ଉଗ୍ରବାଦୀଙ୍କ ସହ ଐତିହାସିକ ଚୁକ୍ତି କରିବେ କେନ୍ଦ୍ର ସରକାର, ଅସ୍ତ୍ରଶସ୍ତ୍ର ଛାଡିବେ ୫ଟି ଗୋଷ୍ଠୀ
Advertisement

ଉଗ୍ରବାଦୀଙ୍କ ସହ ଐତିହାସିକ ଚୁକ୍ତି କରିବେ କେନ୍ଦ୍ର ସରକାର, ଅସ୍ତ୍ରଶସ୍ତ୍ର ଛାଡିବେ ୫ଟି ଗୋଷ୍ଠୀ

Centre to sign tripartite peace agreement: ଏହି ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର ହେବା ପୂର୍ବରୁ ହିମନ୍ତ ବିଶ୍ବଶର୍ମା ଏହି ପାଞ୍ଚ ଜଣ ଉଗ୍ରବାଦୀ ସଂଗଠନ ସହ ଆସାମ ହାଉସରେ ସାକ୍ଷାତ କରିବେ । ଏହା ପରେ ସେ ଗୃହ ମନ୍ତ୍ରଣାଳୟକୁ ଯିବେ । ଏହାପୂର୍ବରୁ ମଧ୍ୟ ସେ ଏହି ଗୋଷ୍ଠୀ ସହ ଆଲୋଚନା କରିଥିଲେ ।

ହିମନ୍ତ ବିଶ୍ବଶର୍ମା ଓ ଅମିତା ଶାହ (ଫାଇଲ ଫଟୋ)

Tripartite Peace Agreement: ଦେଶରେ ଉତ୍ତର-ପୂର୍ବ କ୍ଷେତ୍ରରେ ଶାନ୍ତି ଫେରାଇ ଆଣିବାକୁ ସରକାରଙ୍କ ତରଫରୁ ଜୋରଦାର ପ୍ରୟାସ ଚାଲିଛି । ଏହି କ୍ରମରେ ଗୁରୁବାର ଦିନ ସରକାର ଓ ପାଞ୍ଚ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷର ହେବାକୁ ଯାଉଛି । ବିଶେଷ କଥା ହେଉଛି ଏହି ଐତିହାସିକ ଚୁକ୍ତି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଓ ଅନ୍ୟାନ୍ୟ ବହୁ ବଡ ଅଧିକାରୀ ଉପସ୍ଥିତ ରହିବେ । ଜାନୁଆରୀ ୨୦୨୦ ରେ ମଧ୍ୟ ଭାରତ ସରକାର, ଆସାମ ସରକାର ଓ ବୋଡୋ ପ୍ରତିନିଧୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ସରକାରୀ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଗୃହ ମନ୍ତ୍ରଣାଳୟରେ ଅପରାହ୍ନ ୫ ଟା ପରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ କରିପାରନ୍ତି । ଏହି ଶାନ୍ତି ଚୁକ୍ତିନାମାକୁ କେନ୍ଦ୍ର ସରକାର, ଆସାମ ସରକାର ଓ ରାଜ୍ୟରୁ ପାଞ୍ଚଜଣ ବିଦ୍ରୋହୀ ଦଳ ସ୍ୱାକ୍ଷର କରିବେ । ଏଥିମଧ୍ୟରେ ଅଲ୍ ଆଦିବାସୀ ନ୍ୟାସନାଲ ଲିବରେସନ୍ ଆର୍ମି, ଆଦିବାସୀ କୋବ୍ରା ମିଲିଟାନ୍ସ ଅଫ ଆସାମ, ବିର୍ସା କମାଣ୍ଡୋ ଫୋର୍ସ, ସନ୍ଥାଲ ଟାଇଗର ଫୋର୍ସ ଓ ଆଦିବାସୀ ପିପୁଲ୍ସ ଆର୍ମି ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ଏହି ଗୋଷ୍ଠୀମାନେ ସରକାରଙ୍କ ସହ ଅସ୍ତ୍ରବିରତି ଚୁକ୍ତି ସ୍ଵାକ୍ଷର କରିଛନ୍ତି । ଖବର ମୁତାବକ ଆସାମ ପୋଲିସର ସୁରକ୍ଷା ଅଧୀନରେ ଏହି ଗୋଷ୍ଠୀର ଶହ ଶହ ସଦସ୍ୟ ସାମୟିକ ଭାବେ କ୍ୟାମ୍ପରେ ରହିଛନ୍ତି । ଏହି ଗୋଷ୍ଠୀଗୁଡିକ ପ୍ରାୟ ଏକ ବର୍ଷ ପୂର୍ବେ ସେମାନଙ୍କର କାର୍ଯ୍ୟ ବନ୍ଦ କରିବାକୁ ଘୋଷଣା କରିଥିଲେ ଓ ସେବେଠାରୁ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଶାନ୍ତି ଆଲୋଚନା ଚାଲିଛି ।

ଚୁକ୍ତିନାମା ସ୍ୱାକ୍ଷର ସମୟରେ ସିଏମ୍ ଶର୍ମା ଓ ଆସାମ ସରକାରଙ୍କ ବହୁ ଅଧିକାରୀଙ୍କ ସମେତ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଉପସ୍ଥିତ ରହିବେ । ଏହି ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର ହେବା ପୂର୍ବରୁ ଶର୍ମା ଆସାମ ହାଉସରେ ପାଞ୍ଚଟି ଉଗ୍ରବାଦୀ ଗୋଷ୍ଠୀ ସହିତ ସାକ୍ଷାତ କରିବେ । ଏହା ପରେ ସେ ଗୃହ ମନ୍ତ୍ରଣାଳୟକୁ ଯିବେ । ଏହାପୂର୍ବରୁ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ଏହି ଗୋଷ୍ଠୀ ସହ ଅନେକ ଥର ଆଲୋଚନା କରିଥିଲେ ।

ବିଶେଷ କଥା ହେଉଛି ୨୦୨୦ ବୋଡୋ ପ୍ରତିନିଧୀଙ୍କ ସହ ହୋଇଥିବା ଚୁକ୍ତିନାମା ସହିତ ୫୦ ବର୍ଷ ପୁରୁଣା ବୋଡୋ ସଙ୍କଟ ସମାପ୍ତ ହୋଇଛି । ପରିସଂଖ୍ୟାନ ଦର୍ଶାଏ ଯେ ବୋଡୋଲାଣ୍ଡର ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ୍ର ତିନିଟି ଦଳର ମୋଟ ୧୬୧୫ କ୍ୟାଡର ଆତ୍ମସମର୍ପଣ କରିଛନ୍ତି ।

ଏହା ବି ପଢ଼ନ୍ତୁ: SCO summit: ପିଏମ ମୋଦି-ପୁଟିନ କରିବାକୁ ଯାଉଛନ୍ତି ବୈଠକ; ଏହା ରହିଛି ଏଜେଣ୍ଡା, ସାରଦୁନିଆ ରଖିଛି ନଜର

ଏହା ବି ପଢ଼ନ୍ତୁ: Health Tips: ନାଇଟ୍ ସିଫ୍ଟ କରୁଥିବା ଲୋକଙ୍କୁ ଅଧିକ ହୋଇଥାଏ ହାର୍ଟଆଟକ୍, ଜାଣନ୍ତୁ ଏହାର କାରଣ ଓ ନିରାକରଣ