ଭୟଙ୍କର ଦୁର୍ଘଟଣା ପରେ ବି ଚେତିନି ଓସେନ ଗେଟ୍, ପୁଣି ଟାଇଟାନିକ୍ ଯାତ୍ରା ନେଇ ଦେଲା ବିଜ୍ଞାପନ
Advertisement
Article Detail0/zeeodisha/odisha1760685

ଭୟଙ୍କର ଦୁର୍ଘଟଣା ପରେ ବି ଚେତିନି ଓସେନ ଗେଟ୍, ପୁଣି ଟାଇଟାନିକ୍ ଯାତ୍ରା ନେଇ ଦେଲା ବିଜ୍ଞାପନ

Titanic: ଏହି ଭୟଙ୍କର ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଥିବା ଥିବା ବେଳେ ଘଟଣାର ୧୦ ଦିନ ନପୂରୁଣୁ ଓସେନ ଗେଟ୍ ନିଜ ୱେବସାଇଟରେ ଟାଇଟାନିକ୍ ଧ୍ୱଂସାବଶେଷ ନିକଟକୁ ଯାତ୍ରା ଲାଗି ବିଜ୍ଞାପନ ଜାରି ରଖିଛି । 'ଇଣ୍ତିପେଣ୍ତଣ୍ଟ' ଖବରକାଗଜ ପ୍ରକାଶିତ ଏକ ଖବର ଅନୁଯାୟୀ, ଆସନ୍ତା ବର୍ଷରେ ଟାଇଟାନିକ୍ ଧ୍ୱଂସାବଶେଷ ନିକଟକୁ ଯିବା ଲାଗି କମ୍ପାନୀର ୱେବସାଇଟରେ ୨ଟି ବିଜ୍ଞାପନ (Advertises) ଏବେ ଜାରି ରହିଛି ।

ସୌ(ସୋସିଆଲ ମିଡିଆ)

Titanic: ଆଟଲାଣ୍ଟିକ୍ ମହାସାଗରରେ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା "ଟାଇଟନ୍ " (Titan Submarine) ନାମକ ଏକ ବୁଡ଼ାଜାହାଜର ବିସ୍ଫୋରଣ ହେବା ସହ ଏଥିରେ ଥିବା ପାଞ୍ଚ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏତେ ସବୁ ପରେ ବି ଟାଇଟନ୍ ପରିଚାଳନା କରୁଥିବା କମ୍ପାନୀ ଓସେନ ଗେଟ୍ (OceanGate)ର ଚେତା ପଶିନି । ଏହି ଭୟଙ୍କର ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଥିବା ଥିବା ବେଳେ ଘଟଣାର ୧୦ ଦିନ ନପୂରୁଣୁ ଓସେନ ଗେଟ୍ ନିଜ ୱେବସାଇଟରେ ଟାଇଟାନିକ୍ ଧ୍ୱଂସାବଶେଷ ନିକଟକୁ ଯାତ୍ରା ଲାଗି ବିଜ୍ଞାପନ ଜାରି ରଖିଛି । 'ଇଣ୍ତିପେଣ୍ତଣ୍ଟ' ଖବରକାଗଜ ପ୍ରକାଶିତ ଏକ ଖବର ଅନୁଯାୟୀ, ଆସନ୍ତା ବର୍ଷରେ ଟାଇଟାନିକ୍ ଧ୍ୱଂସାବଶେଷ ନିକଟକୁ ଯିବା ଲାଗି କମ୍ପାନୀର ୱେବସାଇଟରେ ୨ଟି ବିଜ୍ଞାପନ (Advertises) ଏବେ ଜାରି ରହିଛି ।

