ବଡ଼ ଖୁଲାସା: ନୁପୁର ବିବାଦ ପରେ ଦେଶରେ ହୋଇଥିଲା ସାଇବର ଆଟାକ୍
Advertisement

ବଡ଼ ଖୁଲାସା: ନୁପୁର ବିବାଦ ପରେ ଦେଶରେ ହୋଇଥିଲା ସାଇବର ଆଟାକ୍

Cyber Attack: ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶରେ ସାଇବର ଆକ୍ରମଣ ହୋଇଥିଲା । ଇଣ୍ଡୋନେସିଆ ଓ ମାଲେସିଆର ହ୍ୟାକରମାନେ ଏହି ସାଇବର ଆଟାକକୁ ବିଶ୍ୱର ଅନ୍ୟ ହ୍ୟାକରମାନଙ୍କ ସହିତ ମିଶି କରିଥିଲେ । ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚର ସାଇବର ୟୁନିଟ୍ ଦ୍ୱାରା ଏହି ଖୁଲାସା ହୋଇଛି ।

ସୌ: ସୋସିଆଲ ମିଡିଆ

Cyber Attack On India: ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କ (Nupur Sharma) ବିବାଦୀୟ ବୟାନ ପରେ ଦେଶରେ ସାଇବର ଆଟାକ୍ (Cyber Attack) ହୋଇଥିଲା । ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚର ସାଇବର ୟୁନିଟ୍ ଦ୍ୱାରା ଏହି ଖୁଲାସା ହୋଇଛି । ବାସ୍ତବରେ,  ନୁପୁର ଶର୍ମାଙ୍କ ଟିପ୍ପଣୀକୁ ନେଇ ଇଣ୍ଡୋନେସିଆ ଓ ମାଲେସିଆର ହ୍ୟାକରମାନେ ବିଶ୍ୱର ଅନ୍ୟ ହ୍ୟାକରମାନଙ୍କ ସହିତ ମିଶି ଏହା କରିବାକୁ ନିବେଦନ କରିଥିଲେ । ଏହା ପରେ ଭାରତ ଉପରେ ସାଇବର ଆଟାକ୍ ହୋଇଥିଲା ।

ଗଲ୍ଫ ଦେଶ ସମେତ ଅନେକ ଇସଲାମ ଦେଶ ନୁପୁର ଶର୍ମାଙ୍କ ମନ୍ତବ୍ୟ ଉପରେ ଆପତ୍ତି ଉଠାଇଥିଲେ । ଏହା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏଥି ସହିତ ପାକିସ୍ତାନ ଏହି ପ୍ରସଙ୍ଗରେ ମୁସଲମାନ ଲୋକଙ୍କ ଭାବନାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲା ।

କହି ରଖୁଛୁ ଯେ ଏକ ଟିଭି ବିତର୍କ ସମୟରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ସାରା ଦେଶରେ ମୁସଲମାନ ସଂଗଠନ ଏହାକୁ ବିରୋଧ କରିଥିଲେ । ଏହି ବିବାଦକୁ ନେଇ ନୁପୁର ଶର୍ମାଙ୍କ ସମର୍ଥନରେ ବାହାରକୁ ଆସିଥିବା କିଛି ଲୋକଙ୍କୁ ଉଦୟପୁର ଓ ଅମ୍ରାବତୀରେ ମୁସଲମାନ ନାଗରିକମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ଏହି ବିବାଦ ପରେ ନୁପୁର ଶର୍ମାଙ୍କୁ ନିରନ୍ତର ଧମକ ଦିଆଯାଉଛି । ଦେଶର କିଛି ଅଞ୍ଚଳରୁ ଧମକ ଦେଉଥିବା ଲୋକଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ସୁପ୍ରିମକୋର୍ଟରେ ଏହି ମାମଲାରେ ନୁପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଆଡଭୋକେଟ୍ ଆବୁ ସୁହେଲ ଏହି ଆବେଦନ କରିଛନ୍ତି । ଓକିଲଙ୍କ ଅନୁଯାୟୀ ସୁପ୍ରିମକୋର୍ଟ ଜୁଲାଇ ୧୧ ରେ ଏହି ମାମଲାର ଶୁଣାଣି କରିପାରିବେ ।

ଏହି ଆବେଦନରେ କୁହାଯାଇଛି ଯେ ନୁପୁର ଶର୍ମାଙ୍କ ବିରୋଧରେ ଏଫଆଇଆର ଦାଖଲ ହେବା ପରେ ମଧ୍ୟ ଦିଲ୍ଲୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେଣୁ ଏହି ମାମଲାରେ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ଏହି ବିବାଦର ସୁପ୍ରିମକୋର୍ଟର ବିଚାରପତିଙ୍କ ନପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଏହି ପ୍ରସଙ୍ଗ ଅଧିକ ଉତ୍ତେଜିତ ହୋଇଥିଲା । ଦେଶର ପୂର୍ବତନ ବିଚାରପତି ତଥା ଅମଲାତନ୍ତ୍ରଙ୍କ ସମେତ ଅନେକ ଲୋକ ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ଚିଠି ଲେଖିଥିଲେ ।

ଏହା ବି ପଢ଼ନ୍ତୁ: କାଶ୍ମୀର ପ୍ରିମିୟର ଲିଗ୍ ବାହାନାରେ BCCI କୁ ଚେତାବନୀ ବାର୍ତ୍ତା ଦେଲେ ସହିଦ ଆଫ୍ରିଦି