Centre Hikes Windfall Profit Tax: ୬.୫ଟଙ୍କା ମହଙ୍ଗା ହେଲା ଡିଜେଲ୍, ଆଜିଠୁ ନୂଆ ଦର ଲାଗୁ
Advertisement
Article Detail0/zeeodisha/odisha1330149

Centre Hikes Windfall Profit Tax: ୬.୫ଟଙ୍କା ମହଙ୍ଗା ହେଲା ଡିଜେଲ୍, ଆଜିଠୁ ନୂଆ ଦର ଲାଗୁ

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ୱାରା ବୁଧବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, Fourth fortnightly review ପରେ ସରକାର Windfall Profit Tax ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ରପ୍ତାନୀ ହେଉଥିବା ଲିଟର ପିଛା ଡିଜେଲରେ ୭ ଟଙ୍କାରୁ ୧୩.୫ ଟଙ୍କା ଓ ATFରେ ୨ ଟଙ୍କାରୁ ୯ ଟଙ୍କାକୁ ବୃଦ୍ଧି କରାଯାଇଛି। 

Centre Hikes Windfall Profit Tax: ୬.୫ଟଙ୍କା ମହଙ୍ଗା ହେଲା ଡିଜେଲ୍, ଆଜିଠୁ ନୂଆ ଦର ଲାଗୁ

Centre Hikes Windfall Profit Tax, ନୂଆଦିଲ୍ଲୀ: ଦେଶର ଦୁର୍ବଳ ଆର୍ଥିକାବସ୍ଥା ସୁଧାରିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରପ୍ତାନୀ ହେଉଥିବା ଡିଜେଲ ଓ ବିମାନ ଇନ୍ଧନର ଦର ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଉଛନ୍ତି। ଏଣିକି ରପ୍ତାନୀ ହେଉଥିବା ଲିଟର ପିଛା ଡିଜେଲରେ ସାଢେ ତେର ଟଙ୍କା ଓ ବିମାନ ଇନ୍ଧନ ଉପରେ ୯ ଟଙ୍କା ଟ୍ୟାକ୍ସ ଦେବାକୁ ପଡିବ। ଏହା ବାଦ ଘରୋଇ ଉତ୍ପାଦିତ ଅଶୋଦ୍ଧିତ ତୈଳରେ ମଧ୍ୟ ଟୋନ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଛି।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ୱାରା ବୁଧବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, Fourth fortnightly review ପରେ ସରକାର Windfall Profit Tax ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ରପ୍ତାନୀ ହେଉଥିବା ଲିଟର ପିଛା ଡିଜେଲରେ ୭ ଟଙ୍କାରୁ ୧୩.୫ ଟଙ୍କା ଓ ATFରେ ୨ ଟଙ୍କାରୁ ୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଘରୋଇ ଉତ୍ପାଦିତ ଅଶୋଦ୍ଧିତ ତୈଳକୁ ୧୩୩୦୦ ଟଙ୍କା କରାଯାଇଛି। ଏଣିକି ଏହି ତୈଳ ରପ୍ତାନୀରେ ଟନ ପିଛା ଅତିରିକ୍ତ ୩୦୦ ଟଙ୍କା ଦେବାକୁ ପଡିବ। ସେପ୍ଟେମ୍ବର ପହିଲାରୁ ନୂଆ ଦର ଲାଗୁ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି।

Also Read: ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରରଣ ହ୍ରାସ, ଜାଣନ୍ତୁ କେତେ କମିଲା ରେଟ୍

 

