କୋରୋନା ମୁକାବିଲା: ଓଡିଶା ସରକାରଙ୍କ ପ୍ରଂଶସାରେ ଡବ୍ଲ୍ୟୁଏଚଓ
Advertisement
Article Detail0/zeeodisha/odisha757552

କୋରୋନା ମୁକାବିଲା: ଓଡିଶା ସରକାରଙ୍କ ପ୍ରଂଶସାରେ ଡବ୍ଲ୍ୟୁଏଚଓ

ଏନେଇ ସଙ୍ଗଠନର ୱେବସାଇଟରେ ପ୍ରକାଶିତ ହୋଇଥିବା ଆଲେଖ୍ୟ, 'ଫ୍ରମ୍ ଗଭର୍ଣ୍ଣାନ୍ସ ଟୁ କମ୍ୟୁନିଟି ରେସିଲିଏନ୍ସ: ଓଡିଶା ରେସପନ୍ସ ଟୁ କୋଭିଡ୧୯' ମାଧ୍ୟମରେ କୋରୋନା ପରିଚାଳନା ମାମଲାରେ ଓଡିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛି ଡବ୍ଲ୍ୟୁଏଚଓ ।  

କୋରୋନା ମୁକାବିଲା: ଓଡିଶା ସରକାରଙ୍କ ପ୍ରଂଶସାରେ ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋରୋନା ମହାମାରୀ (Corona Pandemic) ମୁକାବିଲା କରିବା କ୍ଷେତ୍ରରେ ଓଡିଶା ସରକାର (Odisha Govt) ନେଇଥିଲେ ଅନେକ ପଦକ୍ଷେପ । ଯାହାକୁ ପ୍ରଂଶସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (World Health Organisation)। କୋରୋନା ସହିତ ପ୍ରବାସୀ ଶ୍ରମିକଙ୍କ ଥାଇଥାନ (Migrant Labour Rehabiliation) ସହ ଅମ୍ପାନ ବାତ୍ୟା ପରିଚାଳନା କ୍ଷେତ୍ରରେ (Amphan Cyclone Management) ମଧ୍ୟ ରାଜ୍ୟ ସରକାରଙ୍କ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ଡବ୍ଲ୍ୟୁଏଚଓ । 

ଏନେଇ ସଙ୍ଗଠନର ୱେବସାଇଟରେ ପ୍ରକାଶିତ ହୋଇଥିବା ଆଲେଖ୍ୟ, 'ଫ୍ରମ୍ ଗଭର୍ଣ୍ଣାନ୍ସ ଟୁ କମ୍ୟୁନିଟି ରେସିଲିଏନ୍ସ: ଓଡିଶା ରେସପନ୍ସ ଟୁ କୋଭିଡ୧୯' (From Goverance to Community Resilience Odisha Response to Covid) ମାଧ୍ୟମରେ କୋରୋନା ପରିଚାଳନା ମାମଲାରେ ଓଡିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛି ଡବ୍ଲ୍ୟୁଏଚଓ ।  

ଅମ୍ପାନ ସହ କୋରୋନା ପରିଚାଳନା ଲାଗି ବିଭିନ୍ନ ଉପାୟମାନ ଗ୍ରହଣ କରିଥିଲେ ଓଡିଶା ସରକାର । ଯାହା ମଧ୍ୟରେ ରହିଥିଲା ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ସହ କୋଭିଡ୧୯ (Covid19) ପ୍ରକୋପରୁ ବର୍ତ୍ତିବା ଲାଗି ସାମାଜିକ ଦୂରତା (Social Distance) ରକ୍ଷା । ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ କୋରୋନା କବଳରୁ ରକ୍ଷା କରିବା ଲାଗି  ପଞ୍ଚାୟତିରାଜ ବିଭାଗ ସହ ମିଶି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ରାଜ୍ୟ ସରକାର ।  

କୋରୋନା ନିୟନ୍ତ୍ରଣ ଲାଗି ସାମାଜିକ ଦୂରତା ରକ୍ଷା ସହ ଆଇସୋଲେସନ (Isolation), ଚିକିତ୍ସା (Treatment) ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହା ସହିତ କୋଭିଡ ପରିଚାଳନା ଲାଗି ମାର୍ଚ୍ଚ ୧୩ ତାରିଖରୁ ସର୍ବସାଧାରଣ ସ୍ଥାନ (Public Place) କୁ ବନ୍ଦ କରାଯାଇଥିଲା । କୋରୋନା ମୁକାବିଲା ଲାଗି ମାର୍ଚ୍ଚ ୧୫ ତାରିଖରୁ ଜିଲ୍ଲା ସ୍ତରରେ ଅଭିଯାନ ଆରମ୍ଭ କରାଯାଇଥିଲା ।

ଚଳିତ ବର୍ଷ ମେ ସୁଦ୍ଧା କୋରୋନା ଚିକିତ୍ସା ଲାଗି ୨୨,୩୪୦ ମେଡିକାଲ ବେଡ (Medical Bed) ପ୍ରସ୍ତୁତ କରାଯିବା ସହ ୪୧ଟି ମେଡିକାଲ ଇନଷ୍ଟିଚ୍ୟୁଟରେ ଟେଲିମେଡିସନ (Telemedicine) ସେବା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଥିଲା । କୋରୋନା  ସଂକଟ ସମୟରେ ରାଜ୍ୟକୁ ବାହୁଡିଥିବା ପ୍ରବାସୀ ଶ୍ରମିକ (Migrant Worker) ଙ୍କୁ ପ୍ରଶାସନ ପକ୍ଷରୁ ଅନେକ ସୁବିଧାସୁଯୋଗ ଯୋଗାଇ ଦିଆଯାଇଥିଲା ।

କୋରୋନା ଲାଗି ପ୍ରସ୍ତୁତ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟର (Quarentine Centre) ରେ ପ୍ରାୟ ୮ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଥିଲା । ଏପରିକି ୧୮ ହଜାର ମେଡିକାଲ କ୍ୟାମ୍ପ (Medical Camp) ପ୍ରସ୍ତୁତ କରାଯାଇଥିଲା । କୋରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ କଷିବା ଲାଗି  ବିଭିନ୍ନ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ (Cantonment Zone) ବ୍ୟବସ୍ଥା ଲାଗୁ କରାଯାଇଥିଲା ।