Seventh Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ୩୦ ଅପ୍ରେଲରେ ମିଳିବ...
Advertisement

Seventh Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ୩୦ ଅପ୍ରେଲରେ ମିଳିବ...

Seventh Pay Commission DA Hike:  ପ୍ରାୟ ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଏହାର ସିଧାସଳଖ ଲାଭ ପାଇବେ। ଏହା ସହିତ ଆପଣଙ୍କୁ ୩ ମାସର ବକେୟା ମଧ୍ୟ ମିଳିବ।

Seventh Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ୩୦ ଅପ୍ରେଲରେ ମିଳିବ...

Central government employees DA Hike: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ୩୦ ଅପ୍ରେଲରେ କେନ୍ଦ୍ରୀୟ କର୍ମଚାରୀଙ୍କ ଖାତାରେ ବେଶ ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି। ଯଦି ଆପଣ ମଧ୍ୟ ଜଣେ କେନ୍ଦ୍ରୀୟ କର୍ମଚାରୀ, ତାହେଲେ ଅପ୍ରେଲ୍ ମାସରେ ଆପଣଙ୍କ ଖାତାରେ ୧ ଲକ୍ଷ ୨୦ ହଜାର ଟଙ୍କା ଆସିବାକୁ ଯାଉଛି। ସରକାର ଏହି ମାସରେ ବର୍ଦ୍ଧିତ ଦରମା ସହିତ ମହଙ୍ଗା ଭତ୍ତା ପ୍ରଦାନ କରିବେ। ପ୍ରାୟ ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଏହାର ସିଧାସଳଖ ଲାଭ ପାଇବେ। ଏହା ସହିତ ଆପଣଙ୍କୁ ୩ ମାସର ବକେୟା ମଧ୍ୟ ମିଳିବ।

୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଲା ମହଙ୍ଗା ଭତ୍ତା
ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ ଡିସେମ୍ବରରେ, ଶିଳ୍ପ ଶ୍ରମିକଙ୍କ (Industrial Workers) ପାଇଁ ଅଖିଳ ଭାରତୀୟ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (All India Consumer Price Index) ସଂଖ୍ୟା ପ୍ରାୟ ୧୩୨.୩ ଠାରେ ପହଞ୍ଚି ଯାଇଥିଲା। ଯାହା ପରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ। ମାର୍ଚ୍ଚ ୨୪ ତାରିଖରେ ସରକାର ମହଙ୍ଗା ଭତ୍ତାକୁ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରିଥିଲେ।

ପ୍ରତିମାସରେ ବଢିବ ୧୨୦୦ ଟଙ୍କା
ଆପଣଙ୍କୁ କହିରଖୁଛୁ ଯେ, ବର୍ଦ୍ଧିତ ଦରମା ସହିତ କେନ୍ଦ୍ରୀୟ କର୍ମଚାରୀ ବକେୟା ଭାବରେ ୩ ମାସର ଟଙ୍କା ପାଇବେ। ଉଦାହରଣ ସ୍ୱରୂପ, ଯଦି କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ମୂଳ ଦରମା ୩୦ ହଜାର ଟଙ୍କା, ତାହେଲେ ତାଙ୍କ ଦରମା ୧୨୦୦ ଟଙ୍କା ବୃଦ୍ଧି ପାଇବ। ଏହା ସହିତ, ଯଦି ବାର୍ଷିକ ବୃଦ୍ଧିକୁ ହିସାବ କରାଯାଏ, ତାହେଲେ ତାଙ୍କର ମୋଟ ଦରମା ୧୪,୪୦୦ ଟଙ୍କା ବୃଦ୍ଧି ପାଇବ।

କିପରି ମିଳିବ ୧.୨୦ ଲକ୍ଷ ଟଙ୍କା
ଯଦି କ୍ୟାବିନେଟ ସଚିବସ୍ତରୀୟ ଅଧିକାରୀଙ୍କ ବିଷୟରେ ଆଲୋଚନା କରାଯାଏ, ତାହେଲେ ସେମାନଙ୍କ ଦରମା ମାସକୁ ୧୦ ହଜାର ଟଙ୍କା ବୃଦ୍ଧି ପାଇବ। କ୍ୟାବିନେଟ ସଚିବଙ୍କ ମୂଳ ଦରମା ମାସକୁ ୨.୫୦ ଲକ୍ଷ ଟଙ୍କା। ଯଦି ଏହି ଦୃଷ୍ଟିକୋଣରୁ ଗଣନା କରାଯାଏ, ତାହେଲେ ଏହି ଉଚ୍ଚପଦସ୍ଥ ଅଧିକାରୀଙ୍କ ବାର୍ଷିକ ବେତନ ପ୍ରାୟ ୧.୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

ବର୍ଷକୁ ୨ ଥର ବଢିଥାଏ ମହଙ୍ଗ ଭତ୍ତା 
ସମଗ୍ର ଦେଶରେ ଦରଦାମ ବୃଦ୍ଧି ଅନୁଯାୟୀ କେନ୍ଦ୍ର ସରକାର, ସରକାରୀ କର୍ମଚାରୀଙ୍କ ଜୀବନଶୈଳୀରେ ସୁଧାର କରିଥାନ୍ତି। ଏହା ସହିତ କର୍ମଚାରୀଙ୍କ ଦରମା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇଥାଏ। ସରକାର ବର୍ଷକୁ ୨ ଥର ମହଙ୍ଗ ଭତ୍ତା ବୃଦ୍ଧି କରିଥାନ୍ତି। ଏହି ଅର୍ଥ ସରକାରୀ କର୍ମଚାରୀ, ସରକାରୀ କ୍ଷେତ୍ରର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ପ୍ରଦାନ କରାଯାଇଥାଏ।