Bihar Crime News: ମହିଳା ଖଣି ନିରୀକ୍ଷକଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ, ଭିଡ଼ିଓ ଭାଇରାଲ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1658232

Bihar Crime News: ମହିଳା ଖଣି ନିରୀକ୍ଷକଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ, ଭିଡ଼ିଓ ଭାଇରାଲ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

Patna Attack Video: ଜୀବନ ରକ୍ଷା କରିବାକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ମହିଳା ଖଣି ନିରୀକ୍ଷକଙ୍କଙ୍କୁ ଠେଙ୍ଗା ବାଡ଼ି ସହାୟତାରେ ନିର୍ଘାତ ପିଟିଥିଲେ ଆକ୍ରମଣକାରୀ। 

 Bihar Crime News: ମହିଳା ଖଣି ନିରୀକ୍ଷକଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ, ଭିଡ଼ିଓ ଭାଇରାଲ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

Sand Mafia Attack on Female Mining Inspector: ବିହାର ରାଜଧାନୀ ପାଟନା ବିହଟା ଅଞ୍ଚଳର ଘଟିଯାଇଛି ଏକ ଛାତିଥରା ଘଟଣା। ପାଟନା ଜିଲ୍ଲାରେ ବାଲି ମାଫିଆ ଜଣେ ମହିଳା ଖଣି ନିରୀକ୍ଷକ ଏବଂ ଜିଲ୍ଲାର ପରିବହନ ଅଧିକାରୀଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି। ବାଲି ମାଫିଆ ସହ ଜଡିତ ଲୋକେ ଆକ୍ରମଣ କରିବା ମାତ୍ରେ ଖଣି ବିଭାଗର କର୍ମଚାରୀ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିବାର ଦେଖିବାକୁ ମିଳିଥିଲା। ଜୀବନ ରକ୍ଷା କରିବାକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ମହିଳା ଖଣି ନିରୀକ୍ଷକଙ୍କଙ୍କୁ ଠେଙ୍ଗା ବାଡ଼ି ସହାୟତାରେ ନିର୍ଘାତ ପିଟିଥିଲେ ଆକ୍ରମଣକାରୀ। 

ଆକ୍ରମଣ ଘଟଣାରେ ୪୪ ଗିରଫ
ବିହଟା ଏଏସପି ରାଜେଶ କେ କୁମାର (Bihta ASP Rajesh K Kumar) କହିଛନ୍ତି, ସୋମବାର ଖଣି ବିଭାଗ ଟିମ୍ (Bihar Mining Department Team) ଜିଲ୍ଲା ପରିବହନ ଅଧିକାରୀ (District Transport Officer) ଏବଂ ମହିଳା ଖଣି ନିରୀକ୍ଷକଙ୍କ (Female Mining Inspector) ସହାୟତାରେ ଓଭରଲୋଡିଂ କରିଥିବା ଟ୍ରକ (Action Against Overloading Truck) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମୟରେ କେତେକ ଅସାମାଜିକ ତତ୍ତ୍ୱ (Anti Social Element) ଏକାଠି ହୋଇଯାଇ ମହିଳା ଖଣି ନିରୀକ୍ଷକଙ୍କ ଉପରେ ଆକ୍ରମଣ କରିବା ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏହି ଘଟଣାରେ ପୋଲିସ (Bihar Police) ଏକ ମାମଲା ରୁଜୁ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟାନୁଷ୍ଠାନ ଅନୁସାରେ ଏହି ଆକ୍ରମଣ ଘଟଣାରେ ୪୪ ଜଣଙ୍କୁ ଗିରଫ କରାଯାଇଥିଲା।

ପୋଲିସ ହାତରେ ଲାଗିଲା ଆକ୍ରମଣ ଘଟଣାର ଭିଡ଼ିଓ
ବିହଟା ଏଏସପି ରାଜେଶ କୁମାର ଆହୁରି ମଧ୍ୟ କହିଛନ୍ତି ଆମକୁ ଆକ୍ରମଣ ଘଟଣା ସହ ଜଡ଼ିତ ଅନେକ ଭିଡିଓ ମିଳିସାରିଛି। ଯେଉଁଥିରେ ଟ୍ରକ୍ ଡ୍ରାଇଭର ଏବଂ ଅସାମାଜିକ ତତ୍ତ୍ୱ ଏକାଠି ହୋଇଯାଇ ହିଂସାକାଣ୍ଡ କରୁଥିବାର ଦେଖିବାକୁ ମିଳିଛି। ସେହି ଭିଡିଓ ଫୁଟେଜ ଆଧାରରେ ଆମେ କିଛି ଲୋକଙ୍କୁ ଗିରଫ କରିଛୁ। ଅବଶିଷ୍ଟ ଲୋକଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି। ଜିଲ୍ଲା ପରିବହନ ଅଧିକାରୀ ଏବଂ ମହିଳା ଖଣି ନିରୀକ୍ଷକଙ୍କ ଓଭର ଲୋଡ଼ିଂ ହୋଇଥିବା କିଛି ଟ୍ରକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯାଇଥିଲା। ଜବତ ଏହି ଗାଡିକୁ ଥାନାରେ ରଖାଯାଇଥିଲା। ଅନ୍ୟ ସମସ୍ତ ଗାଡ଼ିର ଭିଡିଓଗ୍ରାଫି କରାଯାଉଛି। ଏହି ଘଟଣାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଘଟଣାରେ ଜିଲ୍ଲା ପରିବହନ ଅଧିକାରୀ ଏବଂ ମହିଳା ଖଣି ନିରୀକ୍ଷକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଯେଉଁମାନଙ୍କର ଚିକିତ୍ସା କରାଯାଉଛି।