Cyclone Sitrang: ବାଂଲାଦେଶରେ ୨୮ ମୃତ, ଓଡ଼ିଶା ଉପକୂଳରୁ ୩୦ ମତ୍ସ୍ୟଜୀବୀ ଉଦ୍ଧାର
Advertisement
Article Detail0/zeeodisha/odisha1412397

Cyclone Sitrang: ବାଂଲାଦେଶରେ ୨୮ ମୃତ, ଓଡ଼ିଶା ଉପକୂଳରୁ ୩୦ ମତ୍ସ୍ୟଜୀବୀ ଉଦ୍ଧାର

Cyclone Sitrang Bangladesh : ସୋମବାର ଦକ୍ଷିଣ ବାଂଲାଦେଶରେ ବାତ୍ୟା ସିତ୍ରାଙ୍ଗ ଲ୍ୟାଣ୍ଡଫଲ କରିଛି। ବାତ୍ୟା ପ୍ରଭାବରେ ପ୍ରାୟ ୧୦୦୦୦ କଚ୍ଚା ଘର ନଷ୍ଟ ହୋଇଯାଇଛି। ବହୁ ପରିମାଣର ଚାଷ ଜମିରେ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। ବୁଧବାର ଓଡିଶା ସୀମାନ୍ତରୁ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

 Cyclone Sitrang: ବାଂଲାଦେଶରେ ୨୮ ମୃତ, ଓଡ଼ିଶା ଉପକୂଳରୁ ୩୦ ମତ୍ସ୍ୟଜୀବୀ ଉଦ୍ଧାର

ଭଦ୍ରକ: ସୋମବାର ଦକ୍ଷିଣ ବାଂଲାଦେଶରେ ବାତ୍ୟା ସିତ୍ରାଙ୍ଗ ଲ୍ୟାଣ୍ଡଫଲ କରିଛି।  ଆସିବା ବାତ୍ୟା ଆସିବା ପୂର୍ବରୁ ବାଂଲାଦେଶରେ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଲ୍ୟାଣ୍ଡଫଲ ସମୟରେ ପବନର ଗତି ଘଣ୍ଟା ପ୍ରତି ୮୦ କିଲୋମିଟର ଥିଲା। ଫଳରେ ସେଠାରେ ଅନେକ କ୍ଷୟକ୍ଷତି ହୋଇଛି। ହଜାର ହଜାର ଗଛ ଭାଙ୍ଗି ପଡିଥିବା ବେଳେ ବିଜୁଳି ସେବା ବ୍ୟାହାତ ହୋଇଛି। ଲକ୍ଷ ଲକ୍ଷ ଲୋକ ଏବେ ଅନ୍ଧାର ଘେରରେ ରହିଛନ୍ତି। ବାତ୍ୟା ସିତ୍ରାଙ୍ଗ ଯୋଗୁଁ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଛନ୍ତି। ଅନ୍ୟପଟେ ସମୁଦ୍ରରେ ବାଂଲାଦେଶର ଏକାଧିକ ମାଛଧରା ଡଙ୍ଗା ବୁଡିଥିବା ସୂଚନା ମିଳିଛି।

ବାଂଲାଦେଶ ସରକାର କହିଛନ୍ତି ଯେ, ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ପ୍ରାୟ ୧୦୦୦୦ କଚ୍ଚା ଘର ନଷ୍ଟ ହୋଇଯାଇଛି। ବହୁ ପରିମାଣର ଚାଷ ଜମିରେ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି, "ମଙ୍ଗଳବାର ରାତିରେ ଆମେ ଗୋଟିଏ ମୃତଦେହ ଏବଂ ଆଜି ସକାଳେ ଆଉ ତିନିଜଣ ମୃତଦେହ ପାଇଲୁ। ଚାରିଜଣ କର୍ମଚାରୀ ନିଖୋଜ ଅଛନ୍ତି।" ବୁଧବାର ପାଖାପାଖି ପାଞ୍ଚ ଲକ୍ଷ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ଥିଲେ ବୋଲି ଗ୍ରାମୀଣ ବିଦ୍ୟୁତିକରଣ ବୋର୍ଡର ଅଧିକାରୀ କହିଛନ୍ତି। ବାତ୍ୟା ଫେରି ଯିବା ପରେ ତଳିଆ ଅଞ୍ଚଳରୁ ସ୍ଥାନାନ୍ତରିତ ପ୍ରାୟ ଏକ ଲକ୍ଷ ଲୋକ ନିଜ ଘରକୁ ଫେରିଛନ୍ତି।

Also Read: Santistupa Dhauli: ଐତିହ୍ୟ ଉପରେ ସର୍ଜିକାଲ ଷ୍ଟ୍ରାଇକ: ଶାନ୍ତିସ୍ତୁପରେ ଅଶାନ୍ତ ବାତାବରଣ

ବାତ୍ୟାର କେନ୍ଦ୍ରଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ରାଜଧାନୀ ଢାକାରେ ମଧ୍ୟ ଗଛଗୁଡିକ ଉପୁଡ଼ି ଯାଇଛି। ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ କ୍ଷତ୍ରରେ  ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ବାଂଲାଦେଶ ସରକାରଙ୍କ ବାତ୍ୟା ମୁକାବିଲା ପଦକ୍ଷେପ ଯୋଗୁଁ କ୍ଷୟକ୍ଷତି ପରିମାଣ ହ୍ରାସ ହୋଇଛି। ତଥାପି ଦେଶର ବିଭିନ୍ନ ଅଞ୍ଚଳରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଆଲର୍ଟ ସତ୍ତ୍ୱେ ଏକାଧିକ ମତ୍ସ୍ୟଜୀବୀ ଡଙ୍ଗା ସମୁଦ୍ରକୁ ଯାଇଥିଲେ। ଯେଉଁ ଗୁଡାକ ଝଡ ମାଡରେ ବୁଡି ଯାଇଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ, ସାଗର ଦ୍ୱୀପ ନିକଟରୁ ୨୦ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ବାଂଲାଦେଶକୁ ହସ୍ତାନ୍ତର କରିଛି। 

ସେହିପରି ବୁଧବାର ଓଡିଶା ସୀମାନ୍ତରୁ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ବାଂଲାଦେଶରୁ ମାଛ ଧରିବାକୁ ଆସିଥିବା ଡଙ୍ଗା ବୁଡି ଯିବାରୁ ଏହି ମତ୍ସ୍ୟଜୀବୀମାନେ ବାଉଁଶ ସାହାରାରେ ଭାସୁଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ମା ଗଙ୍ଗା ନାମକ ବୋଟ କର୍ମଚାରୀ ଦେଖି ସେମାନଙ୍କୁ ଉଦ୍ଧାର କରି କଶିଆ ସାମୁଦ୍ରିକ ଥାନାକୁ ହସ୍ଥାନ୍ତର କରିଥିଲେ। ଏହାପରେ କଶିଆ ସାମୁଦ୍ରିକ ଥାନା ଉଦ୍ଧାର ହୋଇଥିବା ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା। ତେବେ ସେମାନେ ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି।

 

Also Read: Dengue patient death case: ରୋଗୀଙ୍କୁ 'ମୋସାମ୍ବି ରସ' ନୁହଁ ପ୍ଲେଟଲେଟ୍ ହିଁ ଦିଆଯାଇଥିଲା