Borewell Rescue Operation : ସଙ୍କଟରେ ରାହୁଲ! ଧିମେଇଲା ଉଦ୍ଧାର କାର୍ଯ୍ୟ
Advertisement
Article Detail0/zeeodisha/odisha1219138

Borewell Rescue Operation : ସଙ୍କଟରେ ରାହୁଲ! ଧିମେଇଲା ଉଦ୍ଧାର କାର୍ଯ୍ୟ

 Rahul Borewell Rescue: ଗତ ୧୦ ଘଣ୍ଟା ହେଲା ରାହୁଲ କୌଣସି ଖାଦ୍ୟ ଗ୍ରହଣ କରିନାହିଁ। ଫଳରେ ସେ ଆହୁରୀ ଦୁର୍ବଳ ହୋଇଯାଇଛି। ୮୦ ଫୁଟ ଗଭୀର ବୋରୱେଲ ଗାତରେ ପଡିଥିବା ରାହୁଲ ହାଲୁକା ହାଲୁକା ପ୍ରତିକ୍ରିୟା ଦେଉଛି। ମୁକ ବଧିର ହେଇ ଥିବାରୁ ନିଜ ସ୍ଥିତି ବିଷୟରେ ସେ କିଛି କହିପାରୁ ନାହିଁ।

ସୌ- ସୋସିଆଲ ମିଡିଆ

Borewell Rescue Operation , ରାୟପୁର: ଛତିଶଗଡର ଜାଞ୍ଜଗିର-ଚମ୍ପା ଜିଲ୍ଲାର ବୋରୱେଲରେ ଫସି ରହିଥିବା ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ସେନା ଏବଂ ଏନଡିଆରଏଫ ଦଳ ଲାଗିପଡିଛନ୍ତି। ବୋରୱେଲ ପର୍ଯ୍ୟନ୍ତ ଟନେଲ ତିଆରି କାର୍ଯ୍ୟ ଶେଷ ହୋଇଛି। ୯୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ରେସ୍କ୍ୟୁ ଅପରେସନରେ ଏବେ ଏକ ବଡ ପଥର ବାଧା ସୃଷ୍ଟି କରିଛି। ଫଳରେ ଉଦ୍ଧାର କାର୍ଯ୍ୟ ଧିମେଇ ଯାଇଛି। ତଥାପି ରାହୁଲକୁ ବଞ୍ଚାଇବା ପାଇଁ NDRF ଦଳ ଯଥାସମ୍ଭବ ଚେଷ୍ଟା କରୁଛି।

ଗତ ୧୦ ଘଣ୍ଟା ହେଲା ରାହୁଲ କୌଣସି ଖାଦ୍ୟ ଗ୍ରହଣ କରିନାହିଁ। ଫଳରେ ସେ ଆହୁରୀ ଦୁର୍ବଳ ହୋଇଯାଇଛି। ୮୦ ଫୁଟ ଗଭୀର ବୋରୱେଲ ଗାତରେ ପଡିଥିବା ରାହୁଲ ହାଲୁକା ହାଲୁକା ପ୍ରତିକ୍ରିୟା ଦେଉଛି। ମୁକ ବଧିର ହେଇ ଥିବାରୁ ନିଜ ସ୍ଥିତି ବିଷୟରେ ସେ କିଛି କହିପାରୁ ନାହିଁ। ଉଦ୍ଧାରକାରୀ ଦଳ ରାହୁଲର ନିକଟତର ହୋଇଛି। କିନ୍ତୁ ଏକ ବଡ ପଥର ଯୋଗୁଁ ଟନେଲ ଖୋଳା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମେସିନ ବଦଳରେ ଏବେ ହାତରେ କାମ କରାଯାଉଛି। ଫଳରେ ଉଦ୍ଧାର କାର୍ଯ୍ୟ ଧୀର ପଡିଛି। କିନ୍ତୁ ଖୁବଶୀଘ୍ର ରାହୁଲ ରେସ୍କ୍ୟୁ ଅପରେସନ ଶେଷ ହେବ ବୋଲି ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। 

Also Read: Prophet Muhammad Row: ଅତ୍ୟାଚାରୀର ଦିବ୍ୟବାଣୀ!