ବିଶେଷଜ୍ଞଙ୍କ ଅନୁସାରେ, ପ୍ରତି ୧୫ ଦିନରେ କେନ୍ଦ୍ର ସରକାର, ଅଶୋଦ୍ଧିତ ତୈଳ ଦର, ବୈଦେଶୀକ ମୂଦ୍ରା ଏକ୍ସଚେଞ୍ଜ ରେଟ୍ ଓ ମାର୍କେଟର ସ୍ଥିତିକୁ ଦେଖି Windfall Profit Taxର ସମୀକ୍ଷା କରନ୍ତି। ଏହା ପରେ ତୈଳ ଦର ସ୍ଥିର ହୁଏ। ଚଳିତ ସପ୍ତାହରେ ଡଲାର ତୁଳନାରେ ଭାରତୀୟ ଟଙ୍କା ସର୍ବକାଳୀନ ଦୁର୍ବଳ ହୋଇଛି। ତେଲ ଦର ହ୍ରାସ ହୋଇଛି, କିନ୍ତୁ ଟଙ୍କା ଦୁର୍ବଳ ହେବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି। ଯାହାର ପ୍ରଭାବ ବିଶ୍ୱ ବଜାରରେ ଦେଖିବାକୁ ମିଳିଛି। ଏହି ସମସ୍ୟାକୁ ଚ୍ୟାଲେଞ୍ଜ କରିବାକୁ କେନ୍ଦ୍ର ସରକାର ଘରୋଇ ଉତ୍ପାଦିତ ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଛନ୍ତି। 

ଗତ ଜୁଲାଇ ପହିଲାରେ କେନ୍ଦ୍ର ସରକାର ପ୍ରତି ଲିଟର ପେଟ୍ରୋଲ ଉପରେ ୬ ଟଙ୍କା, ଡିଜେଲ ଓ ATF ଉପରେ ୧୩ ଟଙ୍କା ରପ୍ତାନୀ କର ବା export duty ବୃଦ୍ଧି କରିଥିଲେ। ସେହି ସମୟରେ ଘରୋଇ ଉପ୍ତାଦିତ ଅଶୋଦ୍ଧିତ ତୈଳ ଟୋନ ପିଛା ୨୩୨୫୦ ଟଙ୍କା କରାଯାଇଥିଲା। ପ୍ରାୟ ଦୁଇ ସପ୍ତାହରେ ଭାରତର ଅଶୋଦ୍ଧିତ ତୈଳରେ ଅତିରିକ୍ତ ୧୩୦୦୦ ଟଙ୍କାର କର ଲାଗିଛି। ଶେଷ ଥର ପାଇଁ ଅଗଷ୍ଟ ୧୯ରେ ତୈଳ ଦର ସର୍ବନିମ୍ନ ଟୋନ ପିଛା ୧୭୭୫୦ ଟଙ୍କା ଥିଲା। Windfall Profit Tax ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଦ୍ଧିତ ତୈଳର ଦର ବ୍ୟାରେଲ ପିଛା ୧୨୨ ଡଲାରରେ ପହଞ୍ଚିଛି।  

Also Read: US Army: ଚୀନ ଓ ଋଷ ଛାତିରେ ଛନକା! ଭାରତର ୩ ବର୍ଷର ପ୍ରତିରକ୍ଷା ବଜେଟରେ ତିଆରି ହେଉଛି ଶକ୍ତିଶାଳୀ

ପ୍ରାୟ ୧୦୦ ଦିନ ହେଲା ଦେଶରେ ଜାତୀୟ ସ୍ତରରେ ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି। ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ ୮୯ ଟଙ୍କା ୬୨ ପଇସା ରହିଛି। ଅନ୍ୟପଟେ ଭୁବନେଶ୍ୱରରେ ଗୁରୁବାର ପେଟ୍ରୋଲ ଲିଟର ପିଛା ୪୯ ପଇଲା ବଢି ୦୩ ଟଙ୍କା ୬୦ ପଇସାରେ ପହଞ୍ଚିଛି। ସେପଟେ ଡିଜେଲ ଆଠ ପଇସା ହ୍ରାସ ପାଇ ୯୪ ଟଙ୍କା ୬୮ ପଇସାରେ ବିକ୍ରି ହୋଇଛି। ସେହିପରି ସେପ୍ଟେମ୍ୱର ୧ରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି। ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି ।