Coronavirus In India: ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର! ଚୀନର ଏହି ନୂତନ ଭାରିଆଣ୍ଟ ବଢ଼ାଇଲା ଚିନ୍ତା
Advertisement

Coronavirus In India: ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର! ଚୀନର ଏହି ନୂତନ ଭାରିଆଣ୍ଟ ବଢ଼ାଇଲା ଚିନ୍ତା

Coronavirus In India: ମାର୍ଚ୍ଚ ୨୦୨୦ରେ କୋରୋନା ଯୋଗୁଁ ମୃତ୍ୟୁ ହାର ସର୍ବନିମ୍ନ ରହିଛି । କିନ୍ତୁ ଚୀନ୍ ଓ ଜାପାନ ପରି ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଆଜିକାଲି ଚାଇନାରେ ବିଶେଷଜ୍ଞମାନେ ବର୍ତ୍ତମାନ ସମୟରେ କୋରୋନା କାରଣରୁ ଅବସ୍ଥା ବିଗିଡିଯିବା ପାଇଁ  ଓମିକ୍ରନର ସବଭାରିଆଣ୍ଟ BF.7 କୁ ଏକ ପ୍ରମୁଖ ବିପଦ ବୋଲି ମନେ କରୁଛନ୍ତି ।

Coronavirus In India: ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର! ଚୀନର ଏହି ନୂତନ ଭାରିଆଣ୍ଟ ବଢ଼ାଇଲା ଚିନ୍ତା

Coronavirus In India: ନଭେମ୍ବର ଆରମ୍ଭରୁ ସାରା ଦୁନିଆରେ କୋରୋନା ଭୂତାଣୁ ମାମଲା ବୃଦ୍ଧି ପାଉଛି । ଯଦିଓ ଭାରତରେ କୋଭିଡ19 ମାମଲା ସଂଖ୍ୟା କମ୍ ସ୍ତରରେ ରହିଛି । ରବିବାର ସାରା ଦେଶରେ କୋରୋନା ଭୂତାଣୁ ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଗତ ତିନି ଦିନ ମଧ୍ୟରେ କୋରୋନାରୁ କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ । ମାର୍ଚ୍ଚ ୨୦୨୦ରେ କୋରୋନା ଯୋଗୁଁ ମୃତ୍ୟୁ ହାର ସର୍ବନିମ୍ନ ରହିଛି । କିନ୍ତୁ ଚୀନ୍ ଓ ଜାପାନ ପରି ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଆଜିକାଲି ଚାଇନାରେ ବିଶେଷଜ୍ଞମାନେ ବର୍ତ୍ତମାନ ସମୟରେ କୋରୋନା କାରଣରୁ ଅବସ୍ଥା ବିଗିଡିଯିବା ପାଇଁ  ଓମିକ୍ରନର ସବଭାରିଆଣ୍ଟ BF.7 କୁ ଏକ ପ୍ରମୁଖ ବିପଦ ବୋଲି ମନେ କରୁଛନ୍ତି । କୋରୋନାର ଏହି ନୂତନ ଭାରିଆଣ୍ଟ ଭାରତରେ ମଧ୍ୟ ଚିନ୍ତା ବଢ଼ାଇଛି ।

ଏହି ସପ୍ତାହରେ ଦେଶରେ କୋରୋନା ମାମଲା ୧,୧୦୩କୁ ଖସି ଆସିଛି । ୨୩-୨୯ ମାର୍ଚ୍ଚ ୨୦୨୦ ପରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ । ଏହି ସମୟରେ ଦେଶରେ ପ୍ରଥମ ଲକଡାଉନ୍ ଲାଗୁ କରାଯାଇଥିଲା । ସେହି ସପ୍ତାହରେ ଦେଶରେ ସମୁଦାୟ ୭୩୬ କୋରୋନା ମାମଲା ଚିହ୍ନଟ ହୋଇଥିଲା, ଯାହା ପରେ ପରବର୍ତ୍ତୀ ସପ୍ତାହରେ କୋଭିଡ ମାମଲା ୩,୧୫୪କୁ ବୃଦ୍ଧି ପାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଗତ ସପ୍ତାହରେ (ଡିସେମ୍ବର ୧୨-୧୮)  ବିଗତ ସାତ ଦିନ ମଧ୍ୟରେ କୋଭିଡ ମାମଲାରେ ୧୯ ପ୍ରତିଶତ ହ୍ରାସ ଘଟିଛି ।

ପ୍ରାୟ ପାଞ୍ଚ ମାସ ଧରି ଭାରତରେ କୋଭିଡ ମାମଲା କ୍ଷେତ୍ରରେ କ୍ରମାଗତ ହ୍ରାସ ଘଟିଛି । ଯଦି ଆମେ ସାପ୍ତାହିକ ହାରକୁ ଦେଖିବା, ଜୁଲାଇ ୧୮-୨୪ ପରେ କୋଭିଡ ମାମଲାରେ ହ୍ରାସ ଆରମ୍ଭ ହୋଇଥିଲା, ସେତେବେଳେ ଦେଶରେ ୧.୩୬ ଲକ୍ଷ ନୂଆ ମାମଲା ପଞ୍ଜିକୃତ ହୋଇଥିଲା । ସେବେଠାରୁ ପ୍ରତି ସପ୍ତାହରେ କୋରୋନା ମାମଲାରେ ହ୍ରାସ ଘଟିଛି । ତେବେ ଦୁଇ ସପ୍ତାହ ମଧ୍ୟରେ କୋଭିଡ୍ ମାମଲା ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଥିଲା । ଗତ ସପ୍ତାହରେ ରେକର୍ଡ ହୋଇଥିବା ୧୨ ମୃତ୍ୟୁ ମାର୍ଚ୍ଚ ୧୬-୨୨, ୨୦୨୨ ଠାରୁ ସର୍ବନିମ୍ନ ଥିଲା । ଏହା ପରେ ଦେଶରେ କୋଭିଡ ମାମଲା ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଥିଲା ।

ଭାରତରେ କୋଭିଡ ମାମଲାରେ ହ୍ରାସ ଘଟିଥିବା ବେଳେ ଅନ୍ୟପକ୍ଷରେ ଏସିଆର ଅନ୍ୟ ଦେଶ, ୟୁରୋପରେ ଗତ ସପ୍ତାହରେ ମାମଲା ବୃଦ୍ଧି ଘଟିଛି । Worldometers.info ଅନୁଯାୟୀ, ୨ ନଭେମ୍ବର ଠାରୁ କୋଭିଡ ଗ୍ରାଫ୍ ସାରା ବିଶ୍ୱରେ ବୃଦ୍ଧି ପାଉଛି । ନଭେମ୍ବରରେ କୋରୋନାର ବୈଶ୍ୱକ ମାମଲା ୩.୩ ଲକ୍ଷ ରେକର୍ଡ କରାଯାଇଥିଲା । ଏଥି ସହିତ ଡିସେମ୍ବର ୧୮ ପର୍ଯ୍ୟନ୍ତ ୫୫ ପ୍ରତିଶତ ବୃଦ୍ଧି ହୋଇଥିଲା । ଏହା ବର୍ତ୍ତମାନ ବୃଦ୍ଧି ଘଟି ୫.୧ ଲକ୍ଷକୁ ପହଞ୍ଚିଛି । ଅବଶ୍ୟ, କୋଭିଡ ଗ୍ରାଫରେ ସାମାନ୍ୟ ହ୍ରାସ ମଧ୍ୟ ଦେଖାଯାଇଛି ।

ଅଧିକ ପଢ଼ନ୍ତୁ:-ନବୀନ-ଯୋଗୀ-କେଜ୍ରିୱାଲ-ନୀତିଶ କେତେ ସମ୍ପତ୍ତିର ମାଲିକ, ଜାଣନ୍ତୁ କିଏ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ

କିନ୍ତୁ ଭାରତର ପଡୋଶୀ ଦେଶ ଚାଇନାରେ କୋରୋନା ପ୍ରତିବନ୍ଧକ ହ୍ରାସ ପାଇବା ପରେ କୋରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ​ଯାହା ସାରା ବିଶ୍ୱରେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ତେବେ ଚୀନର ସରକାରୀ ଆକଳନ ଅନୁଯାୟୀ ଡିସେମ୍ବର ୮ରୁ କୋଭିଡ ମାମଲାରେ ହ୍ରାସ ଘଟିଛି ଓ ଡିସେମ୍ବର ୭ରୁ କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ ।

ବର୍ତ୍ତମାନ ଜାପାନରୁ ସର୍ବାଧିକ ସଂଖ୍ୟକ କୋଭିଡ ମାମଲା ଆସୁଛି । ଏକ ସପ୍ତାହ ମଧ୍ୟରେ ଜାପାନରେ ୧ ମିଲିୟନରୁ ଅଧିକ କୋରୋନା ମାମଲା ରେକର୍ଡ ହୋଇଛି । ଗତ ସପ୍ତାହରେ କୋରୋନା ମାମଲାରେ ୨୩ ପ୍ରତିଶତ ବୃଦ୍ଧି ଘଟିଥିଲା । ୱାର୍ଲ୍ଡୋମିଟର ୱେବସାଇଟ୍ ଅନୁଯାୟୀ ଜାପାନରେ ୧,୬୦୦ରୁ ଅଧିକ ମୃତ୍ୟୁ ଘଟିଛି, ଯାହା ସପ୍ତାହରେ ୧୯ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହ ଦକ୍ଷିଣ କୋରିଆରେ ଗତ ସପ୍ତାହରେ ୪,୫୦,୦୦୦ରୁ ଅଧିକ ନୂତନ ମାମଲା ରିପୋର୍ଟ କରାଯାଇଛି । ଯାହା ପୂର୍ବ ସାତ ଦିନ ତୁଳନାରେ ୯ ପ୍ରତିଶତ ବୃଦ୍ଧି ପାଇଛି । ଗତ ସାତ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ନୂତନ କୋଭିଡ ମାମଲା ପଞ୍ଜିକୃତ ହୋଇଥିବା ଦେଶ ମଧ୍ୟରେ ବ୍ରାଜିଲ, ଜର୍ମାନୀ, ହଂକଂ ଏବଂ ତାଇୱାନ ଅନ୍ୟତମ । ଏଥି ସହିତ ଏକ ସପ୍ତାହରେ ଫ୍ରାନ୍ସରେ ୩.୯ ଲକ୍ଷ ଓ ଆମେରିକାରେ ୨.୫ ଲକ୍ଷ ମାମଲା ରେକର୍ଡ ହୋଇଛି । ତେବେ ବର୍ତ୍ତମାନ ସମୟରେ କୋଭିଡ ମାମଲାରେ ହ୍ରାସ ଘଟିଛି ।