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଲଗାତର ରାହୁଲର ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ କରି ଲେଖିଛି, 'ଆମେ ରାହୁଲକୁ ଉଦ୍ଧାର କରିବା ପାଇଁ ପ୍ରତ୍ୟେକ ପଦକ୍ଷେପ ନେଉଛୁ। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କ୍ରମାଗତ ଅରପଡେଟ୍ ନେବା ସହ ଉଦ୍ଧାରକାରୀ ଦଳକୁ ଉତ୍ସାହିତ କରୁଛନ୍ତି। ବିଷୟଟି ସମ୍ବେଦନଶୀଳ, ତେଣୁ ଉଦ୍ଧାରକାରୀ ଦଳ ଯତ୍ନବାନ ହୋଇ ଆଗକୁ ବଢୁଛନ୍ତି। ଆମେ ଆମର ଦୃଢ ଉଦ୍ଦେଶ୍ୟ ସହିତ ପଥର ସହିତ ଲଢୁଛୁ।'

 

ମୁଖ୍ୟମନ୍ତ୍ରୀ ବଘେଲଙ୍କ ନିର୍ଦ୍ଦେଶରେ, ୧୦ ବର୍ଷର ରାହୁଲ ସାହୁକୁ ଉଦ୍ଧାର ପରେ ଜଞ୍ଜଗିରରୁ ବିଳାସପୁର ହସ୍ପିଟାଲ ନେବାପାଇଁ ଗ୍ରୀନ କରିଡର ନିର୍ମାଣ କରାଯାଇଛି। ପ୍ରତ୍ୟେକ ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଦ୍ଧାର ପରେ ରାହୁଲଙ୍କୁ ବିଲାସପୁରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯିବ। ଏଥିସହିତ ଆପୋଲୋ ହସ୍ପିଟାଲରେ ନ୍ୟୁରୋ ସର୍ଜନ, ଏମଡି ମେଡିସିନ୍ ଏବଂ ପୁରା ଆପୋଲୋ କର୍ମଚାରୀମାନେ ଆଲର୍ଟ ଅଛନ୍ତି।

Also Read: ଲମ୍ପଟ ସ୍ୱାମୀର ଅସଲ ମୁଖା ଖୋଲିଦେଲେ ଅନ୍ତସତ୍ତ୍ୱା ସ୍ତ୍ରୀ

ଏନଡିଆରଏଫ କମାଣ୍ଡର ଏସ.କେ ତ୍ରିପାଠୀ କହିଛନ୍ତି ଯେ, ରାହୁଲକୁ ଉଦ୍ଧାର ପାଇଁ ପଥର କାଟା ଯାଉଛି। ଯାହାଫଳରେ ରାହୁଲ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଟନେଲ ମଝିରେ ପଡିଥିବା ପଥରକୁ ମପା ଯାଉଛି। ସେଥିପାଇଁ ପଥର କାଟିବା ଚ୍ୟାଲେଞ୍ଜ ପାଲଟିଛି। ଆମ ଦଳ ନିଶ୍ଚିତ ଭାବରେ କିଛି ସମୟ ନେଉଛି। ରାହୁଲଙ୍କ ଅବସ୍ଥା ସ୍ଥିର ରହିଛି। ଆମେ ରାହୁଲଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବେ ବାହାରକୁ ଆଣିବାକୁ ଚେଷ୍ଟା କରୁଛୁ।

କଲେକ୍ଟର ଜିତେନ୍ଦ୍ର ଶୁକ୍ଲା କହିଛନ୍ତି ଯେ, ଟନେଲ ଏବଂ ବୋରୱେଲ ମଧ୍ୟରେ ଏକ ପଥର ଅଛି। ଯାହା ଅତି ଧୀରେ ଧୀରେ ବାହାର କରାଯାଉଛି। ଅନ୍ୟପକ୍ଷରେ ରାହୁଲଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ଡାକ୍ତରୀ ଟିମ୍ କହିଛନ୍ତି ଯେ, ରାହୁଲର ପ୍ରତିଟି ଗତିବିଧିର ସୂଚନା ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି। ଜୁନ ୧୦ ତାରିଖରୁ ରାହୁଲ ବରୱେଲ ଗାତରେ ପଡିଛି। ସେ ଗାତର ପ୍ରାୟ ୮୦ ଫୁଟ ତଳେ ଅଛି। ଖେଳୁଥିବା ବେଳେ ନିଜ ବାରିପଟେ ଥିବା ପରିତ୍ୟକ୍ତ ବୋରୱେଲ ଗାତରେ ସେ ପଡିଯାଇଛି।