Indian Railway: ଅଦ୍ଭୂତ ରେଳ ଷ୍ଟେସନ; ଯେଉଁଠି ଟିକେଟ କିଣିଥାନ୍ତି ଲୋକେ, ହେଲେ କରନ୍ତି ନାହିଁ ଯାତ୍ରା
Advertisement
Article Detail0/zeeodisha/odisha1620971

Indian Railway: ଅଦ୍ଭୂତ ରେଳ ଷ୍ଟେସନ; ଯେଉଁଠି ଟିକେଟ କିଣିଥାନ୍ତି ଲୋକେ, ହେଲେ କରନ୍ତି ନାହିଁ ଯାତ୍ରା

Railway News:  ଦେଶରେ ଏପରି ଏକ ଅଦ୍ଭୂତ ରେଳ ଷ୍ଟେସନ ରହିଛି। ଯେଉଁଠି ଲୋକେ କେବଳ ଟିକେଟ କିଣିଥାନ୍ତି। ହେଲେ ରେଳ ଯାତ୍ରା କରିନଥାନ୍ତି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଏପରି ଅଦ୍ଭୂତ ରେଳ ଷ୍ଟେସନ ଲୋକେ ଯଦିଏ ଟ୍ରେନ ଟିକେଟ କିଣିଥାନ୍ତି, ହେଲେ ରେଳଯାତ୍ରା କରିନଥାନ୍ତି

Indian Railway: ଅଦ୍ଭୂତ ରେଳ ଷ୍ଟେସନ; ଯେଉଁଠି ଟିକେଟ କିଣିଥାନ୍ତି ଲୋକେ, ହେଲେ କରନ୍ତି ନାହିଁ ଯାତ୍ରା

Dayalpur Railway Station: ଦେଶର ଜୀବନ ରେଖା ଭାବେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦୈନିକ କୋଟି କୋଟି ଭାରତୀୟ କରିଥାନ୍ତି ରେଳଯାତ୍ରା। ଦେଶରେ ଅବସ୍ଥିତ କୌଣସି ଦୂର ସ୍ଥାନକୁ ଯାତ୍ରାସ କରିବା ପାଇଁ ଆଜିର ସମୟରେ ମଧ୍ୟ ଟ୍ରେନ ଲୋକଙ୍କ ପ୍ରଥମ ପସନ୍ଦ ରହିଛି। କାରଣ ରେଳଯାତ୍ରା ବେଶ ସୁବିଧାରେ ଏବଂ ସହଜରେ ହୋଇଥାଏ। 

ବର୍ତ୍ତମାନ ସମୟରେ ମଧ୍ୟ ଦେଶର ଗୋଟିଏ କୋଣରୁ ଅନ୍ୟକୋଣକୁ ଯାତ୍ରା ଟ୍ରେନ୍ ବିନା କଳ୍ପନା କରିବା ମଧ୍ୟ ସହଜ ନୁହେଁ। ଦେଶର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ଯିବାକୁ ହେଲେ ଆମକୁ ଟ୍ରେନ୍ ସାହାଯ୍ୟରେ ଯାତ୍ରା କରିବାକୁ ହୋଇଥାଏ। ରେଳ ଯାତ୍ରା ପାଇଁ ଆମକୁ ଟ୍ରେନ୍ ଟିକେଟ୍ ଆବଶ୍ୟକ ହୋଇଥାଏ। ଯଦି ବିନା ଟିକେଟ ଦ୍ୱାରା କୌଣସି ଯାତ୍ରୀ ଯାତ୍ରା କରୁଥିବାର ଧରା ପଡ଼ନ୍ତି, ତାହେଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

