Crime News: ରାଜସ୍ଥାନର ଖଇରଥାଲ-ତିଜରା ଜିଲ୍ଲାର ଜିନ୍ଦୋଲିଗାଓଁରୁ ଏକ ଅସଦାଚାରଣ ଖବର ସାମ୍ନାକୁ ଆସିଛି । ମହିଳାଙ୍କୁ ମାଡ ମରାଯିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଥିବାର ଅଭିଯୋଗ ହୋଇଛି ।
Trending Photos
Crime News: ସରକାରୀ ବିଦ୍ୟାଳୟରେ ଜଣେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଛି । ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟ ରାନ୍ଧିବା କାରଣକୁ ନେଇ କିଛି ଆକ୍ରମଣକାରୀ ପ୍ରଥମେ ମହିଳାଙ୍କୁ ଲୁହା ରଡ୍ ରେ ପିଟିଥିଲେ। ଏହା ପରେ ଲଙ୍କା ଗୁଣ୍ଡ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଭର୍ତ୍ତି କରିଥିଲେ । ରାଜସ୍ଥାନର ଖଇରଥାଲ-ତିଜରା ଜିଲ୍ଲାରୁ ଜିନ୍ଦୋଲିଗାଓଁରୁ ଏହି ଅଭିଯୋଗ ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର କରି ଛଟପଟ ହେଉଥିଲେ ମଧ୍ୟ ତାଙ୍କ ପ୍ରତି କେହି ଦୟା ଦେଖାଇନଥିଲେ ବରଂ ଆକ୍ରମଣକାରୀମାନେ ଆହୁରୀ ନିଯ୍ୟାତନା ଦେଇଚାଲିଥିଲେ । ଘଟଣା ସମୟରେ ମହିଳା ନିଜ ଛୋଟ ପିଲାମାନଙ୍କ ସହ ଘରେ ଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମହିଳାଙ୍କ ସ୍ୱାମୀ ଏହି ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପତ୍ନୀଙ୍କୁ ଚିକିତ୍ସା ପାଇଁ ଅଲୱାର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ମହିଳାଙ୍କ ଚିକିତ୍ସା ଜାରି ରହିଛି। ମହିଳାଙ୍କ ଅଭିଯୋଗ ପରେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୀଡିତାଙ୍କ ସ୍ୱାମୀଙ୍କ କହିବାନୁଯାୟୀ, ତାଙ୍କ ପତ୍ନୀ ସନ୍ଧ୍ୟା ସମୟରେ ଘରେ ଏକୁଟିଆ ଥିଲେ। ଏହି ସମୟରେ କିଛି ଲୋକ ଘରକୁ ଆସିଥିଲେ। ଆକ୍ରମଣକାରୀମାନେ ପହଞ୍ଚିବା ପରେ ମହିଳାଙ୍କୁ ଏକ ଲୁହା ରଡରେ ଆକ୍ରମଣ କରିଥିଲେ। ଫଳରେ ମହିଳାଙ୍କ ମୁହଁ, ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଛି। ଏହା ପରେ ମଧ୍ୟ ଆକ୍ରମଣକାରୀମାନେ ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟରେ ନାଲି ଲଙ୍କାଗୁଣ୍ଡ ଭର୍ତ୍ତି କରିଥିଲେ । ଏହି ସମୟରେ ମହିଳାଙ୍କ ଝିଅ ମଧ୍ୟ ଘରେ ଉପସ୍ଥିତ ଥିଲା। ଆକ୍ରମଣକାରୀମାନେ ନାବାଳିକାକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲେ।
ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୀଡିତାଙ୍କ ସ୍ୱାମୀ ଏ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଆହତ ମହିଳାଙ୍କୁ ଧରି ତାଟପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ଅଲୱାରକୁ ରେଫର୍ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି।
ଏଠାରେ ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ମଧ୍ୟ ଏକ ଟିମ୍ ଗଠନ କରିଛି। ପୋଲିସ କହିବାନୁଯାୟୀ, ଅଭିଯୋଗ ଆଧାରରେ ଏକ ନିର୍ଯାତନା ମାମଲା ରୁଜୁ ହୋଇଛି। ଏଥିସହ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଉଛି, ଡାକ୍ତରୀ ରିପୋର୍ଟ ଆସିବା ପରେ ମାମଲାରେ ଅଧିକ ପଦକ୍ଷେପ ନିଆଯିବ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।
Also Read- Nail Care Tips: ଆପଣଙ୍କ ସୁନ୍ଦର ନଖ ଦେଖି ଅନ୍ୟମାନେ ହେବେ ଆଶ୍ଚର୍ଯ୍ୟ, କରନ୍ତୁ ଏହି କାମ
Also Read- ଶୁଭ୍ରାଂଶୁ ପଣ୍ଡାଙ୍କୁ ମିଳିବ ଚତୁର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର