President Joe Biden: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାହିଁକି ପାଗଳଙ୍କୁ ଖୋଜିଥାଏ ଆମେରିକା ସେନା, ପଢନ୍ତୁ ପୂରା କାହାଣୀ
Advertisement

President Joe Biden: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାହିଁକି ପାଗଳଙ୍କୁ ଖୋଜିଥାଏ ଆମେରିକା ସେନା, ପଢନ୍ତୁ ପୂରା କାହାଣୀ

ଶେଷ ହୋଇଛି G20 ସମ୍ମିଳନୀ। ଏହି ସମ୍ମିଳନୀରେ ବିଶ୍ୱର ପ୍ରମୁଖ ୨୦ଟି ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ଯୋଗଦାନ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ, କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋଙ୍କ ସହିତ ଋଷିଆ, ଅଷ୍ଟ୍ରେଲିଆ, ଚୀନର ରାଷ୍ଟ୍ରମୁଖ୍ୟ ଯୋଗଦାନ କରିଥିଲେ।

President Joe Biden: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାହିଁକି ପାଗଳଙ୍କୁ ଖୋଜିଥାଏ ଆମେରିକା ସେନା, ପଢନ୍ତୁ ପୂରା କାହାଣୀ

President Joe Biden: ନୂଆଦିଲ୍ଲୀ: ଶେଷ ହୋଇଛି G20 ସମ୍ମିଳନୀ। ଏହି ସମ୍ମିଳନୀରେ ବିଶ୍ୱର ପ୍ରମୁଖ ୨୦ଟି ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ଯୋଗଦାନ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ, କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋଙ୍କ ସହିତ ଋଷିଆ, ଅଷ୍ଟ୍ରେଲିଆ, ଚୀନର ରାଷ୍ଟ୍ରମୁଖ୍ୟ ଯୋଗଦାନ କରିଥିଲେ। ଏହା ସହିତ ପାଖାପାଖି ଏକ ଲକ୍ଷ ଷ୍ଟାଫ ମଧ୍ୟ ଦିଲ୍ଲୀରେ ପହଞ୍ଚିଥିଲେ। ଏଥିପାଇଁ ପୂରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ପ୍ରତି ଇଞ୍ଚରେ ସୁରକ୍ଷା କର୍ମୀ ନିୟୋଜିତ ରହିଥିଲେ। ଦିଲ୍ଲୀରେ ଏକ ପ୍ରକାର ଲକଡାଉନ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ଗତ ୯ ଓ ୧୦ ତାରିଖରେ ବିଶ୍ୱର ତୁଙ୍ଗନେତାମାନେ ଯୋଗଦେଇ ନିଜ ରାଷ୍ଟ୍ରକୁ ଫେରିଯାଇଛନ୍ତି। ଆଉ କିଛି ବର୍ତ୍ତମାନ ମଧ୍ୟ ଦିଲ୍ଲୀରେ ରହିଛନ୍ତି। କୂଟନୈତିକ ରଣନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରୁଛନ୍ତି।  

ତେବେ ଏହି ତୁଙ୍ଗ ନେତାଙ୍କ ପାଇଁ ଲକ୍ଷାଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୧୩୦୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଏହା ବ୍ୟତୀତି ୮୦ ହଜାର ଦିଲ୍ଲୀ ପୋଲିସର ଅଫିସରଙ୍କୁ ମଧ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ସେହିପରି ୪୫ ହଜାର କେନ୍ଦ୍ରୀୟ ସୁରକ୍ଷା ବଳକୁ ନିୟୋଜିତ କରାଯାଇଥିଲା। ୪୫ ହଜାର କମାଣ୍ଡୋଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ସ୍ଥଳ ଓ ବାୟୁ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। 

ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ। ତାଙ୍କର ଆମେରିକାରୁ ବାହାରିବା ଠାରୁ ଆରମ୍ଭ କରି ଦିଲ୍ଲୀରେ ପହଞ୍ଚିବା ପର୍ଯ୍ୟନ୍ତ ଜଳ, ସ୍ଥଳ ଓ ବାୟୁରେ କଡ଼ା ସୁରକ୍ଷା ଗ୍ରହଣ କରିଥାଏ ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥା। ଦିଲ୍ଲୀରେ ବାଇଡେନ ପହଞ୍ଚିବା ପୂର୍ବରୁ ହିଁ ଆମେରିକାର ସିକ୍ରେଟ ଏଜେନ୍ସି ଏଠାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥାଏ। ଆବଶ୍ୟକସ୍ଥଳରେ ନିଜ ସେନା ଓ ସାମଗ୍ରୀକୁ ମଧ୍ୟ ବ୍ୟବହାର କରିଥାଏ  ଆମେରିକାର ସୁରକ୍ଷା ବ୍ୟବସ୍ଥା। ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାର ସବୁଠାରୁ ରୋଚକ କଥା ହେଉଛି କି ରାଷ୍ଟ୍ରପତି ଆସିବା ପୂର୍ବରୁ ପାଗଳଙ୍କୁ ଖୋଜିଥାଏ ଆମେରିକୀୟ ସୁରକ୍ଷା ସଂସ୍ଥା। କେବଳ ଏତିକି ନୁହେଁ ମାନସିକ ରୋଗୀଙ୍କ ତାଲିକାକୁ ମଧ୍ୟ ଯାଞ୍ଚ କରିଥାଏ ଆମେରିକାର ସୁରକ୍ଷା ବ୍ୟବସ୍ଥା।

