ଭାରତୀୟ ନ୍ୟାୟ ସଂହିତା: ଲୋକସଭାରେ ପାରିତ ହେଲା ଅପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍
Advertisement
Article Detail0/zeeodisha/odisha2020617

ଭାରତୀୟ ନ୍ୟାୟ ସଂହିତା: ଲୋକସଭାରେ ପାରିତ ହେଲା ଅପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍

Bharatiya Nyaya Sanhita Bill 2023: ଅପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଲୋକସଭାରେ ପାରିତ ହୋଇଛି । ଏହି ବିଲ୍ ଗୁଡିକ ଏପରି ଏକ ସମୟରେ ପାରିତ ହୋଇଛି, ଯେତେବେଳେ କି ସଂସଦରୁ ୧୪୩ ବିରୋଧି ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

 

Criminal code bills passed in Loksabha without opposition

Bharatiya Nyaya Sanhita Bill 2023: ଅପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଲୋକସଭାରେ ପାରିତ ହୋଇଛି । ଏହାପୂର୍ବରୁ ବୁଧବାର (୨୦ ଡିସେମ୍ବର) ଏହି ବିଲ୍ ଉପରେ ଆଲୋଚନା କରାଯାଇଥିଲା । ଆତଙ୍କବାଦ, ମହିଳାଙ୍କ ପ୍ରତି ଅପରାଧ, ଦେଶଦ୍ରୋହ ଓ ମାଓବାଦୀଙ୍କ ସହ ଜଡିତ ନୂତନ ବ୍ୟବସ୍ଥା ଏହି ନୂତନ ଆଇନରେ ପ୍ରବର୍ତ୍ତିତ ହୋଇଛି । ଏହି ବିଲ୍ ଗୁଡିକ ଏପରି ଏକ ସମୟରେ ପାରିତ ହୋଇଛି, ଯେତେବେଳେ ୧୪୩ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ଏଥିମଧ୍ୟରୁ ୯୭ ସାଂସଦ ଲୋକସଭାର ହୋଇଥିବାବେଳେ ୪୬ ଜଣ ରାଜ୍ୟସଭାର ଅଟନ୍ତି ।

ବୁଧବାର ଦିନ (୨୦ ଡିସେମ୍ବର), ଗୃହ ମାମଲାକୁ ଅବମାନନା କରି ସଂସଦ ଅଧିବେଶନର ଅବଶିଷ୍ଟ ଅବଧି ପାଇଁ ବାଚସ୍ପତି ଦୁଇ ବିରୋଧୀ ସଦସ୍ୟ ସି ଥୋମାସ୍ ଏବଂ ଏମ୍ ଆରିଫଙ୍କୁ ନିଲମ୍ବିତ କରିଛନ୍ତି । ଏହାପୂର୍ବରୁ ମଙ୍ଗଳବାର ଦିନ ୪୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା, ସୋମବାର ୩୩ ଲୋକସଭା ସାଂସଦ ଓ ୪୫ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୧୪ ଡିସେମ୍ବରରେ ୧୩ ଜଣ ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା ବିଧେୟକ -2023, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ବିଧେୟକ-2023 ଓ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ସଂହିତା ବିଧେୟକ -2023 ଉପସ୍ଥାପନ କରିବାବେଳେ ଅମିତ ଶାହା କହିଛନ୍ତି ଯେ ଏହି ବିଲ୍ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ।

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ କ’ଣ ରହିଛି ବ୍ୟବସ୍ଥା?
ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଗଣ ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ମିଥ୍ୟା ପ୍ରତିଶୃତି ଦେଇ କିମ୍ବା ପରିଚୟ ଲୁଚାଇ ଯୌନ ସମ୍ପର୍କ ରଖିବା ମଧ୍ୟ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବ । ଏଥିରେ ୧୮ ବର୍ଷରୁ କମ୍ ଝିଅକୁ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି ।