Bharat Jodo Padyatra: ସତ୍ତା ପାଇଁ ବିଜେପିର ରଥଯାତ୍ରା, ସତ୍ୟ ପାଇଁ କଂଗ୍ରେସର ଯାତ୍ରା: କହ୍ନେୟାକୁମାର
Advertisement

Bharat Jodo Padyatra: ସତ୍ତା ପାଇଁ ବିଜେପିର ରଥଯାତ୍ରା, ସତ୍ୟ ପାଇଁ କଂଗ୍ରେସର ଯାତ୍ରା: କହ୍ନେୟାକୁମାର

ଭାରତ ଜୋଡ଼ୋ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ସହିତ ୧୧୮ ଜଣ କଂଗ୍ରେସ ନେତା ଭାରତ ଯାତ୍ରୀ ହେବେ। ଏମାନେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବେ। 

Bharat Jodo Padyatra: ସତ୍ତା ପାଇଁ ବିଜେପିର ରଥଯାତ୍ରା, ସତ୍ୟ ପାଇଁ କଂଗ୍ରେସର ଯାତ୍ରା: କହ୍ନେୟାକୁମାର

Bharat Jodo Padyatra: ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି କଂଗ୍ରେସର (Congress) ଭାରତ ଜୋଡ଼ୋ (Bharat Jodo) କାର୍ଯ୍ୟକ୍ରମ। ଏହି ଅବସରରେ କଂଗ୍ରେସ (Bharat Jodo) ନେତା କହ୍ନେୟା କୁମାର (Kanhaiya Kumar) ବିଜେପି (BJP) ଉପରେ ଜୋରଦାର ଆକ୍ରମଣ କରିଛନ୍ତି। କହ୍ନେୟା (Kanhaiya Kumar) କହିଛନ୍ତି କି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ଦ୍ୱାରା ୧୯୯୦ରେ କରାଯାଇଥିବା ରଥଯାତ୍ରା କ୍ଷମତା ପାଇଁ ରହିଥିଲା। କିନ୍ତୁ କଂଗ୍ରେସର ଏହି ଭାରତ ଜୋଡୋ ଯାତ୍ରା ଦେଶର ସତ୍ୟ ପାଇଁ ହେଉଛି ବୋଲି ସେ କହିଥିଲେ। 

ଭାରତ ଜୋଡ଼ୋ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ସହିତ ୧୧୮ ଜଣ କଂଗ୍ରେସ ନେତା ଭାରତ ଯାତ୍ରୀ ହେବେ। ଏମାନେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବେ। ଭାରତ ଯାତ୍ରୀଙ୍କ ମଧ୍ୟରେ କହ୍ନେୟା କୁମାର ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି। ସେ ପିଟିଆଇକୁ ଏକ ସାକ୍ଷାତକାର ଦେଇ କହିଥିଲେ କି ଯେ କୌଣସି ଭାରତୀୟଙ୍କ ପାଇଁ ଏହା ସୌଭାଗ୍ୟର କଥା ଯେ ସେମାନେ ଏହି ଯାତ୍ରାରେ ସାମିଲ ହୋଇପାରିବେ। ଏହା କେବଳ ଏକ ରାଜନୈତିକ ପଦଯାତ୍ରା ନୁହେଁ, ଏହା ସାଂସ୍କୃତିକ, ସାମାଜିକ ଦିଗ, ଲୋକଙ୍କ ଭାବାବେଗର ଯାତ୍ରା ବୋଲି ସେ କହିଥିଲେ। 