ଏହା ପଛରେ ରହିଛି ଏକ ଚାଞ୍ଚଲ୍ୟ କରିବା ଭଳି କାହାଣୀ। ଏହି ସୁରକ୍ଷା ବ୍ୟବସ୍ଥାକୁ ଜାଣିବାକୁ ହେଲେ ଆମକୁ ୧୯୮୧ ମସିହାର ଘଟଣାକୁ ଜାଣିବାକୁ ହେବ। ପୂର୍ବରୁ ଆମେରିକାର ୪ଜଣ ରାଷ୍ଟ୍ରପତି ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ରାଷ୍ଟ୍ରପତିଙ୍କ ତାଲିକା ମଧ୍ୟରେ ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ନାଁ ମଧ୍ୟ ଆସିଥାଏ। ରୋନାଲ୍ଡ ରିଗାଲ ରାଷ୍ଟ୍ରପତି ଥିବା ସମୟରେ ୧୯୮୧ ମସିହା ମାର୍ଚ୍ଚ ମାସରେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏଥିପାଇଁ କାର୍ଯ୍ୟକ୍ରମ ସ୍ଥଳକୁ ପୂରା କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲା। ସିକ୍ରେଟ ଏଜେନ୍ସି ଏହି ସୁରକ୍ଷା ବ୍ୟବସ୍ଥାକୁ ନିଜ ଅଧିନକୁ ନେଇଥିଲେ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଜନ ହିଙ୍ଗଲୀ ନାମକ ଜଣେ ୨୫ ବର୍ଷୀୟ ଯୁବକ ଗୁଳି ମାଡ଼ କରିଥିଲେ। ଏହି ଗୁଳି ରାଷ୍ଟ୍ରପତିଙ୍କୁ ମଧ୍ୟ ଲାଗିଥିଲା। କିନ୍ତୁ ଅଳ୍ପକେ ସେହି ସମୟରେ ରାଷ୍ଟ୍ରପତି ବର୍ତ୍ତିଯାଇଥିଲେ। 

ସେପଟେ ଗୁଳି ମାଡ଼ କରିଥିବା ଜନ ହିଙ୍ଗଲୀ ପେଶାରେ ଜଣେ ଅଭିନେତା ଥିଲେ। କିନ୍ତୁ ସେତେ ମାତ୍ରାରେ ପ୍ରତିଷ୍ଠିତ ହୋଇ ପାରିନଥିଲେ। ଗୁଳିମାଡ ପରେ ଜନଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିନେଇଥିଲେ। ତାଙ୍କ ବିରୋଧରେ ତଦନ୍ତ ଚାଲିବା ପରେ ଜଣାପଡ଼ିଥିଲାକି ଜନ ନିକଟରେ ମାନସିକ ରୋଗର ଶୀକାର ହୋଇଥିଲେ ଓ ଡାକ୍ତରଖାନାରେ ଚିକିତ୍ସା କରି ଫେରିଥିଲେ। ଗିରଫ ପରେ ତାଙ୍କୁ ପୁନର୍ବାର ମାନସିକ ସ୍ଥିତି ସୁଧାରିବା ପାଇଁ ଚିକିତ୍ସାଧିନ କରାଯାଇଥିଲା। 

Also Read: ଅମିତାଭ KBC ହୋଷ୍ଟ କରନ୍ତୁ ଏକଥା ଚାହୁଁନଥିଲେ ଜୟା, ଜାଣନ୍ତୁ କାରଣ

Also Read: IND vs PAK: ଆଜି ଯଦି ଭାରତ ପାକ ମ୍ୟାଚ ବାତିଲ ହୁଏ, ତେବେ ଫଳାଫଳ କଣ ହେବ; ଜାଣନ୍ତୁ କଣ କହୁଛି ସମୀକରଣ

Also Read: ପରିସ୍ରାରୁ ଜଣାପଡ଼ିଥାଏ ଡାଇବେଟିସର ଲକ୍ଷଣ, ପଢ଼ନ୍ତୁ ପୁରା ଆର୍ଟିକିଲ୍...