Cyber Crime: ସାଇବର ଠକଙ୍କୁ ସାବାଡ଼ କରିବ ନୂଆ ଯୋଜନା
Advertisement
Article Detail0/zeeodisha/odisha2215671

Cyber Crime: ସାଇବର ଠକଙ୍କୁ ସାବାଡ଼ କରିବ ନୂଆ ଯୋଜନା

Cyber Crime: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର କ୍ରାଇମ୍। ନୂଆ ନୂଆ ଢଙ୍ଗରେ ଲକ୍ଷ ଲକ୍ଷ ଟଙ୍କା ଗାଏବ କରିନେଉଛନ୍ତି ସାଇବର ଠକ। ତେବେ ପ୍ରତ୍ୟେକ ଦିନ ଏଭଳି ଅନେକ ଖବର ସାମ୍ନାକୁ ଆସୁଥିବା ବେଳେ ଏଭଳି ଅପରାଧ ରୋକିବା ପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରସ୍ତୁତ କରିଛନ୍ତି ନୂଆ ଯୋଜନା ।

Cyber Crime: ସାଇବର ଠକଙ୍କୁ ସାବାଡ଼ କରିବ ନୂଆ ଯୋଜନା

Cyber Crime: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର କ୍ରାଇମ୍। ନୂଆ ନୂଆ ଢଙ୍ଗରେ ଲକ୍ଷ ଲକ୍ଷ ଟଙ୍କା ଗାଏବ କରିନେଉଛନ୍ତି ସାଇବର ଠକ। ତେବେ ପ୍ରତ୍ୟେକ ଦିନ ଏଭଳି ଅନେକ ଖବର ସାମ୍ନାକୁ ଆସୁଥିବା ବେଳେ ଏଭଳି ଅପରାଧ ରୋକିବା ପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରସ୍ତୁତ କରିଛନ୍ତି ନୂଆ ଯୋଜନା ।

ଗୃହ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ସହିତ ବ୍ୟାଙ୍କ ଗୁଡିକ ସେମାନଙ୍କ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ ବ୍ୟବସ୍ଥାକୁ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏପରି ହେଲେ ସାଇବର ଠକମାନଙ୍କ ଆକାଉଣ୍ଟକୁ ଶ୍ରୀଘ୍ର ଫ୍ରିଜ୍ କରି ଦିଆଯାଇ ପାରିବ । ସାଇବର ଠକ ଯେପରି ଗୋଟିଏ ଆକାଉଣ୍ଟରୁ ଏକାଧିକ ଆକାଉଣ୍ଟକୁ ଶୀଘ୍ର ଟଙ୍କା ଟ୍ରାନ୍ପର୍ଫର କରି ନପାରିବେ ତାହାକୁ ରୋକିବା ଏହାର ମୂଳ ଲକ୍ଷ୍ୟ ରହିବ । ସାଧାରଣତଃ ସାଇବର ଅପରାଧୀମାନେ ଠକେଇ ପରେ ଏହି ଅର୍ଥକୁ ତୁରନ୍ତ ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ପରେ ସେସବୁ ଟଙ୍କାକୁ ବିଭିନ୍ନ ଆକାଉଣ୍ଟରୁ ଉଠାଇଥାଆନ୍ତି । ବ୍ୟାଙ୍କ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଯେପରି ଠକେଇ ଟଙ୍କାକୁ ଆଦାୟ କରି ନପାରିବେ ସେଥିପାଇଁ ସାଇବର ଅପରାଧିମାନେ ଏପରି ତରିକା ଆପଣାଇ ଥାଆନ୍ତି ।

ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟାଙ୍କଗୁଡ଼ିକ ସାଇବର ଅପରାଧ ବିଶେଷଜ୍ଞମାନଙ୍କ ସହିତ ବିଚାରବିମର୍ଶ କରିବା ପରେ ସୁପାରିସ କରିଛନ୍ତି ଯେ ଗୃହ ମନ୍ତ୍ରାଳୟର ଏନ୍‌ସିଆର୍‌ପି ସହିତ ଏପିଆଇ(ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌)କୁ ଯୋଡ଼ାଯାଉ। ଏହାହେଲେ ଅପରାଧୀଙ୍କୁ ଚିହ୍ନଟ କରିବା ‌ପାଇଁ କମ୍ ସମୟ ଲାଗିବ। କର୍ମଚାରୀଙ୍କ ବିନା ପ୍ରତ୍ୟକ୍ଷ ହସ୍ତକ୍ଷେପରେ ବ୍ୟାଙ୍କ ଆକାଉଣ୍ଟକୁ ଆପେ ଫ୍ରିଜ୍‌ କରି ଦିଆଯାଇ ପାରିବ।

Also Read- Car Racing Accident: କାର୍ ରେସିଂ ବେଳେ ବଡ଼ ଅଘଟଣ, ଘଟଣାସ୍ଥଳରେ ୭ ମୃତ

ଉକ୍ତ ପ୍ରସ୍ତାବ ଇଣ୍ଡିଆନ୍ ସାଇବରକ୍ରାଇମ୍ କୋର୍ଡିନେସନ୍ ସେଣ୍ଟର(୧୪ସି)କୁ ପ୍ରଦାନ କରାଯାଇଛି। ଗୃହ ମନ୍ତ୍ରାଳୟର ଏହି ସେଣ୍ଟର ସାଇବର ଅପରାଧ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେଉଛି। ବ୍ୟାଙ୍କ ଓ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଗୁଡ଼ିକ ମଧ୍ୟରେ ସମନ୍ବୟକୁ ଏହି ସେଣ୍ଟର ସୁଦୃଢ଼ କରିଥାଏ। ଏନସିଆର୍‌ପି ମଧ୍ୟ ଏହି ସେଣ୍ଟର ଅଧୀନରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ, ଏପିଆଇ ବା ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌ ଜରିଆରେ ସାଇବର ଅପରାଧର ଶିକାର ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ସୂଚନା ଏକ କେନ୍ଦ୍ରୀକୃତ ବ୍ୟବସ୍ଥା କିମ୍ବା ସମସ୍ତ ବ୍ୟାଙ୍କକୁ ଏକସଙ୍ଗରେ ଦିଆଯାଇପାରିବ। ଯଦି ସୂଚନା ଏକସଙ୍ଗରେ ସବୁ ବ୍ୟାଙ୍କ ନିକଟକୁ ଯାଏ ତା’ହେଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଟଙ୍କା ଫେରି ପାଇବାର ସୁଯୋଗ ଅଧିକ ରହିବ।