China Crisis ନେପାଳ ମିଡ଼଼ିଆରେ ବଡ଼ ଖୁଲାସା: ଚୀନରେ ଗୃହଯୁଦ୍ଧ ମଧ୍ୟରେ ଭାରତ ପାଇଁ ଘନଉଛି ବଡ଼ ବିପଦ
Advertisement
Article Detail0/zeeodisha/odisha1365550

China Crisis ନେପାଳ ମିଡ଼଼ିଆରେ ବଡ଼ ଖୁଲାସା: ଚୀନରେ ଗୃହଯୁଦ୍ଧ ମଧ୍ୟରେ ଭାରତ ପାଇଁ ଘନଉଛି ବଡ଼ ବିପଦ

ନେପାଳ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଏସସିଓ ଶିଖର ସମ୍ମିଳନୀରୁ ଆସିବା ପୂର୍ବରୁ ତାଙ୍କ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ସେନା ମୁଖ୍ୟଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ଏହା ପରେ ଦେଶକୁ ଫେରିବା ପରେ ତାଙ୍କୁ ଜୋଙ୍ଗନହାଇସ୍ଥିତ ତାଙ୍କ ଘରେ ଗିରଫ କରାଯାଇଛି। 

China Crisis ନେପାଳ ମିଡ଼଼ିଆରେ ବଡ଼ ଖୁଲାସା: ଚୀନରେ ଗୃହଯୁଦ୍ଧ ମଧ୍ୟରେ ଭାରତ ପାଇଁ ଘନଉଛି ବଡ଼ ବିପଦ

China Crisis: ବେଜିଂ: ଚୀନ ରାଷ୍ଟ୍ରପତି ସୀ ଜିନପିଙ୍ଗଙ୍କୁ ଗୃହବନ୍ଦୀ। ଏଭଳି ଏକ ଖବର ଆଜି ନେପାଳ ମିଡ଼ିଆରେ ଖୁଲାସା ହୋଇଛି। କୁହାଯାଉଛି କି ସି ଜିନପିଙ୍ଗ ଏସସିଓ ସମିଟରୁ ଫେରିବା ପରେ ତାଙ୍କୁ ଗୃହବନ୍ଦୀ କରାଯାଇଛି। ନେପାଳ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଏସସିଓ ଶିଖର ସମ୍ମିଳନୀରୁ ଆସିବା ପୂର୍ବରୁ ତାଙ୍କ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ସେନା ମୁଖ୍ୟଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ଏହା ପରେ ଦେଶକୁ ଫେରିବା ପରେ ତାଙ୍କୁ ଜୋଙ୍ଗନହାଇସ୍ଥିତ ତାଙ୍କ ଘରେ ଗିରଫ କରାଯାଇଛି। ଏଭଳି ପରିସ୍ଥିତିରେ ଚୀନ ଏକ ବଡ଼ ସଂକଟ ଦେଇ ଗତି କରୁଥିବା ଜଣାପଡ଼ିଛି। ଏହା ସହିତ ଦେଶରେ ଏକ ବଡ଼ଧରଣ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ମଧ୍ୟ କରାଯାଉଛି। ପୂର୍ବରୁ ପାକିସ୍ତାନରେ ଯେଉଁଭଳି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ତାହାର ଅନୁରୂପ ଘଟଣା ଚୀନରେ ଦେଖିବାକୁ ମିଳିଲାଣି। 

ଏସସିଓ ସମ୍ମିଳନୀରେ ପ୍ରତିଷ୍ଠାତା ସଦସ୍ୟମାନେ ଯେଭଳି ସକ୍ରିୟ ଭାବେ ଅଂଶଗ୍ରହଣ କରିବା କଥା, ଚୀନ ସେହିଭଳି ଭାବରେ ଗ୍ରହଣ କରିନଥିଲା। ଏମିତି କୂଟନୈତିକ ଆଲୋଚନା ପାଇଁ ଯାଇଥିବା ପ୍ରତିନିଧିକ ସହିତ ଜିନପିଙ୍ଗଙ୍କ କେମେଷ୍ଟ୍ରୀ ଠିକ ନଥିଲା ବୋଲି ଜଣାପଡ଼ୁଥିଲା। ଆହୁରି ଏକ ବଡ଼ ଖବର ଯାହାକି ପୁଟିନ ଓ ଜିନପିଙ୍ଗଙ୍କ ମିଟିଂ ହୋଇଥିଲା। ଚାଇନା ଓ ଋଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଦିନକୁ ଦିନ ଅଧିକ ନିକଟତର ହେଉଥିବା ବେଳେ ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ସେଭଳି କୌଣସି ବାର୍ତ୍ତାଳାପ ଦେଖିବାକୁ ମିଳିନଥିଲା। ତେଣୁ ଏଠାରେ ସ୍ପଷ୍ଟ ହୋଇଯାଇଥିଲା ଯେ ବର୍ତ୍ତମାନ ପରିସ୍ଥିତିରେ ଚୀନରେ ଉଠିଥିବା ଗୃହଯୁଦ୍ଧ ସେତେବେଳେ ଏହାର ପ୍ରତିଫଳନ ରହିଥିଲା। 

