Cyrus Mistry Death: ସଡକ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha1335221

Cyrus Mistry Death: ସଡକ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନଙ୍କ ଦେହାନ୍ତ

Cyrus Mistry Death: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ମୁମ୍ବାଇର ପାଲଗରରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପାଲଘର ଏସପି ନିଶ୍ଚିତ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Cyrus Mistry Death: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ମୁମ୍ବାଇର ପାଲଗରରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପାଲଘର ଏସପି ନିଶ୍ଚିତ କରିଛନ୍ତି । କୁହାଯାଉଛି ଯେ ଏହି ଦୁର୍ଘଟଣା ପାଲଘର ନିକଟରେ ଘଟିଛି । ଦୁର୍ଘଟଣା ପରେ ତାଙ୍କୁ ହସ୍ପିଟାଲକୁ  ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମିସ୍ତ୍ରୀ ଚାରି ବର୍ଷ ପାଇଁ ଟାଟା ଗ୍ରୁପ୍ ର ଚେୟାରମ୍ୟାନ୍ ଥିଲେ । ସୂଚନା ଅନୁଯାୟୀ ସେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିଲେ । ପାଲଘର ନିକଟ ଏକ ବ୍ରିଜରେ ମର୍ସିଡିଜ୍ କାର ସହିତ ତାଙ୍କର ଦୁର୍ଘଟଣା ଘଟିଥିଲା । ପିଟିଆଇ ଅନୁଯାୟୀ, ଦିନ ପ୍ରାୟ ୩ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ ମିସ୍ତ୍ରୀଙ୍କ ସହ ତାଙ୍କ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି । ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣାରେ ସାଇରସ୍ ଓ ତାଙ୍କ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଡ୍ରାଇଭିଂ ସିଟରେ ଜଣେ ମହିଳା ଥିଲେ । ମିସ୍ତ୍ରୀ ପାଖ ସିଟରେ ବସିଥିଲେ । ଆଉ ଦୁଇଜଣ ଲୋକ ପଛରେ ବସିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଆଗ ଭାଗଟି ଉଡିଯାଇଥିଲା । ଏହି ଦୁର୍ଘଟଣା କିପରି ଘଟିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ସେ ୪ ଜୁଲାଇ ୧୯୬୮ ରେ ଭାରତୀୟ ମୂଳର ଏକ ଅଇରୀଶ ବ୍ୟବସାୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଟାଟା ଗ୍ରୁପର ଷଷ୍ଠ ଅଧ୍ୟକ୍ଷ ଥିଲେ । ଡିସେମ୍ବର ୨୦୧୨ ରେ, ରତନ ଟାଟା ତାଙ୍କୁ ଟାଟା ଗ୍ରୁପ୍ ର ଚେୟାରମ୍ୟାନ୍ କରିଥିଲେ । ଦୀର୍ଘ ଦିନ ଧରି ରତନ ଟାଟା ଓ ସାଇରସ୍ ମିସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଡିସେମ୍ବର ୨୦୧୨ ରେ, ସାଇରସ୍ ମିସ୍ତ୍ରୀଙ୍କୁ ରତନ ଟାଟା ଦ୍ୱାରା ଟାଟା ଗ୍ରୁପର ଚେୟାରମ୍ୟାନ୍ କରାଯାଇଥିଲା । ତାଙ୍କୁ ୨୦୧୬ ରେ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା । ଏହି ପଦବୀରୁ ହଠାତ୍ ହଟାଯିବା ଯୋଗୁଁ ସେ କୋର୍ଟକୁ ମଧ୍ୟ ଯାଇଥିଲେ ଓ ସେ ନ୍ୟାସନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲକୁ ଯାଇଥିଲେ, ଯେଉଁଠାରେ ତାଙ୍କ ସପକ୍ଷରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ନିଷ୍ପତ୍ତି ପରେ ରତନ ଟାଟା ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ: Ghulam Nabi Azad: ରାଲି କରି କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ; ଦେଲେ ଏହି ବଡ ବୟାନ

 

ଏହା ବି ପଢ଼ନ୍ତୁ: Congress Rally: ରାମଲୀଳା ମୈଦାନରୁ ପିଏମ ମୋଦିଙ୍କ ଉପରେ ସିଧାସଳଖ ଟାର୍ଗେଟ କଲେ ରାହୁଲ, ୨୦୨୪ ପାଇଁ ଦେଲେ ସଂକେତ!