ଏହି କ୍ଷେତ୍ରରେ ରେକର୍ଡ କଲେ ମୁଖ୍ୟ ବିଚାରପତି
Advertisement

ଏହି କ୍ଷେତ୍ରରେ ରେକର୍ଡ କଲେ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନ୍ନା ତତ୍କାଳୀନ ପ୍ରଧାନ ବିଚାରପତି ଏସ ବୋବଡେଙ୍କ ସ୍ଥାନ ନେଇଥିଲେ। ଯେଉଁ ସମୟରେ ଦେଶର ୨୪ଟି ହାଇକୋର୍ଟରେ ୪୦ ପ୍ରତିଶତରୁ ଅଧିକ (ପ୍ରାୟ ୪୧୧) ପଦବୀ ଖାଲି ପଡିଥିଲା। ପାଟନା ହାଇକୋର୍ଟ ସମେତ କେତେକ ହାଇକୋର୍ଟ ଅଧାରୁ କମ୍ କ୍ଷମତା ବିଚାରପତିଙ୍କ ସହିତ କାର୍ଯ୍ୟ କରୁଥିଲେ।

ଏହି କ୍ଷେତ୍ରରେ ରେକର୍ଡ କଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ନ୍ୟାୟପାଳିକା କ୍ଷେତ୍ରରେ ଏକ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ଦେଶର ମୁଖ୍ୟ ବିଚାରପତି (Chief Justice) ଏନଭି ରମନ୍ନା (NV Ramana)। ସୁପ୍ରିମକୋର୍ଟର (Supreme Court) ମୁଖ୍ୟବିଚାରପତି (Chief Justice) ଏନଭି ରମନ୍ନା (N V Ramana) ଉଚ ନ୍ୟାୟଳୟରେ ସର୍ବାଧିକ ବିଚାରପତିଙ୍କୁ (Judges) ନିଯୁକ୍ତି ଦେଇ ଏହି ରେକର୍ଡ ନିଜ ନାମରେ କରିବାକୁ ଯାଉଛନ୍ତି। ନିଜର କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଧାନ କରିଥିବା ବେଳେ ଏବେ ଦେଶରେ ଉଚ୍ଚନ୍ୟାୟାଳୟ ଗୁଡ଼ିକରେ ସର୍ବାଧିକ ବିଚାରପତିଙ୍କୁ ନିଯୁକ୍ତି ଦେଇ ଏହି ରେକର୍ଡ ସ୍ଥାପନ କରିଛନ୍ତି। ଏକ ବର୍ଷରୁ ଅଧିକ ସମୟ ଧରି ନିଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଥିବା ବେଳେ ଏହି ସମୟ ମଧ୍ୟରେ ସେ ପ୍ରାୟ ୧୦୦ ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି।   

୨୪ ଏପ୍ରିଲ ୨୦୨୧ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନ୍ନା ତତ୍କାଳୀନ ପ୍ରଧାନ ବିଚାରପତି ଏସ ବୋବଡେଙ୍କ ସ୍ଥାନ ନେଇଥିଲେ। ଯେଉଁ ସମୟରେ ଦେଶର ୨୪ଟି ହାଇକୋର୍ଟରେ ୪୦ ପ୍ରତିଶତରୁ ଅଧିକ (ପ୍ରାୟ ୪୧୧) ପଦବୀ ଖାଲି ପଡିଥିଲା। ପାଟନା ହାଇକୋର୍ଟ ସମେତ କେତେକ ହାଇକୋର୍ଟ ଅଧାରୁ କମ୍ କ୍ଷମତା ବିଚାରପତିଙ୍କ ସହିତ କାର୍ଯ୍ୟ କରୁଥିଲେ। କିନ୍ତୁ ଜଷ୍ଟିସ୍ ରମନ୍ନା ଆସିବା ପରେ କଲେଜିୟମ ସିଷ୍ଟମରେ ଏକ ସହମତି ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିଲା। ବିଚାରପତିଙ୍କ ନିଯୁକ୍ତି ପାଇଁ ପାଞ୍ଚଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇଥିଲା। ବିଚାରପତିଙ୍କ ସୁପାରିଶକୁ ଗ୍ରହଣ କରାଯାଇଥିଲା।