ଅତୀତରେ ହୋଇଥିବା ରଥଯାତ୍ରା ଠାରୁ ଏହା କିପରି ଭିନ୍ନ ବୋଲି ପ୍ରଶ୍ନର ଉତ୍ତରରେ କହିଥିଲେ କି ଏହି ଯାତ୍ରା ତିନୋଟି ପ୍ରମୁଖ ଦିଗ ରହିଛି। ଏହି ତିନୋଟି ଦିଗ ହେଉଛି ସାମାଜିକ, ଆର୍ଥିକ ଓ ରାଜନୈତିକ। ସେ (ଆଡଭାଣୀଙ୍କ ରଥଯାତ୍ରା) ରାଜନୈତିକ ଯାତ୍ରା ଥିଲା। ତାହା କେବଳ ସତ୍ତା ପାଇଁ ରହିଥିଲା। କିନ୍ତୁ ଭାରତ ଜୋଡ଼ୋ କାର୍ଯ୍ୟକ୍ରମ ସତ୍ୟ ପାଇଁ ହେଉଛି। ଆଡଭାଣୀଙ୍କ ଯାତ୍ରା ଓ କଂଗ୍ରେସର ଏହି ପ୍ରୟାସ ମଧ୍ୟରେ ଭିନ୍ନତା ଉପରେ ଜୋରଦେଇ ସେ କହିଥିଲେ କି ମୁଁ ଉକ୍ତ ଯାତ୍ରା ନକରାତ୍ମକ ଦିଗକୁ ଯାଉନାହିଁ। ଦେଶ ତାଙ୍କର ନକରାତ୍ମକ ପ୍ରଭାବ ଦେଖୁଛି। ସେହି ଯାତ୍ରା ପରେ ବିଜେପିକୁ କ୍ଷମତା ମିଳିଥିଲା। କିନ୍ତୁ କଂଗ୍ରେସର ଯାତ୍ରା ସତ୍ୟକୁ ପୁନର୍ବାର ସ୍ଥାପନା କରିବା ପାଇଁ ହେଉଛି ବୋଲି ସେ କହିଥିଲେ। 

ସୂଚନାଯୋଗ୍ୟ ଆଡଭାଣୀ ୧୯୯୦ ମସିହାରେ ରାମମନ୍ଦିର ଆନ୍ଦୋଳନ ସମୟରେ ଏକ ରଥଯାତ୍ରା ବାହାର କରିଥିଲେ। ଯାହାକୁ ପରେ ଭାରତୀୟ ଜନତା ପାର୍ଟିକୁ ବେଶ ଫାଇଦା ହୋଇଥିଲା। କଂଗ୍ରେସ ଆହୁରି ମଧ୍ୟ ଦାବି କରିଛି ଯେ ଦେଶରେ ବର୍ତ୍ତମାନ ବିଜେପି ଭେଦଭାବ ସୃଷ୍ଟି କରିଛି। ବିଶେଷ କରି ଗରୀବ ଓ ଧନୀ ମଧ୍ୟରେ ଭେଦ ଭାବ ସୃଷ୍ଟି କରିବାରେ ସରକାର ଲାଗି ପଡ଼ିଛି। ତାଙ୍କ କହିବା କଥା ହେଉଛି କି ବାରମ୍ବାର ଏହା କହି ଆଲୋଚନା ହେଉଛି କି ଭାରତ କେଉଁଠାରେ ଭାଙ୍ଗିଯାଇଛି ଯେ, ଭାରତ ଜୋଡ଼ୋ କାର୍ଯ୍ୟକ୍ରମ ହେଉଛି। ଭାରତ ଭୌଗୋଳିକ ଓ ଐତିହାସିକ ରୂପରେ ଭାଙ୍ଗିନାହିଁ। କିନ୍ତୁ ସରକାରଙ୍କ ନୀତି କାରଣରୁ ଦେଶରେ ଧନୀ ଓ ଗରିବ ମଧ୍ୟରେ ଏକ ଭୟଙ୍କର ଭେଦଭାବ ସୃଷ୍ଟି ହୋଇଛି। ଏହି ଭେଦଭାବ ବୃଦ୍ଧି ପାଇଛି ସେଥିପାଇଁ ଏହି ଯାତ୍ରା ହେଉଛି ବୋଲି କହ୍ନେୟା କହିଛନ୍ତି। 

ଅଧିକ ପଢନ୍ତୁ: Robert Vadra's Tweet : 'ଭାରତ ଜୋଡ଼ୋ' ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ, ଉଠିଲା ଅନେକ ପ୍ରଶ୍ନ