CM Naveen Patnaik: 'ରାଜ୍ୟର ସମସ୍ତ କ୍ଷେତ୍ରର ବିକାଶ ଲାଗି କାର୍ଯ୍ୟ କରୁଛନ୍ତି ଓଡ଼ିଶା ସରକାର'
Advertisement
Article Detail0/zeeodisha/odisha1584756

CM Naveen Patnaik: 'ରାଜ୍ୟର ସମସ୍ତ କ୍ଷେତ୍ରର ବିକାଶ ଲାଗି କାର୍ଯ୍ୟ କରୁଛନ୍ତି ଓଡ଼ିଶା ସରକାର'

CM Naveen Patnaik:  ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଅନେକ କ୍ଷେତ୍ରରେ ଓଡ଼ିଶା ଏକ ଆଦର୍ଶ ଭାବରେ ମାନ୍ୟତା ପାଇଛି। ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚୟ ପ୍ରଦାନ କରିବା ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଏବଂ ବିକାଶର ଯାତ୍ରାକୁ ଆଗେଇ ନେଉଛୁ। "

CM Naveen Patnaik: 'ରାଜ୍ୟର ସମସ୍ତ କ୍ଷେତ୍ରର ବିକାଶ ଲାଗି କାର୍ଯ୍ୟ କରୁଛନ୍ତି ଓଡ଼ିଶା ସରକାର'

Odisha Govt Working Towards Development In All Sectors In States: ଓଡ଼ିଶା ସରକାର ରାଜ୍ୟର ସମସ୍ତ କ୍ଷେତ୍ରର ବିକାଶ ଦିଗରେ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଗୁରୁବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଅନେକ କ୍ଷେତ୍ରରେ ଓଡ଼ିଶା ଏକ ଆଦର୍ଶ ଭାବରେ ମାନ୍ୟତା ପାଇଛି। ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚୟ ପ୍ରଦାନ କରିବା ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଏବଂ ବିକାଶର ଯାତ୍ରାକୁ ଆଗେଇ ନେଉଛୁ। "

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ନିକଟରେ ଆୟୋଜିତ ହୋଇଥିବା ପୁରୁଷ ହକି ବିଶ୍ୱକପ ଏକାଧିକ ଜାତୀୟ ତଥା ଆନ୍ତର୍ଜାତୀୟ ଏଜେନ୍ସି ସହିତ ଜଡିତ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିବା ପାଇଁ ରାଜ୍ୟ ସାମର୍ଥ୍ୟର ଏକ ଉଦାହରଣ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। କୋଭିଡ ଚ୍ୟାଲେଞ୍ଜ, ପ୍ରତିକୂଳ ପରିସ୍ଥିତି ଏବଂ ଯୋଗାଣ ଏବଂ ଆନୁଷଙ୍ଗୀକ ଭିତ୍ତିଭୂମିର ଅଭାବ ସତ୍ତ୍ୱେ ଏହା ସମ୍ଭବ ହୋଇପାରିଛି।

Also Read: Odisha Budget 2023: ଆଗକୁ ଆସୁଛି ୨୦୨୪ ନିର୍ବାଚନ, ଉପସ୍ଥାପିତ ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ

ରାଉରକେଲାସ୍ଥିତ ବିର୍ସା ମୁଣ୍ଡ ହକି ଷ୍ଟାଡିୟମ ୧୫ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି। ଯାହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ବିଶ୍ୱର ସର୍ବ ବୃହତ ପୂର୍ଣ୍ଣ ହକି ଷ୍ଟାଡିୟମ୍ ଭାବେ ସ୍ୱୀକୃତି ପାଇଛି। ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ଏକ ନୂତନ ଶିଳ୍ପ ନୀତି-୨୦୨୨ ଆଣିଛନ୍ତି। ଯାହା ଓଡିଶାକୁ ପୂର୍ବ ଭାରତର ଶିଳ୍ପ କେନ୍ଦ୍ର ପରିଣତ କରିବ। ରାଉରକେଲା ଏବଂ ଜୟପୁର ଠାରେ ଦୁଇଟି ନୂତନ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ସରକାର ଖୁବ୍ ଶୀଘ୍ର ଦୁବାଇ, ବ୍ୟାଙ୍କକ୍ ଏବଂ ସିଙ୍ଗାପୁର ଲାଗି ସିଧାସଳଖ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଯାଉଛନ୍ତି। 

Also Read: Odisha Budget 2023: ଆସନ୍ତାକାଲି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

ରାଜ୍ୟ ସରକାର କୃଷି ଏବଂ ସହଯୋଗୀ କ୍ଷେତ୍ର ତଥା ଜଳସେଚନରେ ବିପୁଳ ପରିମାଣର ବିନିଯୋଗ କରୁଛନ୍ତି। ବହୁ ସଂଖ୍ୟକ ଜଳସେଚନ ପ୍ରକଳ୍ପ ସମାପ୍ତ ହେବାକୁ ଯାଉଛି ଏବଂ ଚଳିତ ବର୍ଷ ଏହାର ଉଦଘାଟନ ହେବ। ୨୦୨୪ ପର୍ଯ୍ୟନ୍ତ ସମଗ୍ର ରାଜ୍ୟର ସମସ୍ତ ଘରକୁ ପାଇପ୍ ଜଳ ଯୋଗାଣ ଯୋଗାଇଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ଶତ ପ୍ରତିଶତ ଘରୋଇ ଟ୍ୟାପ୍ ସଂଯୋଗ ଯୋଗାଇ ଦିଆଯିବ। ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୃଷ୍ଟିରୁ ଓଡିଶା ଦେଶର ଶୀର୍ଷରେ ସ୍ଥାନ ରହିଛି। ନାଗରିକଙ୍କୁ ସ୍ୱଚ୍ଛ ଏବଂ ପ୍ରଭାବଶାଳୀ ସେବା ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।