ରମନ୍ନାଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଗ୍ରହଣ କରି ନିଯୁକ୍ତି ଦେଇ ଆସିଛନ୍ତି। କେନ୍ଦ୍ର ସରକାର ତାଙ୍କର ପ୍ରାୟ ସମସ୍ତ ସୁପାରିସକୁ ଗ୍ରହଣ କରି ନିଯୁକ୍ତି ଦେଇଥିଲେ। ଆଜି ପରିସ୍ଥିତି ହେଉଛି ଯେ ହାଇକୋର୍ଟରେ ଖାଲିଥିବା ପଦବୀ ସଂଖ୍ୟା ୪୧୧ ରୁ ୩୮୦କୁ ହ୍ରାସ ପାଇଛି। କୌତୂହଳର ବିଷୟ ହେଉଛି, ଜଷ୍ଟିସ ରମନ୍ନାଙ୍କ ପୂର୍ବତନ ଜଷ୍ଟିସ ଏସ ବୋବଡେ ତାଙ୍କର ଏକ ବର୍ଷ କାର୍ଯ୍ୟକାଳ ମଧ୍ୟରେ କୌଣସି ନିଯୁକ୍ତି ହୋଇପାରିନଥିଲା। ଯଦିଓ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ କରୋନା ମହାମାରୀ ସମୟରେ ଥିଲା, ନିଯୁକ୍ତିର କରୋନା ସହିତ କୌଣସି ସମ୍ପର୍କ ନଥିଲା। ମୁଖ୍ୟ ପ୍ରସଙ୍ଗଟି ହେଲା କଲେଜିୟମର ସହମତି । ଜଷ୍ଟିସ୍ ରମନ୍ନା ୨୬ ଅଗଷ୍ଟ ୨୦୨୨ରେ ଅବସର ନେବେ।

ଜଷ୍ଟିସ୍ ରମନ୍ନା ଜୁଲାଇ ୨୫, ୨୦୨୨ରେ କଲେଜିୟମର ଶେଷ ବୈଠକ କରିଥିଲେ। ଏଥିରେ ସେ ୬ଟି ହାଇକୋର୍ଟଙ୍କ ପାଇଁ ୩୫ ଜଣ ବିଚାରପତିଙ୍କ ସୁପାରିଶକୁ ସରକାରଙ୍କ ନିକଟକୁ ପଠାଇଛନ୍ତି। ସେଥିମଧ୍ୟରୁ ଆଠଟି ନାମ ନ୍ୟାୟିକ ଅଧିକାରୀଙ୍କ ଅଟେ। ଏହା ପରେ ସେ ଆଉ ଏକ ବୈଠକ କରିଥିଲେ ଯାହା ତିନିଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ଆଣିବା ଥିଲା, କିନ୍ତୁ ଏଥିରେ ସହମତି ହୋଇପାରି ନାହିଁ। ଏହା ପରେ ସେ ଅଗଷ୍ଟ ୧ ରେ ଆଉ ଏକ ଚେଷ୍ଟା କରିଥିଲେ, କିନ୍ତୁ ଅନ୍ୟ ଚାରିଜଣ ବିଚାରପତି ଏଥିରେ ରାଜି ହୋଇନଥିଲେ।

ଏହି ସମୟରେ କେନ୍ଦ୍ର ସରକାର ତାଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାକୁ ଅନୁରୋଧ କରି ଏକ ଚିଠି ପଠାଇଛନ୍ତି। ପରଦିନ ତାଙ୍କ ଉତ୍ତରାଧିକାରୀ ପାଇଁ ଜଷ୍ଟିସ୍ ରମନ୍ନା ଜଷ୍ଟିସ୍ ୟୁୟୁ ଲଲିତଙ୍କ ନାମ ସରକାରଙ୍କ ନିକଟକୁ ପଠାଇଥିଲେ। ସେ ସରକାରଙ୍କ ନାମ ପଠାଇବା ମାତ୍ରେ ସେ କଲେଜିୟମ ବୈଠକରୁ ଦୂରେଇ ଯାଇଥିଲେ। ଜଷ୍ଟିସ ଲଲିତ ଅଗଷ୍ଟ ୨୬ରେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ।