ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାତି ଉଠିଲେ ଶଶୀ ଥରୁର
Advertisement
Article Detail0/zeeodisha/odisha1385707

ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାତି ଉଠିଲେ ଶଶୀ ଥରୁର

ଦିଲ୍ଲୀରୁ ଏହି ଗୁଜବ ସୃଷ୍ଟି ହୋଇଛି। ନାମାଙ୍କନ ପତ୍ରକୁ ପ୍ରତ୍ୟାହାର କରିନେବା ସହିତ ସେ ଏହି ନିର୍ବାଚନରୁ ଓହରି ଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା।

ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାତି ଉଠିଲେ ଶଶୀ ଥରୁର

Congress President Election : ନୂଆଦିଲ୍ଲୀ: କଂଗ୍ରେସ (Congress) ଅଧ୍ୟକ୍ଷ (President) ପଦ ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ଅନ୍ତଃକନ୍ଦଳ ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ତେବେ ଆଉ କିଛି ଟା ଦିନ ପରେ କଂଗ୍ରେସ (Congress) ଅଧ୍ୟକ୍ଷ ନିର୍ବାଚନ (President Election) ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଶଶି ଥରୁରଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର (Sashi Tharoor) ଓ ମଲ୍ଲିକାର୍ଜୁନ ଖଡ଼ଗେ (Mallickarjun Kharge) ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିପାଇଁ ମଲ୍ଲିକାର୍ଜୁନ ଖଡ଼ଗେ (Mallickarjun Kharge) ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିବା ଆରମ୍ଭ କରିଦେଇ ସାରିଲେଣି। ସେପଟେ ନିଜ ନାଁରେ ହେଉଥିବା ଗୁଜବକୁ ନେଇ ମୁହଁ ଖୋଲିଛନ୍ତି ଶଶି ଥରୁର। 

ଶୁଣିବାକୁ ମିଳୁଥିଲା ଯେ ଶଶି ଏହି ନିର୍ବାଚନରୁ ଓହରିଯାଇଛନ୍ତି। ନିଜର ନାମାଙ୍କନକୁ ଏହି ନିର୍ବାଚନରୁ ଅପସାରିତ କରିନେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ଶଶି ଥରୁର ମୁଁହ ଖୋଲିଛନ୍ତି। ଏହାକୁ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ସ୍ପଷ୍ଟିକରଣ ରଖଛନ୍ତି। ଏକ ଭିଡ଼ିଓ ଜାରି କରି ଶଶି ଥରୁର କହିଛନ୍ତି କି ସେ ଏହି ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ଶେଷ ପର୍ଯ୍ୟନ୍ତ ସେ ତାଙ୍କ ନିଷ୍ପତ୍ତିରେ ସ୍ଥିର ରହିଛନ୍ତି। ଏହା ସହିତ ଯେଉଁ ଗୁଜବ ସବୁ ସୃଷ୍ଟି ହେଉଛି ତାହା ଭୁଲ ବୋଲି ସେ କହିଛନ୍ତି। 

ଶଶି ଥରୁର ଆହୁରି ମଧ୍ୟ କହିଛନ୍ତି କି ଦିଲ୍ଲୀରୁ ଏହି ଗୁଜବ ସୃଷ୍ଟି ହୋଇଛି। ନାମାଙ୍କନ ପତ୍ରକୁ ପ୍ରତ୍ୟାହାର କରିନେବା ସହିତ ସେ ଏହି ନିର୍ବାଚନରୁ ଓହରି ଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ଏହା କେବଳ ଗୁଜବ ବୋଲି ଶଶି କହିଛନ୍ତି। ଦଳର ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ଶଶି ଥରୁର ନିର୍ବାଚନ ଲଢୁଛନ୍ତି। ତେବେ ଶଶି ଆହୁରି ମଧ୍ୟ ଉକ୍ତ ଭିଡିଓରେ କହିଛନ୍ତି କି ମୁଁ କୌଣସି ପ୍ରକାର ଚ୍ୟାଲେଞ୍ଜକୁ ଡରେନାହିଁ। ଏପରିକି ଚ୍ୟାଲେଞ୍ଜକୁ ଡରି ପଛକୁ ଫେରେନାହିଁ। ଜୀବନକାଳ ମଧ୍ୟରେ ମୁଁ କେବେ ବି ପଛକୁ ଫେରିନାହିଁ। ଏହା ଏକ ସଂଘର୍ଷ। ଦଳ ମଧ୍ୟ ବନ୍ଧୁତ୍ୱର ମନୋଭାବରେ ନିର୍ବାଚନ ହେଉଛି। ଶେଷ ପର୍ଯ୍ୟନ୍ତ ମଧ୍ୟ ମୁଁ ଏହି ନିର୍ବାଚନରେ ନିଜର ପ୍ରାର୍ଥିତ୍ୱ ବଜାୟ ରଖିବି ବୋଲି ସେ କହିଛନ୍ତି। 

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ମୁକାବିଲାରେ ମଲ୍ଲିକାର୍ଜୁନ ଖାଡ଼ଗେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଭେଟିବାକୁ ଯାଉଛନ୍ତି। ନିର୍ବାଚନ ପ୍ରଚାରର ଏକ ଅଂଶ ଭାବରେ ଶଶି ଥରୁର ନାଗପୁରରୁ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ତାଙ୍କ ଘର କେରଳ, ତେଲେଙ୍ଗାନା ଏବଂ ତାମିଲନାଡୁ ପରିଦର୍ଶନ କରିଛନ୍ତି। ସେ ପୂରା ପ୍ରଚାରରେ ବ୍ୟସ୍ତ ଅଛନ୍ତି।

କଂଗ୍ରେସ ମୁଖ୍ୟ ନିର୍ବାଚନରେ ​​ଏମାନେ କେବଳ ଦୁଇଜଣ ପ୍ରାର୍ଥୀ। କେ.ଏନ୍ ତ୍ରିପାଠୀଙ୍କ ନାମାଙ୍କନପତ୍ର ବାତିଲ ହୋଇସାରିଛି। ତେବେ ସେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବେ ନାହିଁ ବୋଲି ଶଶି ଥରୁର କହିଛନ୍ତି। ମୁଁ କଂଗ୍ରେସ କର୍ମୀଙ୍କୁ ପ୍ରତାରଣା କରିବି ନାହିଁ ବୋଲି ଶଶି ଥରୁର କହିଛନ୍ତି।