Comedian raju srivastav passes away at 58: ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତ୍ୟୁ ପର୍ଯ୍ୟନ୍ତ ସେ ଭେଣ୍ଟିଲେଟରରେ ରହିଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରି ରଖିଥିଲେ।
Trending Photos
Raju Srivastav Passes Away: ନୂଆଦିଲ୍ଲୀ: ହାସ୍ୟ କଳାକାର (Commedian) ରାଜୁ ଶ୍ରୀବାସ୍ତବଙ୍କ (Raju Srivastav) ଆଜି ୫୮ ବର୍ଷ ବୟସରେ ପରଲୋକ (Passes Away) ହୋଇଯାଇଛି। ମୃତ୍ୟୁ ସହିତ ଦୀର୍ଘ ୪୦ ଦିନ ଧରି ସଂଘର୍ଷ କରିବା ପରେ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ (New Delhi) ଏମସରେ (AIIMS) ତାଙ୍କ ମୃତ୍ୟୁ ହୋଇଯାଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତ୍ୟୁ ପର୍ଯ୍ୟନ୍ତ ସେ ଭେଣ୍ଟିଲେଟରରେ ରହିଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରି ରଖିଥିଲେ। ଗତ ଅଗଷ୍ଟ ୧୦ରେ ଜିମରେ (Gym) ବ୍ୟାୟାମ କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଦୀର୍ଘ ୪୦ ଦିନ ଧରି ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସୁଧୁରି ନଥିବା ବେଳେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ଏହି ସମୟରେ ତାଙ୍କ ପରିବାର ଏବଂ ସହକର୍ମୀଙ୍କ ଠାରୁ କ୍ରମାଗତ ସୂଚନା ଦିଆଯାଉଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତି ଆସିଥିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ଆଜି ସେ ସମସ୍ତଙ୍କୁ କନ୍ଦାଇ ପରଲୋକ ଗମନ କରିଛନ୍ତି।
ଏଠାରେ କହି ରଖୁ କି ରାଜୁ ଦିଲ୍ଲୀର ଏକ ହୋଟେଲରେ ରହିଥିଲେ। ସେ ସେହି ହୋଟେଲର ଏକ ଜିମରେ ବ୍ୟାୟାମ କରୁଥିଲେ। ବ୍ୟାୟାମ କରିବା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ସେ ଟ୍ରେଡ଼ମିଲରେ ପଡ଼ିଯାଇଥିଲେ। ଫଳରେ ତାଙ୍କୁ ତୁରନ୍ତ AIIMSରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ହୃଦ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିବା ରାଜୁଙ୍କ ନିକଟତମ ବନ୍ଧୁମାନେ ସୂଚନା ଦେଇଥିଲେ। ତେବେ ବ୍ୟାୟାମଶାଳାରେ ପଡ଼ିଯିବା ପରେ ତାଙ୍କୁ ହୃଦଘାତ ହୋଇଥିଲା। ଏହି ଘଟଣା ପରେ ତାଙ୍କ ମସ୍ତିଷ୍କ ମୃତପ୍ରାୟ ହୋଇ ପଡ଼ିଥିଲା। ତାଙ୍କ ମସ୍ତିଷ୍କରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚିନଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସୂଚନା ଦେଇ କହିଥିଲେ କି ତାଙ୍କର ଚେତା ଫେରିବାରେ ବିଳମ୍ବ ହୋଇପାରେ ବୋଲି ସେ କହିଥିଲେ। ତେବେ ଚିକିତ୍ସା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା ନେଇ ମଧ୍ୟ ଡାକ୍ତରୀ ଟିମ ସୂଚନା ଦେଇଥିଲେ।
ରାଜୁ ଅନେକ ଲୋକପ୍ରିୟ ଶୋ’ରେ କାମ କରିଥିଲେ। ସେ ଦେଶର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଥିଲେ। ଗ୍ରେଡ୍ ଇଣ୍ଡିଆନ୍ ଲାଫଟର ଚ୍ୟାଲେଞ୍ଜ, ବିଗ୍ ବସ୍, ଶକ୍ତିମାନ, କମେଡି ସର୍କସ୍, କପିଲ୍ ଶର୍ମା ସୋ ଭଳି ଶୋରେ ନିଜକୁ ସାମିଲ କରିପାରିଥିଲେ କରିଥିଲେ। ଏହା ବ୍ୟତୀତ ସେ ମେନ୍ ପ୍ୟାର କିୟା, ତେଜାବ, ବାଜିଗର ଭଳି ବଲିଉଡ ଚଳଚ୍ଚିତ୍ରରେ କାମ କରିଥିଲେ। ନିକଟରେ ତାଙ୍କୁ ଭାରତୀୟ ଲାଫଟର ଚାମ୍ପିୟନସିପରେ ଏକ ସ୍ୱତନ୍ତ୍ର ଅତିଥି ଭାବେ ଦେଖିବାକୁ ମିଳିଥିଲା।
ତେବେ ରାଜୁଙ୍କ ଜୀବନ ବେଶ ସଂଘର୍ଷମୟ ରହିଥିଲା। ଏକ ସାକ୍ଷାତକାରରେ ରାଜୁ କହିଥିଲେ ଯେତେବେଳେ ମୁଁ ମୁମ୍ବାଇ ଆସିଥିଲି, ଲୋକମାନେ ହାସ୍ୟ ଅଭିନେତାଙ୍କୁ ଠିକଭାବେ ବୁଝି ପାରିନଥିଲେ। ସେହି ସମୟରେ ଜୋକ୍ସ ଜନି ୱାକର୍ ଠାରୁ ଆରମ୍ଭ ହୋଇ ଜନି ୱାକରଙ୍କ ନିକଟରେ ଶେଷ ହେଉଥିଲା। ସେତେବେଳେ ଷ୍ଟାଣ୍ଡ ଅପ୍ କମେଡି ପାଇଁ କୌଣସି ସ୍ଥାନ ନଥିଲା, ତେଣୁ ମୁଁ ଚାହୁଁଥିବା ସ୍ଥାନ ସେତେବେଳେ ମିଳିଲା ନାହିଁ ବୋଲି ସେ କହିଥିଲେ।
ଅଧିକ ପଢନ୍ତୁ: ବିଜେପି ଓ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା! ଉଦ୍ଧବ-ଏନସିପି-କଂଗ୍ରେସକୁ ମିଳିଲା ବଡ଼ ସଫଳତା