ହେଲେ କ'ଣ ଆପଣ ଜାଣିଛନ୍ତି ଦେଶରେ ଏପରି ଏକ ଅଦ୍ଭୂତ ରେଳ ଷ୍ଟେସନ ରହିଛି। ଯେଉଁଠି ଲୋକେ କେବଳ ଟିକେଟ କିଣିଥାନ୍ତି। ହେଲେ ରେଳ ଯାତ୍ରା କରିନଥାନ୍ତି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଏପରି ଅଦ୍ଭୂତ ରେଳ ଷ୍ଟେସନ ଲୋକେ ଯଦିଏ ଟ୍ରେନ ଟିକେଟ କିଣିଥାନ୍ତି, ହେଲେ ରେଳଯାତ୍ରା କରିନଥାନ୍ତି। ଟିକେଟ୍ କିଣିବା ପରେ ମଧ୍ୟ ଲୋକେ କାହିଁକି କରିନଥାନ୍ତି ରେଳ ଯାତ୍ରା? ଏହା ପଛରେ କେଉଁ କାରଣ ରହିଛି? ଆମେ ଏହି ରେଳ ଷ୍ଟେସନ ସମ୍ପର୍କରେ ଆପଣଙ୍କୁ ଜଣାଉଛୁ।

ଉତ୍ତର ପ୍ରଦେଶ ପ୍ରୟାଗରଜ ନିକଟରେ ଥିବା ଦୟାଲପୁର ନାମରେ ଏପରି ଏକ ରେଳ ଷ୍ଟେସନ ରହିଛି। ଯେଉଁଠାରେ ଲୋକେ ଯଦିଓ ଟ୍ରେନ କିଣିଥାନ୍ତି, ହେଲେ ସେମାନେ ରେଳ ଯାତ୍ରା କରିନଥାନ୍ତି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ହେଲେ ଏହା ସତ୍ୟ। ଏହା ପଛର ରହିଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ୧୯୫୪ ମସିହାର କଥା। ସେତେବେଳର ସମୟରେ ଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ତତ୍କାଳୀନ ରେଳମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଦୟାଲପୁର ଠାରେ ଏକ ରେଳ ଷ୍ଟେସନ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ରେଳ ଷ୍ଟେସନ ନିର୍ମାଣ ହେବାର ପଚାଶ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା। ହେଲେ ଗତ ୨୦୦୬ ବର୍ଷରେ ରେଳବାଇ ଏହି ରେଳ ଷ୍ଟେସନ ବନ୍ଦ କରି ଦେଇଥିଲା।

ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ଯେ ରେଳବାଇ କାହିଁକି ଦୟାଲପୁର ରେଳ ଷ୍ଟେସନ ବନ୍ଦ କରି ଦେଇଥିଲା। ରେଳ ଷ୍ଟେସନ ବନ୍ଦ ହେବା ପରେ ଲୋକେ ଟିକେଟ୍ କିଣିବା ପରେ କାହିଁକି ରେଳଯାତ୍ରା କରୁନାହାଁନ୍ତି। ଏହା ପଛରେ ଏକ କାରଣ ରହିଛି। ତାହା ହେଉଛି ଏହି ରେଳ ଷ୍ଟେସନ ଠାରେ କମ୍ ଟିକେଟ୍ ବିକ୍ରି ହେବା କାରଣରୁ ରେଳବାଇ ଏହାକୁ ୧୭ ବର୍ଷ ପୂର୍ବେ ବନ୍ଦ କରି ଦେଇଥିଲା। ସ୍ଥାନୀୟ ସାଂସଦ, ବିଧାୟକ ଏବଂ ରାଜନେତାଙ୍କ ଉଦ୍ୟମ କ୍ରମେ ଗତ ୨୦୨୦ ବର୍ଷରେ ଏହି ରେଳ ଷ୍ଟେସନ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିଲା। ରେଳ ଷ୍ଟେସନ ଯେପରି ଆଉ ଥରେ ବନ୍ଦ ନହୁଏ, ତାହାକୁ ଧ୍ୟାନରେ ରଖି ସ୍ଥାନୀୟ ଲୋକ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ଟ୍ରେନ ଟିକେଟ୍ କିଣୁଛନ୍ତି। ଟିକେଟ୍ ବିକ୍ରୟ ମାନ ପୂରଣ କରିବାକୁ, ସ୍ଥାନୀୟ ଲୋକ ସେମାନଙ୍କ ପକ୍ଷରୁ ଟ୍ରେନ ଟିକେଟ୍ କିଣୁଛନ୍ତି ହେଲେ ରେଳ ଯାତ୍ରା କରୁନାହାଁନ୍ତି।