Reservation: ନ୍ୟାୟପାଳିକା ବନାମ ବ୍ୟବସ୍ଥାପିକା! ଆଦିବାସୀ ସାଂସଦ ଓ ବିଧାୟକ ନେଲେ ଏହି ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1401755

Reservation: ନ୍ୟାୟପାଳିକା ବନାମ ବ୍ୟବସ୍ଥାପିକା! ଆଦିବାସୀ ସାଂସଦ ଓ ବିଧାୟକ ନେଲେ ଏହି ବଡ଼ ନିଷ୍ପତ୍ତି

Chhattisgarh Reservation Case: ନ୍ୟାୟପାଳିକା ବନାମ ବ୍ୟବସ୍ଥାପିକା! ଛତିଶଗଡ ହାଇକୋର୍ଟଙ୍କ ରାୟକୁ ରାଜ୍ୟର ଆଦିବାସୀ ସାଂସଦ, ବିଧାୟକ ଏବଂ କଂଗ୍ରେସର ମନ୍ତ୍ରୀମାନେ ଚ୍ୟାଲେଞ୍ଜ କରିଛନ୍ତି। ସଂରକ୍ଷଣ ମାମଲାର ଆଇନଗତ ଲଢେଇ ପାଇଁ ସେମାନେ ନିଜର ମାସକର ଲେଖାଏଁ ଦରମା ଦାନ କିରବେ। 

Reservation: ନ୍ୟାୟପାଳିକା ବନାମ ବ୍ୟବସ୍ଥାପିକା! ଆଦିବାସୀ ସାଂସଦ ଓ ବିଧାୟକ ନେଲେ ଏହି ବଡ଼ ନିଷ୍ପତ୍ତି

Reservation in Chhattisgarh, ରାୟପୁର: ଦେଶରେ ପୁଣି ଥରେ ଆରମ୍ଭ ହୋଇଯାଇଛି ନ୍ୟାୟପାଳିକା ବନାମ ବ୍ୟବସ୍ଥାପିକାର ଲଢେଇ। ଆଇନକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛନ୍ତି ଆଇନ ନିର୍ମାତା। ନିଜ ଦରମା ଟଙ୍କାରେ ଆଇନଗତ ଲଢେଇ ଲଢିବାକୁ ପ୍ରସ୍ତୁତ ହେଲେଣି ସାଂସଦ ଓ ବିଧାୟକ। ଏହି ପରିସ୍ଥିତି ଏବେ ଛତିଶଗଡରେ ସୃଷ୍ଟି ହୋଇଛି। ଛତିଶଗଡ ହାଇକୋର୍ଟଙ୍କ ରାୟକୁ ରାଜ୍ୟର ଆଦିବାସୀ ସାଂସଦ, ବିଧାୟକ ଏବଂ କଂଗ୍ରେସର ମନ୍ତ୍ରୀମାନେ ଚ୍ୟାଲେଞ୍ଜ କରିଛନ୍ତି। ଆଦିବାସୀଙ୍କ ସଂରକ୍ଷଣ ସହ ଜଡିତ ମାମଲାର ଆଇନଗତ ଲଢେଇ ପାଇଁ ମାସକର ଦରମା ଦାନ କରିବେ ବୋଲି ସେମାନେ ମଙ୍ଗଳବାର କହିଛନ୍ତି।

ଗତ ମାସରେ ଛତିଶଗଡ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଥିଲେ। ୨୦୧୨ରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ, ତାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସରକାରୀ ଚାକିରୀ ତଥା ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ୫୮ ପ୍ରତିଶତକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ମୋଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି। ଛତିଶଗଡରେ ମୋଟ ଜନସଂଖ୍ୟାର ପ୍ରାୟ ୩୨ ପ୍ରତିଶତ ଆଦିବାସୀ ଅଛନ୍ତି। କିନ୍ତୁ କୋର୍ଟଙ୍କ ଏହି ରାୟ ପରେ ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟ ପାଇଁ କୋଟା ୩୨ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଦାବି କରାଯାଉଛି।

Also Read: ହିମାଚଳରୁ ନିରାଶ ହେଲେ କେଜ୍ରିୱାଲ! ଏବେ ଗୁଜୁରାଟରୁ ହିଁ ଆଶା, କିନ୍ତୁ...

