ ଦେଇଛନ୍ତି। ସେ ଶୁକ୍ରବାର ଦିନ କହିଛନ୍ତି ଯେ, ସେ ଦିନେ ସେନା(Army)ରେ ଯୋଗ ଦେବାକୁ ଚାହୁଁଥିଲେ। କିନ୍ତୁ, ପାରିବାରିକ ସମସ୍ୟା ହେତୁ ସେ ଏହା କରିପାରିଲେ ନାହିଁ। ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନ ମାନଙ୍କୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ଯେ, ସେ ମଧ୍ୟ ସଶସ୍ତ୍ର ବାହିନୀରେ ଯୋଗ ଦେବା ପାଇଁ ପରୀକ୍ଷା ଦେଇଛନ୍ତି।

ସେ କହିଥିଲେ, ମୁଁ ମୋର ପିଲା ଦିନର ଏକ କାହାଣୀ କହିବାକୁ ଚାହେଁ। ମୁଁ ମଧ୍ୟ ସେନାରେ ଯୋଗ ଦେବାକୁ ଚାହୁଁଥିଲି ଏବଂ ମୁଁ ଥରେ 'ସର୍ଟ ସର୍ଭିସ କମିଶନ' ପରୀକ୍ଷା ଦେଇଥିଲି। ମୁଁ ଲିଖିତ ପରୀକ୍ଷା ଦେଇଥିଲି କିନ୍ତୁ, ବାପାଙ୍କ ମୃତ୍ୟୁ ଏବଂ ଅନ୍ୟାନ୍ୟ ପାରିବାରିକ ସମସ୍ୟା ହେତୁ ମୁଁ ସେନାରେ ଯୋଗ ଦେଇ ପାରିଲି ନାହିଁ, ଯାହାକୁ ନେଇ ଆଜି ବି ମୁଁ ନିଜକୁ ଅବଶୋଷ ମନେ କରେ। 

ରାଜନାଥ ସିଂ କହିଛନ୍ତି ଯଦି ତୁମେ ଏକ ଶିଶୁକୁ ସେନା ୟୁନିଫର୍ମ ଦେବ ତେବେ ତୁମେ ଦେଖିବ ଯେ, ତାଙ୍କର ବ୍ୟକ୍ତିତ୍ବରେ ପରିବର୍ତ୍ତନ ଘଟିଥିବ। କାରଣ ଏହି ୟୁନିଫର୍ମରେ କିଛି ରହିଛି, ଯାହା ବ୍ୟକ୍ତିତ୍ବକୁ ବଦଳାଇ ଦେଇଥାଏ। ମନ୍ତ୍ରୀପୁଖରୀ ଠାରେ ଆସାମ ରାଇଫଲ୍ସ (ଦକ୍ଷିଣ)ର ମହାନିରୀକ୍ଷକଙ୍କ ମୁଖ୍ୟାଳୟ ଭ୍ରମଣ ସମୟରେ ରାଜନାଥଙ୍କ ସହିତ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ରହିଥିଲେ। ଏହି ଅବସରରେ ସିଂ ମୁଖ୍ୟାଳୟ ଠାରେ ସଶସ୍ତ୍ର ବାହିନୀଙ୍କୁ ମଧ୍ୟ ଭେଟିଥିଲେ।

ଭାରତ-ଚୀନ୍ ମଧ୍ୟରେ ଥିବା ଉତ୍ତେଜକ ପରିସ୍ଥିତି ସମୟରେ ସୁରକ୍ଷା ବାହିନୀ ଦ୍ୱାରା ଦେଖାଯାଇଥିବା ସାହସିକତାକୁ ରାଜନାଥ ସିଂ ଆଲୋକପାତ କରିଥିଲେ। ସେ କହିଛନ୍ତି, ଯେତେବେଳେ ଭାରତ-ଚୀନ୍ ଉତ୍ତେଜନା ଲାଗିରହିଥିଲା, ସେତେବେଳେ ଆପଣଙ୍କର ପାଖେ ସବିଶେଷ ତଥ୍ୟ ନ ଥାଇପାରେ, କିନ୍ତୁ ମୁଁ ଏବଂ ସେହି ସମୟର ସେନା ମୁଖ୍ୟ ଆମ ସୈନିକ ମାନଙ୍କ ସାହସିକତା ବିଷୟରେ ଅବଗତ ଥିଲୁ। ଆମ ଦେଶ ସର୍ବଦା ଆପଣଙ୍କ ପାଇଁ ଋଣୀ ହୋଇ ରହିବ ବୋଲି ରାଜନାଥ କହିଛନ୍ତି। ସିଂ କହିଛନ୍ତି, ମୁଁ ଯେଉଁଆଡେ ଯାଏ ସେନା କର୍ମଚାରୀଙ୍କୁ ଭେଟିଛି ଭେଟିବାକୁ ଅଗ୍ରାଧିକାର ଦିଏ। ଯେତେବେଳେ ମୋର ମଣିପୁର ଗସ୍ତ ଯୋଜନା କରାଯାଇଥିଲା ଆର୍ମି ଚିଫ୍ ପାଣ୍ଡେଙ୍କୁ କହିଥିଲି ଯେ, ମୁଁ ଆସାମ ରାଇଫଲ୍ସ ଏବଂ ୫୭ ତମ ମାଉଣ୍ଟେନ୍ ଡିଭିଜନର କର୍ମକର୍ତ୍ତାଙ୍କୁ ଭେଟିବାକୁ ଚାହୁଁଛି।

ରାଜନାଥ କହିଛନ୍ତି, ଡାକ୍ତର, ଇଞ୍ଜିନିୟର ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ମାନେ କୌଣସି ନା କୌଣସି ପ୍ରକାରେ ଦେଶର ସେବା ପାଇଁ ନିଜର ଯୋଗଦାନ ଦେଉଛନ୍ତି। କିନ୍ତୁ, ଏହି ସେବା ଏକ ସ୍ବତନ୍ତ୍ର ଧରଣ ସେବା। ସେ କହିଛନ୍ତି, ଆସାମ ରାଇଫଲ୍ସ ସମାଜର ଅନେକ ଲୋକଙ୍କୁ ମୁଖ୍ୟ ଧାରାରେ ସାମିଲ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଆଉ ଏହା ପୂର୍ବୋତ୍ତର ଭାରତର ପ୍ରହରୀ କହିଲେ କିଛି ଭୁଲ ହେବନାହିଁ।