Bihar Liquor Deaths: ବିହାରରେ ମଦ ବନ୍ଦ, ତଥାପି ବଢୁଛି ମଦମୃତ୍ୟୁ, ଆସୁଛି କେଉଁଠୁ ମଦ ଜାଣନ୍ତୁ ପୁରା ତଥ୍ୟ
Advertisement
Article Detail0/zeeodisha/odisha1485258

Bihar Liquor Deaths: ବିହାରରେ ମଦ ବନ୍ଦ, ତଥାପି ବଢୁଛି ମଦମୃତ୍ୟୁ, ଆସୁଛି କେଉଁଠୁ ମଦ ଜାଣନ୍ତୁ ପୁରା ତଥ୍ୟ

Bihar Liquor Deaths: ମିଳିଥିବା ସୂଚନା ମୁତାବକ ମଶରକ ଓ ଏହା ସୀମାବର୍ତ୍ତି ଅଞ୍ଚଳ ଇସୁଆପୁରର ଦୋଇଲା ଗ୍ରାମରେ ମଙ୍ଗଳବାର ରାତିରେ ୧୦ ରୁ ୧୨ଜଣଙ୍କ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ହଟାତ ବିଗିଡି ଯାଇଥିବା ନେଇ ସୂଚନା ମିଳିଥିଲା। ଏଥିରେ ସାତ ଜଣ ଲୋକଙ୍କର ଜଣକ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା।

Bihar Liquor Deaths: ବିହାରରେ ମଦ ବନ୍ଦ, ତଥାପି ବଢୁଛି ମଦମୃତ୍ୟୁ, ଆସୁଛି କେଉଁଠୁ ମଦ ଜାଣନ୍ତୁ ପୁରା ତଥ୍ୟ

Bihar Liquor Deaths: ପାଟନା: ବିହାରରେ ପୁଣିଥରେ ବିଶାକ୍ତ ମଦର ବନ୍ୟା ଦେଖିବାକୁ ମିଳିଛି। ଛପରାରେ ବିଗତ ୨୪ ଘଣ୍ଟା ମଧ୍ୟରେ ବିଶାକ୍ତ ମଦ ପିଇ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏପରିକି ଏକାଧିକ ଲୋକ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ରହିଛନ୍ତି। ଏନେଇ ଏବେ ତମାମ ରାଜ୍ୟରେ ସରକାରଙ୍କୁ କଡ଼ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ମଦ ବ୍ୟାନ ସତ୍ତ୍ୱେ ରାଜ୍ୟରେ ମଦମୃତ୍ୟୁ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏହି ମୃତାହତମାନେ ପ୍ରାୟତଃ ମଶରକ, ଇସୁଆପୁର ଓ ଅମନୌର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ମଶରକ ଓ ଏହା ସୀମାବର୍ତ୍ତି ଅଞ୍ଚଳ ଇସୁଆପୁରର ଦୋଇଲା ଗ୍ରାମରେ ମଙ୍ଗଳବାର ରାତିରେ ୧୦ ରୁ ୧୨ଜଣଙ୍କ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ହଟାତ ବିଗିଡି ଯାଇଥିବା ନେଇ ସୂଚନା ମିଳିଥିଲା। ଏଥିରେ ସାତ ଜଣ ଲୋକଙ୍କର ଜଣକ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅମନୌର ଓ ହୁସ୍ସେପୁର ଅଞ୍ଚଳରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ମଢୌରାର ଲାଲା ଟୋଲା ଅଞ୍ଚଳରେ ମଧ୍ୟ ଜଣକର ମୃତ୍ୟୁ ହୋଇଥିଲା। ଏମାନଙ୍କର ବିଶାକ୍ତ ମଦ୍ୟ ପାନ କାରଣରୁ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିଲା। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ। 

ଉଲ୍ଲେଖ ଯୋଗ୍ୟ ବିହାରରେ ମଦ ବ୍ୟାନ ହୋଇଥିଲେ ମଧ୍ୟ ମଦମୃତ୍ୟୁ ଥମିବାର ନାଁ ଧରୁନାହିଁ। ଗତ ସପ୍ତାହରେ ବୈଶାଳୀ ଜିଲ୍ଲାରେ ମହନାର ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ବିଶାକ୍ତ ମଦ୍ୟପାନରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରାଯାଉଥିଲା। ସେହିପରି ଅଗଷ୍ଟ ମାସରେ ୧୮, ମାର୍ଚ୍ଚରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ରାଜ୍ୟରେ ମଦ ବ୍ୟାନ ନେଇ ସରକାର ଘୋଷଣା କରିସାରିଥିବା ବେଳେ ଏତେ ମାତ୍ରାରେ ମଦମୃତ୍ୟୁ କିପରି ଘଟୁଛି ତାହା ଉପରେ ଏବେ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। ଏହି ମଦ ମୃତ୍ୟୁ ପାଇଁ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ସରକାରୀ ସ୍ତରରେ ମଦକୁ ରାଜ୍ୟ ବନ୍ଦ ହୋଇଥିଲେ ମଧ୍ୟ ବିଶାକ୍ତ ତଥା ଖୋଲା ଦେଶୀ ମଦର ବନ୍ୟ ଏବେବି ରାଜ୍ୟରେ ବହୁଛି। ଯାହାର ପ୍ରମାଣ ଏହି ମଦମୃତ୍ୟୁରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଏପରି ମଦ ବ୍ୟବସାୟ କରି ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ମଦ ମାଫିଆମାନେ। କିନ୍ତୁ ସେପଟେ ଏହି ବିଶାକ୍ତ ମଦ ପିଇ ରାଜ୍ୟ ଦିନକୁ ଦିନ ମଦମୃତ୍ୟୁ ମାମଲା ବଢିବାରେ ଲାଗିଛି। ଏହି ଚୋରା ମଦ ବ୍ୟବସାୟ ଉପରେ କଟକଣା ଲଗାଇବାକୁ ଜୋରଦାର ଦାବି ହେଉଛି। 

Also Read: Karnataka ଶାଢୀ କରୁଛି କାନ୍ଥର କାମ, ଖୋଲା ଆକାଶ ତଳେ ଶୌଚାଳୟ

Also Read: ଅବସର ନେବା କଥା ନିଶ୍ଚିତ କଲେ ଲିଓନେଲ ମେସି, ଜାଣନ୍ତୁ କେବେ ଖେଳିବେ ସେ ଶେଷ ମ୍ୟାଚ୍