ହାଇକୋର୍ଟଙ୍କ ରାୟ ପରେ ଛତିଶଗଡରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏଥିପାଇଁ ସମସ୍ତ ଦଳର ଆଦିବାସୀ ନେତାମାନେ ଏକତ୍ରିତ ହୋଇଛନ୍ତି। ତେବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ଚ୍ୟାଲେଞ୍ଜ କରିବାକୁ ମଙ୍ଗଳବାର ଏକ ବୈଠକରେ ଆଦିବାସୀ ନେତାମାନେ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ପାଇଁ ସେମାନେ ନିଜର ମାସକର ଲେଖାଏଁ ଦରମା ଦାନ କିରବେ। କଂଗ୍ରେସର ଆଦିବାସୀ ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କ ସମେତ ଅନ୍ୟ ଦଳର ନେତାମାନେ ସାମଲ ହୋଇଥିଲେ। ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବିଷୟରେ ଆଲୋଚନା କରାଯିବ ବୋଲି ଆଦିବାସୀ ବିଧାୟକ ବୃହସ୍ପତି ସିଂହ କହିଛନ୍ତି।

ଆଦିବାସୀ ମନ୍ତ୍ରୀ, ବିଧାୟକ ଏବଂ ରାଜ୍ୟ କଂଗ୍ରେସର ସାଂସଦମାନେ ସେମାନଙ୍କର ଏକ ମାସର ଦରମା ଆଇନଗତ ଖର୍ଚ୍ଚ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଅଧିକ କିଛି ଆବଶ୍ୟକ ହୁଏ, ତେବେ ସେମାନେ ମିଳିତ ଭାବେ ବ୍ୟବସ୍ଥା କରିବେ ବୋଲି ବିଧାୟକ ବୃହସ୍ପତି କହିଛନ୍ତି। ଆଇନଗତ ଲଢେଇର ତଦାରଖ କରିବା ପାଇଁ କଂଗ୍ରେସର ୧୧ ଜଣ ଆଦିବାସୀ ସାଂସଦ ଏବଂ ଆଦିବାସୀ ସମ୍ପ୍ରଦାୟର ଦଶଜଣ ନେତାଙ୍କୁ ନେଇ ଏକ ୨୧ ଜଣିଆ କମିଟି ଗଠନ କରାଯାଇଛି। ଏହା ବ୍ୟତୀତ ଛଅ ଜଣ ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କୁ ନେଇ ୧୧ ଜଣଙ୍କୁ ନେଇ ଏକ ଷ୍ଟଡି ଟିମ ଗଠନ କରାଯାଇଛି। ଏହି ଟିମ ୫୦ ପ୍ରତିଶତରୁ ଅଧିକ କୋଟା ଥିବା ତାମିଲନାଡୁ, କର୍ଣ୍ଣାଟକ ଏବଂ ଝାଡଖଣ୍ଡ ପରି ରାଜ୍ୟ ଗସ୍ତ କରିବ।

Also Read: କଂଗ୍ରେସ ସାଧାରଣ ସଂପାଦକ ପଦରୁ ସତ୍ୟ ନାୟକଙ୍କ ଇସ୍ତଫା, ମୋକିମଙ୍କର ବି 'ଆପ୍' ଯିବା ବାଟ ସଫା

ବିଧାୟକ କହିଛନ୍ତି ଯେ, ସେମାନେ କେବଳ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ବର୍ଗ ପାଇଁ ମଧ୍ୟ ଲଢୁଛନ୍ତି। ବରିଷ୍ଠ ଆଦିବାସୀ ନେତା ତଥା ଅବକାରୀ ମନ୍ତ୍ରୀ କାୱାସୀ ଲକ୍ଷ୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ଆଦିବାସୀମାନଙ୍କ ପାଇଁ ୩୨ ପ୍ରତିଶତ ସଂରକ୍ଷଣକୁ ପୁଣି ଥରେ ଲାଗୁ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପ୍ରତିଶୃତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଛତିଶଗଡ କ୍ୱାଣ୍ଟିଫାଏବଲ୍ ଡାଟା କମିଶନ (CGQDC) ମାଧ୍ୟମରେ ରାଜ୍ୟ ସରକାରଙ୍କ ତଥ୍ୟ ସଂଗ୍ରହ ଶେଷ ପର୍ଯ୍ୟାୟରେ ଅଛି। ଏହି ତଥ୍ୟ ଆଇନଗତ ଲଢେଇରେ ସହାୟକ ହେବ ବୋଲି ସେ କହିଛନ୍ତି।