ତେବେ ନେପାଳ ମିଡ଼ିଆ ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ କୁହାଯାଇଛି ଚୀନର ପୂର୍ବତନ ପିଏଲଏର ମୁଖ୍ୟ ସମ୍ପୂର୍ଣ୍ଣ ଭାବରେ ସେନାକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି। ଏବଂ ଜିନପିଙ୍ଗଙ୍କୁ ତାଙ୍କର ଜେନେରାଲ ଆସେମ୍ବ୍ଲି ଭିତରେ ବନ୍ଦୀ କରାଯାଇ ପିଏଲଏ ତାର ଭବିଷ୍ୟତର ରଣନୀତି ପ୍ରସ୍ତୁତ କରୁଛି। ଦକ୍ଷିଣ ଏସିଆରେ ଚୀନ ଭଳି ଶକ୍ତିଶାଳୀ ରାଷ୍ଟ୍ରର ଉପୁଜିଥିବା ଗୃହଯୁଦ୍ଧ ସହିତ ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମନ୍ଦି ସାରା ବିଶ୍ୱକୁ ଏକ ପ୍ରକାର ଚମକାଇ ଦେଇଛି। ବିଶ୍ୱ ତଥା ଭାରତକୁ ଚିନ୍ତାରେ ପକାଇ ଦେଇଛି। 

ତେବେ ଜିନପିଙ୍ଗଙ୍କ ଗୃହବନ୍ଦୀ ଖବର ଟ୍ୱିଟରରେ ଜଣେ ୟୁଜର୍ସ କହିଥିଲେ। ସେ ଲେଖିଥିଲେ କି ସମରକନ୍ଦରୁ ଫେରିବା ପରେ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଗୃହବନ୍ଦୀ କରିନିଆଯାଇଛି। ଚୀନକୁ ନେଇ ଖବର କରୁଥିବା ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ହାଇଲ୍ୟାଣ୍ଡ୍ ଭିଜନ୍ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତିଙ୍କୁ ପୂର୍ବତନ ଚୀନ୍ ରାଷ୍ଟ୍ରପତି ହୁ ଜିଣ୍ଟାଓ ଏବଂ ଷ୍ଟାଣ୍ଡିଂ କମିଟିର ପୂର୍ବତନ ସଦସ୍ୟ ଗୀତ ପିଙ୍ଗଙ୍କୁ ନିଯୁକ୍ତ ଓ ଚୀନର ପୂର୍ବତନ ପ୍ରିମିୟର ୱେନ୍ ଜିଆବାଓଙ୍କ ନିର୍ଦ୍ଦେଶରେ ଚୀନ୍ ରାଷ୍ଟ୍ରପତି ଗିରଫ କରାଯାଇଛି। ତେବେ ତାଙ୍କୁ ଚୀନ ସେନା ମୁଖ୍ୟ ଗୃହବନ୍ଦୀ କରି ନେଇଥିବା ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହେଉଛି। ସେହିପରି ଚାଇନାର ଅନେକ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ କୁହାଯାଇଛି ଯେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସିନିୟରମାନେ ତାଙ୍କୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ମୁଖ୍ୟ ଭାବରେ ହଟାଇବା ପରେ ସିଙ୍କୁ ଗୃହବନ୍ଦୀ କରାଯାଇଛି। 

ଚାଇନାର ନେଟିଜେନ୍ସ ଦାବି କରିଛି ଯେ ବେଜିଂ ସାମରିକ ଜବରଦଖଲରେ ଅଛି। ନ୍ୟୁଜ୍ ହାଇଲାଣ୍ଡ ଭିଜନର ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓ ଏବଂ ଚୀନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ୱେନ୍ ଜିବାଓ ଷ୍ଟାଣ୍ଡିଂ କମିଟିର ପୂର୍ବତନ ସଦସ୍ୟ ଗୀତ ପିଙ୍ଗଙ୍କୁ ପ୍ରବର୍ତ୍ତାଇଛନ୍ତି ଏବଂ ସେଣ୍ଟ୍ରାଲ୍ ଗାର୍ଡ ବ୍ୟୁରୋର ନିୟନ୍ତ୍ରଣ ବଜାୟ ରଖିଛନ୍ତି। ସେପଟେ ଚୀନ ଗଣମାଧ୍ୟମର ପ୍ରତିନିଧିମାନେ କହିଛନ୍ତି କି ସେ ଏସସିଓ ସମିଟରୁ ଫେରିବା ପରେ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ପରେ ସେଠାରୁ ଆସିବା ପରେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଜଣାପଡ଼ିଛି।