Cardiac Arrest: ପରଫ୍ୟୁମ୍ ନେଲା ପ୍ରାଣ, ଜାଣନ୍ତୁ କେମିତି..
Advertisement

Cardiac Arrest: ପରଫ୍ୟୁମ୍ ନେଲା ପ୍ରାଣ, ଜାଣନ୍ତୁ କେମିତି..

Cardiac Arrest: ଡି଼ଓଡ୍ରାଣ୍ଟର ବ୍ୟବହାର କରୁଛନ୍ତି ତାହାଲେ ହୋଇଯାଆନ୍ତୁ ସାବଧାନ । ଡି଼ଓଡ୍ରାଣ୍ଟରୁ ବାହାରୁଥିବା କ୍ଷତିକାରକ ଗ୍ୟାସ ଦ୍ୱାରା ଜୀବନ ମଧ୍ଯ ଯାଇପାରେ । ନିକଟରେ ଡି଼ଓଡ୍ରାଣ୍ଟ ସ୍ପ୍ରେ କରି ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ହୋଇଛି । 

ସୌ(ସୋସିଆଲ ମିଡିଆ)

Cardiac Arrest: ଡି଼ଓଡ୍ରାଣ୍ଟ ବା ଡି଼ଓ ପରଫିମ୍ୟୁ ଏକ ନିତିଦିନିଆ ବ୍ୟବହାର ଜିନିଷ ଅଟେ । ପ୍ରତ୍ୟେକ ଦିନ ଆମେ ଝାଳ ଦୁର୍ଗନ୍ଧରୁ ବଞ୍ଚିବା ଲାଗି ଆମେ ଡି଼ଓଡ୍ରାଣ୍ଟ ବ୍ୟବହାର କରିଥାଉ । ତେବେ କ’ଣ ଆପଣ ଜାଣିଛନ୍ତି କି ଏଥିରେ ଥିବା ମାରାତ୍ମକ ପଦାର୍ଥ  ଜୀବନ ମଧ୍ୟ ନେଇପାରେ । ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟ, ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ନିକଟରେ ବ୍ରିଟେନରେ ଏରୋସୋଲ୍ ଡି଼ଓଡ୍ରାଣ୍ଟ ଶୁଙ୍ଘିବା ପରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କ କାର୍ଡିଆକ ଆରେଷ୍ଚରେ, ହୃଦଘାତର (Cardiac Arrest) ମୃତ୍ୟୁ ହୋଇଛି । ଘଟଣା ପରେ ନାବାଳିକାଙ୍କ ପିତା ମାତା ଡି଼ଓଡ୍ରାଣ୍ଟର କ୍ଷତିକାରକ ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ସାବଧାନ ରହିବା ନେଇ ଅପିଲ କରିଛନ୍ତି ।

ଡି଼ଓ ଯୋଗୁଁ  ନାବାଳିକଙ୍କ ମୃତ୍ୟୁ- ଡାକ୍ତରଙ୍କ କହିବା ମୁତାବିକ ୧୪ ବର୍ଷୀୟା ଜର୍ଜିଆ ଗ୍ରୀନ୍ ଭୁଲବଶତଃ ଏରୋସୋଲ୍ ଡି଼ଓଡ୍ରାଣ୍ଟ ଶୁଙ୍ଘିବା ପରେ ହାର୍ଟ ଆର୍ଟାକ ଆସିଥିଲା । ସେ ପୂର୍ବରୁ ପୁରାପୁରି ଭାବେ ସୁସ୍ଥ ଥିଲେ ଏବଂ କୌଣସି ଗୁରୁତର ରୋଗରେ ମଧ୍ଯ ପୀଡ଼ିତ ନଥିଲେ । ଘଟଣା ଦିନ ସେ ନିଜ ରୁମରେ ଡି଼ଓଡ୍ରାଣ୍ଟ ସ୍ପ୍ରେ କରିଥିଲେ ଓ ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

Also Read- Astro Tips: ଶୋଇବା ସମୟରେ ରାତିରେ ତକିଆ ତଳେ ରଖନ୍ତୁ ଏହି ସବୁ ଜିନିଷ, ଚମକିବ ଭଗ୍ୟ, ହୋଇଯିବେ ମାଲାମାଲ!

Also Read- Cholesterol: ହାଇ କୋଲେଷ୍ଟଲ ପାଇଁ ଚିନ୍ତିତ କି ? ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

କ୍ଷତିକାରକ ହୋଇପାରେ ଡି଼ଓଡ୍ରାଣ୍ଟ- ଡି଼ଓଡ୍ରାଣ୍ଟରେ ଥିବା ଏରୋସୋଲରେ ବିଷାକ୍ତ ଗ୍ୟାସ୍ ଅତ୍ୟନ୍ତ ବିପଜ୍ଜନକ। ଏହା ପ୍ରାଣଘାତୀ ମଧ୍ୟ ହୋଇପାରେ । ସେପଟେ ଏନେଇ ବିଶେଷଜ୍ଞ ଟିମ୍ କହିଛନ୍ତି ଏଭଳି ଘଟଣା କେବଳ ଛୋଟ ପିଲାଙ୍କ ମଧ୍ୟରେ ସୀମିତ ନାହିଁ ବ୍ୟାପକ ସତଚେତନତା ପରେ ଏଭଳି ଦୁର୍ଘଟଣାକୁ ଏଡ଼ାଇ ଯାଇପାରେ । ଛୋଟ ପିଲାଙ୍କୁ ଏଥିରୁ ଦୂରେଇ ରଖିବା ଦରକାର।  କାର୍ଡିଆକ ଆରେଷ୍ଚ(ହୃଦଘାତ) ଏକ ମେଡି଼କାଲ ଏମରଜେନ୍ସି  ଅଟେ ଏବଂ ଏଥିରେ ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଥାଏ ।ଏପରି ପରିସ୍ଥିତିରେ ହଠାତ୍ ହୃଦସ୍ପନ୍ଦନ ବନ୍ଦ ହୋଇଯିବା ସହ ରୋଗୀ ଚେତାଶୂନ୍ୟ ହୋଇଯାଏ । ଏଭଳି ପରିସ୍ଥିତିରେ ରୋଗୀ ତୁରନ୍ତ ଚିକିତ୍ସା ଆବଶ୍ୟକ କରିଥାଏ ।