Chief Justice of India: ଜଷ୍ଟିସ୍ ଚନ୍ଦ୍ରଚୁଡ଼ ହେବେ ଦେଶର ପରବର୍ତ୍ତୀ CJI, ପ୍ରଧାନ ବିଚାରପତି ୟୁୟୁ ଲଲିତ ସରକାରଙ୍କୁ ପଠାଇଲେ ନାମ
Advertisement
Article Detail0/zeeodisha/odisha1389737

Chief Justice of India: ଜଷ୍ଟିସ୍ ଚନ୍ଦ୍ରଚୁଡ଼ ହେବେ ଦେଶର ପରବର୍ତ୍ତୀ CJI, ପ୍ରଧାନ ବିଚାରପତି ୟୁୟୁ ଲଲିତ ସରକାରଙ୍କୁ ପଠାଇଲେ ନାମ

D Y Chandrachud: ଏହା ଏକ ପ୍ରକାର ପରମ୍ପରା, ଯାହା ଅନୁଯାୟୀ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବାର ପ୍ରାୟ ଏକ ମାସ ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆନୁଷ୍ଠାନିକ ଅନୁରୋଧ ଗ୍ରହଣ କରିବା ପରେ ସେ ନିଜ ଉତ୍ତରାଧିକାରୀଙ୍କ ନାମକୁ ସିଲ୍ କଭରରେ ସୁପାରିଶ କରିଥା'ନ୍ତି । 

Chief Justice of India: ଜଷ୍ଟିସ୍ ଚନ୍ଦ୍ରଚୁଡ଼ ହେବେ ଦେଶର ପରବର୍ତ୍ତୀ CJI, ପ୍ରଧାନ ବିଚାରପତି ୟୁୟୁ ଲଲିତ ସରକାରଙ୍କୁ ପଠାଇଲେ ନାମ

ନୂଆଦିଲ୍ଲୀ: D Y Chandrachud: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ହେବେ । ବର୍ତ୍ତମାନର ପ୍ରଧାନ ବିଚାରପତି ୟୁୟୁ ଲଲିତ ତାଙ୍କ ଉତ୍ତରାଧିକାରୀ ଅର୍ଥାତ୍ ଦେଶର ପରବର୍ତ୍ତୀ CJI ଭାବରେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନାମ ସୁପାରିଶ କରିଛନ୍ତି । ଚିଠିକୁ କେନ୍ଦ୍ର ସରକାରଙ୍କୁ ପଠାଇବା ପୂର୍ବରୁ ପ୍ରଧାନ ବିଚାରପତି ୟୁୟୁ ଲଲିତ ଆଜି ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କ ବୈଠକ ଡାକିଛନ୍ତି । ପରମ୍ପରା ଅନୁଯାୟୀ, ଦେଶର ବର୍ତ୍ତମାନର CJI ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବା ପାଇଁ ସରକାରଙ୍କୁ ଏକ ଆନୁଷ୍ଠାନିକ ଚିଠି ପଠାନ୍ତି ।

ବାସ୍ତବରେ, କେନ୍ଦ୍ର ସରକାର CJI ୟୁୟୁ ଲଲିଙ୍କୁ ପରବର୍ତ୍ତୀ CJI ର ନାମ ସୁପାରିଶ କରିବାକୁ କହିଥିଲେ । ୟୁୟୁ ଲଲିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ ପର୍ଯ୍ୟନ୍ତ ରହିଛି । ପରମ୍ପରା ଅନୁଯାୟୀ, ଦ୍ୱିତୀୟ ବରିଷ୍ଠ ବିଚାରପତିଙ୍କ ନାମ ସରକାରଙ୍କୁ CJI ସୁପାରିଶ କରନ୍ତି । ବର୍ତ୍ତମାନ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ଜଷ୍ଟିସ୍ ୟୁୟୁ ଲଲିତଙ୍କ ପରେ ଦ୍ୱିତୀୟ ବରିଷ୍ଠ ବିଚାରପତି ଅଟନ୍ତି । ଏହା ଏକ ପ୍ରକାର ପରମ୍ପରା, ଯାହା ଅନୁଯାୟୀ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବାର ପ୍ରାୟ ଏକ ମାସ ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆନୁଷ୍ଠାନିକ ଅନୁରୋଧ ଗ୍ରହଣ କରିବା ପରେ ସେ ନିଜ ଉତ୍ତରାଧିକାରୀଙ୍କ ନାମକୁ ସିଲ୍ କଭରରେ ସୁପାରିଶ କରିଥା'ନ୍ତି । ତେବେ ବର୍ତ୍ତମାନର ପ୍ରଧାନ ବିଚାରପତିଙ୍କ ପରେ ବରିଷ୍ଠ-ବିଚାରପତିଙ୍କ ନାମ ପ୍ରଧାନ ବିଚାରପତି ଭାବେ ସୁପାରିଶ କରାଯାଇଥାଏ, ଯାହା ପରେ ସରକାର ତାଙ୍କୁ ନିଯୁକ୍ତ କରନ୍ତି ।

ଅଧିକ ପଢ଼ନ୍ତୁ:-ସ୍ୱିସ୍ ବ୍ୟାଙ୍କରେ ଏହି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ଜମା କରି ରଖିଛନ୍ତି କୋଟି କୋଟି ଟଙ୍କା; ଜାରି ହେଲା ଖାତା ଧାରକଙ୍କ ତାଲିକା, ଆଲର୍ଟ ମୋଡରେ ଆୟକର ବିଭାଗ

ଅଧିକ ପଢ଼ନ୍ତୁ:-'ଟ୍ରେନର ଏସି ବଗିରେ କରିପାରିବେ ସେକ୍ସ', ରେଲୱେ ଦେଉଛି ଖାସ୍ ସୁବିଧା!

ଅଧିକ ପଢ଼ନ୍ତୁ:-ଖୁସି ଖବର: ପାର୍ବଣ ଋତୁରେ ସୁନା ହେଲା ବହୁତ ଶସ୍ତା ତ ରୁପା ମୂଲ୍ୟରେ ବି ହ୍ରାସ

ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ୭୪ ଦିନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସେ ନଭେମ୍ବର ୮ରେ ଅବସର ନେଉଛନ୍ତି । ନଭେମ୍ବର ୯ରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ଦୁଇ ବର୍ଷ ପର୍ଯ୍ୟନ୍ତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ବର୍ତ୍ତମାନର ନିୟମ ଅନୁଯାୟୀ, ଜଷ୍ଟିସ ଚନ୍ଦ୍ରଚୁଡ଼ ନଭେମ୍ବର ୧୧ରେ ୬୫ ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ନଭେମ୍ବର ୧୦, ୨୦୨୪ରେ ଅବସର ଗ୍ରହଣ କରିବେ । ସୁପ୍ରିମକୋର୍ଟରେ ଶପଥ ଗ୍ରହଣ ସମୟରେ ଏହା ସ୍ପଷ୍ଟ ହୋଇଯାଏ ଯେ ପ୍ରଧାନ ବିଚାରପତି କିଏ ହେବେ ଓ ତାଙ୍କ କାର୍ଯ୍ୟକାଳ କ’ଣ କେତେ ସମୟ ରହିବ । 

ସାମ୍ପ୍ରତିକ ରେକର୍ଡ ଅନୁଯାୟୀ, ୨୦୨୭ ମସିହାରେ ଦେଶକୁ ଏହାର ପ୍ରଥମ ମହିଳା ପ୍ରଧାନ ବିଚାରପତି ମିଳିବ । ଜଷ୍ଟିସ୍ ବିଭି ନାଗରତ୍ନା ମାତ୍ର ୨୭ ଦିନ ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହେବେ । ତାଙ୍କ ପିତା ଜଷ୍ଟିସ ଏସ୍ ଭେଙ୍କଟ୍ରାମୈୟା ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିସାରିଛନ୍ତି ।