ଓସେନ ଗେଟ୍ (Ocean Gate) ୱେବସାଇଟ୍ ଅନୁଯାୟୀ, ଗଭୀର ସମୁଦ୍ର (Ocean) ମଧ୍ଯରେ ଅନୁସନ୍ଧାନ କରୁଥିବା ଏହି କମ୍ପାନୀ ଆସନ୍ତା ବର୍ଷ ଜୁନ୍ ୧୨ରୁ ୨୦ ତାରିଖ ଓ ୨୧ରୁ ୨୯ ତାରିଖ ପର୍ଯ୍ୟନ୍ତ ୨୫୦,୦୦୦ ଡଲାର ମୂଲ୍ୟରେ ଦୁଇଟି ଟାଇଟାନିକ୍ ଯାତ୍ରା କରିବାକୁ ଯୋଜନା କରୁଛି । ଏଥିରେ ବୁଡ଼ାଜାହାଜ ଦ୍ବାରା ଜଳ ଯାତ୍ରା, ବ୍ୟକ୍ତିଗତ ରହଣି, ସମସ୍ତ ଆବଶ୍ୟକ ତାଲିମ, ଅଭିଯାନ ଆବଶ୍ୟକ ଉପକରଣ ଓ ଭୋଜନ ଅନ୍ତର୍ଭୁକ୍ତ ରହିବ । କମ୍ପାନୀ କହିଛି ଯେ, ପ୍ରଥମ ଦିନରେ ଯାତ୍ରୀମାନେ ଏହି ଅଭିଯାନରେ ସାମିଲ ଟିମ୍ ସହ ସାକ୍ଷାତକାର କରି ଏହି ଯାତ୍ରା ପାଇଁ ସମୁଦ୍ର କୂଳ ସ୍ଥିତ ସେଣ୍ଟ ଜୋନ୍ସରେ ପହଞ୍ଚିବେ। ଏହି ବୁଡ଼ାଜାହାଜ ଯାତ୍ରୀମାନଙ୍କୁ ଟାଇଟାନିକ୍ ଧ୍ୱଂସାବଶେଷ ଥିବା ସ୍ଥାନକୁ ନେଇଯିବ । ଟାଇଟାନିକ୍ ଧ୍ୱଂସାବିଶେଷ ନିକଟରେ ପହଁଞ୍ଚିବା ଲାଗି ସମୁଦ୍ର ଭିତରେ ପ୍ରାୟ ୪୦୦ ମାଇଲ ଯାତ୍ରା କରିବାକୁ ହେବ । ପ୍ରକାଶଥାଉ କି, ନିକଟରେ ଆଟଲାଣ୍ଟିକ୍ ମହାସାଗରରେ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ନିକଟକୁ ଯିବା ବେଳେ ଟାଇଟନ୍ ବୁଡ଼ାଜାହଜର ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଏଥିରେ ଥିବା ଓସେନ ଗେଟ୍ (OceanGate) କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଷ୍ଟକଟଂନ୍ ରଷ (Stockton Rush), ବ୍ରିଟିଶ କୋଟିପଟି ହମିଶ ହାର୍ଡିଙ୍ଗ, ଫ୍ରାନ୍ସର ଡ୍ରାଇଭିଂ ବିଶେଷଜ୍ଞ ପଲ୍-ହେନେରୀ ନାର୍ଗିଓଲେଟ୍ ଓ ପାକିସ୍ତାନୀ ବ୍ୟବସାୟୀ ପ୍ରିନ୍ସ ଡାଉଦଙ୍କ ସାନ ପୁଅ ସୁଲେମାନଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଏହି ଅଭିଯାନକୁ 'ଅନିର୍ଦ୍ଦିଷ୍ଟ କାଳ'  ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ‘ଇଣ୍ଡିପେଣ୍ଡେଣ୍ଟ୍’ ଖବର ଅନୁଯାୟୀ, ଯେତେବେଳେ ନିଖୋଜ ବୁଡ଼ାଜାହାଜ ପାଇଲଟଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିଲା ଠିକ୍ ସେହି ସମୟରେ କମ୍ପାନୀ ଏହାର ୱେବସାଇଟରେ ବୁଡ଼ାଜାହାଜ ପାଇଲଟ୍ ପଦ ଲାଗି ଚାକିରିର ବିଜ୍ଞାପନ ଦେଇଥିଲା। ଏଥିଲାଗି କମ୍ପାନୀକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଫଳରେ କମ୍ପାନୀ ଏହି ବିଜ୍ଞାପନକୁ ହଟାଇବା ଲାଗି ବାଧ୍ଯ ହୋଇଥିଲା ।

Also Read-PAN-Aadhaar Link Deadline: ଆଜି ହିଁ ସାରନ୍ତୁ ଏହି କାମ, ଆଧାର ସହ ପାନ୍ ଲିଙ୍କ୍ କରିବାର ଆଜି ହେଉଛି ଶେଷ ଦିନ, ନଚେତ୍ ଗଣିବେ ଏତିକି ଫାଇନ୍

Also Read-Strange Tradition: ବେଦିକୁ ଯିବା ପୂର୍ବରୁ ମାଆଙ୍କଠାରୁ ସ୍ତନ୍ୟପାନ କରେ ବର !

ଆମେରିକାର କୋଷ୍ଟଗାର୍ଡଙ୍କ ଅନୁଯାୟୀ, ବିଶେଷଜ୍ଞମାନେ ଟାଇଟାନ୍ ବୁଡ଼ାଜାହାଜ ଧ୍ୱଂସାବଶେଷରୁ କିଛି ଅବଶେଷ ଉଦ୍ଧାର କରିଛନ୍ତି। ଅନୁମାନ କରାଯାଉଛି ଯେ, ଏହା ମନୁଷ୍ୟ ମୃତଦେହ ହୋଇପାରେ । ଏହି ବୁଡ଼ାଜାହାଜର ଉଦ୍ଧାର ହୋଇଥିବା ଧ୍ୱଂସାବଶେଷକୁ ପୂର୍ବ କାନାଡା଼ରେ ପକାଯାଇଥିଲା, ଯାହାଦ୍ବାରା ଏହାର ସନ୍ଧାନ ଓ ପୁନରୁଦ୍ଧାରର ଏକ କଠିନ କାର୍ଯ୍ୟ ସମାପ୍ତ ହୋଇଛି।

Also Read-MO BUS: ୧୩ଟି ନୂଆ ରୁଟ୍‌ରେ ଗଡ଼ିବ ‘ମୋ ବସ’, ଜାଣନ୍ତୁ କେବେ ଓ କେଉଁଠି ଆରମ୍ଭ ହେବ ସେବା