Crime News: ଜୀବନ ନେଲା ମଥାର ସିନ୍ଦୂର, ସାମାନ୍ୟ ଝଗଡ଼ାରୁ...
Advertisement

Crime News: ଜୀବନ ନେଲା ମଥାର ସିନ୍ଦୂର, ସାମାନ୍ୟ ଝଗଡ଼ାରୁ...

Crime News: ହତ୍ୟାକାରୀ ସାଜିଲା ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଥିବା ସ୍ବାମୀ । ଦେହରେ କିରୋସିନ ଢାଳି ସ୍ତ୍ରୀକୁ କଲା ହତ୍ୟା । ରାଜଧାନୀ ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ, ବେଗମ୍ପୁର ପୋଲିସ ଷ୍ଟେସନରୁ ମିଳିଥିବା ତଥ୍ୟ ଅନୁଯାୟୀ,  ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ୍ ଆସିଥିଲା । ଉକ୍ତ କଲ୍ ରେ ଗୋଟିଏ ଘରେ ନିଆଁ ଲାଗିଥିବା କୁହାଯାଇଥିଲା । ଡେରି ନ କରି ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପୋଲିସ ଘରେ ପହଁଞ୍ଚିବା ପରେ ଘରର କବାଟ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲା । ଏନେଇ ଜଣେ ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ବେଳେ ଘରେ ଭିତରେ ଜଣେ ମହିଳା ଗୁରୁତର ଅବସ୍ଥାରେ ପଡ଼ି ଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଊର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଅନ୍ୟ ଏକ ମେଡ଼ିକାଲରୁ ଜଣେ ପୁରୁଷ ଓ ତାଙ୍କର ଦୁଇଟି ଛୁଆ ଆହତ ଥିବା ନେଇ କଲ୍ ଆସିଥିଲା । ପରେ ପୁରୁଷ ଜଣକ ପୋଡ଼ି ଯାଇଥିବା ମହିଳାଙ୍କ ସ୍ୱାମୀ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

Also Read- Delhi Chalo: ପୁଣି ଆରମ୍ଭ ହେଲା ଚାଷୀଙ୍କ ଋଣହୁଙ୍କାର, ମେଟ୍ରୋ ଷ୍ଟେସନ ଓ ବସଷ୍ଟାଣ୍ତରେ ଉପରେ ପୋଲିସର କଡ଼ା ନଜର

ପିଲାଙ୍କ ମଧ୍ୟରୁ ଜଣେ ପୋଲିସକୁ ସୂଚନା ଦେଇ କହିଛନ୍ତି, ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣ ନେଇ ବଚସା ହୋଇଥିଲା । ଏନେଇ ରାଗି ଯାଇ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।